IND vs ENG ODI: ପ୍ରଥମ ଦୁଇଟି ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା
IND vs ENG ODI: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପରେ, ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ବହୁ ପ୍ରତୀକ୍ଷିତ ଏକଦିବସୀୟ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ ମୋଟ ତିନୋଟି ODI ମ୍ୟାଚ୍ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।
ସିରିଜ ର ପ୍ରଥମ ମ୍ୟାଚ୍ ଫେବୃଆରୀ 6 ରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ 9 ରେ କଟକରେ ଖେଳାଯିବ, ଏବଂ ତୃତୀୟ ମ୍ୟାଚ୍ ଫେବୃଆରୀ 12 ରେ ଅହମ୍ମଦାବାଦରେ ଖେଳାଯିବ। ODI ସିରିଜର ସମସ୍ତ ମ୍ୟାଚ୍ ଦିନ ୧:୩୦ ରେ ଆରମ୍ଭ ହେବ, ଯେତେବେଳେ ଟସ୍ ତିରିଶ ମିନିଟ୍ ପୂର୍ବରୁ ଦିନ ୧:୦୦ ରେ ହେବ।
ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ଜସପ୍ରୀତ ବୁମରାହ, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ଯଶସ୍ୱୀ ଜୟସୱାଲ, ରିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା। ବିଦର୍ଭ ଓ ବାରବାଟୀ ମ୍ୟାଚ ପାଇଁ ଏହି ଟିମ୍ ଘୋଷଣା କରାଯାଇଥିବାର ସୂଚନା ମିଳିଛି। ଏହି ମ୍ୟାଚ୍ଗୁଡ଼ିକରେ ଉଭୟ ଦଳ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।