ଚାମ୍ପିୟନ୍ସ ଟ୍ରାଫିରେ ପାକିସ୍ତାନ ଦଳର ପଲା ଭାରି! କେମିତି ସାମ୍ନା କରିବ ଭାରତ?

  1. Home
  2. ODI Cricket

ଚାମ୍ପିୟନ୍ସ ଟ୍ରାଫିରେ ପାକିସ୍ତାନ ଦଳର ପଲା ଭାରି! କେମିତି ସାମ୍ନା କରିବ ଭାରତ?


ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବଡ଼ ମ୍ୟାଚ ୨୩ ଫେବୃଆରୀରେ ଦୁବାଇ ଠାରେ ଖେଳାଯିବ। ଆଇସିସି ଇଭେଣ୍ଟରେ ଭାରତ ସର୍ବଦା ପାକିସ୍ତାନ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି ଏବଂ ବିଶ୍ୱକପ (ଟି-୨୦) ଇତିହାସରେ ଥରେ ଏହାର ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି। ଯଦି ଆମେ ଚାମ୍ପିଅନ୍ସ ଟ୍ରଫି ବିଷୟରେ କହିବା, ତେବେ ଭାରତ ଉପରେ ପାକିସ୍ତାନ ଅଧିକ ପ୍ରାଧାନ୍ୟ ବିସ୍ତାର କରିଛି।

India pak

ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଏପର୍ଯ୍ୟନ୍ତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୫ ଟି ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ପାକିସ୍ତାନ ୩ ଟି ମ୍ୟାଚ ଜିତିଛି। ଏଥିସହିତ ଭାରତ ୨ ଟି ମ୍ୟାଚରେ ଜିତିଛି। ୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଅନ୍ତିମ ମ୍ୟାଚରେ ପାକିସ୍ତାନ ଟିମ୍ ଇଣ୍ଡିଆକୁ ଏକ ସ୍ମରଣୀୟ ପରାଜୟ ଦେଇଥିଲା ଏବଂ ଟାଇଟଲ୍ ଜିତିବାର ଭାରତର ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦେଇଥିଲା। ଏହି ମ୍ୟାଚରେ ପାକିସ୍ତାନ ଜିତିବା ପାଇଁ ଭାରତକୁ ୩୩୯ ରନ ଦେଇଥିଲା। ଟାର୍ଗେଟକୁ ପିଛା କରିଥିବା ଭାରତୀୟ ଦଳ ୧୫୮ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ବିପକ୍ଷ ୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଅନ୍ତିମ ମ୍ୟାଚରେ ଫଖର ଜମାନ ୧୧୪ ରନର ବଡ଼ ଇନିଂସ ଖେଳିଥିଲେ।

Champions

୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫି ଭାରତର ହାତରୁ ଖସି ଯାଇଥିଲା ଏବଂ ଟିମ୍ ଇଣ୍ଡିଆର ତତ୍କାଳୀନ କୋଚ୍ ଅନିଲ କୁମ୍ବଲେଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ପ୍ରତିଯୋଗିତା ବଡ଼ କଥା ଅଟେ। ୨୦୧୨ ପରଠାରୁ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ଖେଳାଯାଇ ନାହିଁ। ୨୦୧୨ ରେ ଏକଦିବସିୟ ଏବଂ ଟି-୨୦ ସିରିଜ୍ ପାଇଁ ପାକିସ୍ତାନ ଶେଷ ଥର ପାଇଁ ଭାରତ ଗସ୍ତ କରିଥିଲା।  

Fakhar

ଅନ୍ୟପକ୍ଷରେ, ଏସିଆ କପ୍ ୨୦୦୮ ସମୟରେ ଭାରତ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ପଡୋଶୀ ଦେଶରେ ଟିମ୍ ଇଣ୍ଡିଆ କୌଣସି କ୍ରିକେଟ୍ ଖେଳିନାହିଁ। ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ। ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ସହିତ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟରେ ଭାରତ ଡେବ୍ୟୁ କରିବ। ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଡ଼ ମ୍ୟାଚ 23 ଫେବୃଆରୀରେ ଦୁବାଇରେ ଖେଳାଯିବ। ମାର୍ଚ୍ଚ ୨ ତାରିଖରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ। ଯଦି ଚାମ୍ପିଅନ୍ସ ଟ୍ରଫି ଟୁର୍ନାମେଣ୍ଟରେ ଭାରତ ଅଗ୍ରଗତି କରେ, ତେବେ ଦୁବାଇରେ ସେମିଫାଇନାଲ ଏବଂ ଫାଇନାଲ ସମେତ ଏହାର ସମସ୍ତ ମ୍ୟାଚ୍ ଖେଳିବ।