ଦିନେଶ କାର୍ତ୍ତିକ ଖୋଲିଲେ ଗୁମର, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଇଏନ୍ ମୋର୍ଗାନ ମଧ୍ୟରେ କଣ ପାଇଁ ହେଲା ଝଗଡା ?

  1. Home
  2. IPL Top News

ଦିନେଶ କାର୍ତ୍ତିକ ଖୋଲିଲେ ଗୁମର, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଇଏନ୍ ମୋର୍ଗାନ ମଧ୍ୟରେ କଣ ପାଇଁ ହେଲା ଝଗଡା ?

କ୍ରିକେଟ୍ ଖବର : ୟୁଏଇ ପଡ଼ିଆରେ ହତାହାତି ହୋଇଥାନ୍ତେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଇଏନ୍ ମୋର୍ଗାନ। କିନ୍ତୁ ସାମାନ୍ୟ ରାଗି ଆଖି ଦେଖାଦେଖି ଓ ଯୁକ୍ତିତର୍କ କରି ନିଜ ନିଜର ଖେଳ ଉପରେ ଫୋକସ୍ କରିଥିଲେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଇଏନ୍ ମୋର୍ଗାନ। ୟୁଏଇରେ ଚାଲୁଥିବା ଆଇପିଏଲର ଦ୍ବିତୀୟ ଫ୍ୟାଜରେ ଏହିଭଳି ଏକ ଘଟଣା ଦେଖିବାକୁ …


ଦିନେଶ କାର୍ତ୍ତିକ ଖୋଲିଲେ ଗୁମର, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଇଏନ୍ ମୋର୍ଗାନ ମଧ୍ୟରେ କଣ ପାଇଁ ହେଲା ଝଗଡା ?

କ୍ରିକେଟ୍ ଖବର : ୟୁଏଇ ପଡ଼ିଆରେ ହତାହାତି ହୋଇଥାନ୍ତେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଇଏନ୍ ମୋର୍ଗାନ। କିନ୍ତୁ ସାମାନ୍ୟ ରାଗି ଆଖି ଦେଖାଦେଖି ଓ ଯୁକ୍ତିତର୍କ କରି ନିଜ ନିଜର ଖେଳ ଉପରେ ଫୋକସ୍ କରିଥିଲେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଇଏନ୍ ମୋର୍ଗାନ। ୟୁଏଇରେ ଚାଲୁଥିବା ଆଇପିଏଲର ଦ୍ବିତୀୟ ଫ୍ୟାଜରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ହତାହାତି ଘଟଣା ଚଳିତ ଆଇପିଏଲର ୪୧ ତମ ମ୍ୟାଚରେ ଦେଖିବାକୁ ମିଳିଥିଲା।

କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିବା ଆଇପିଏଲ୍ – ୨୦୨୧ ର ମ୍ୟାଚ୍ ନମ୍ବର ୪୧ ରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା। ତେବେ ଏହି ମ୍ୟାଚ୍‌ରେ କୋଲକାତା ଅତ୍ୟନ୍ତ ଜବରଦସ୍ତ ଭାବରେ ମ୍ୟାଚ୍ ଜିତିଥିଲା। ତେବେ ମ୍ୟାଚ୍ ମଝିରେ ପଡ଼ିଆରେ ଆର ଅଶ୍ୱିନ୍ ଏବଂ ଇଏନ୍ ମୋର୍ଗାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଥିଲା ଯେ , କେଉଁ କାରଣରୁ ସେମାନଙ୍କ ମଧ୍ୟରେ ଏହି ଯୁକ୍ତିତର୍କ ହେଲା। ଏହି ବିଷୟରେ କଥାବାର୍ତ୍ତା ବେଳେ ମିଡ଼ିଆ ସମ୍ମୁଖରେ ଦିନେଶ କାର୍ତ୍ତିକ ବିତର୍କର କାରଣ ଦର୍ଶାଇଥିଲେ ଏବଂ ଏହା ଉପରେ ମଧ୍ୟ ନିଜର ମତ ଦେଇଥିଲେ।

ଦିନେଶ କାର୍ତ୍ତିକ ଖୋଲିଲେ ଗୁମର, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଇଏନ୍ ମୋର୍ଗାନ ମଧ୍ୟରେ କଣ ପାଇଁ ହେଲା ଝଗଡା ?

ଦିନେଶ କାର୍ତ୍ତିକ କହିଛନ୍ତି ଯେ, ରାହୁଲ ତ୍ରିପାଠୀଙ୍କ ଯେତେବେଳେ ବୋଲିଂ କରିଥିଲେ ସେହି ସମୟରେ ଗୋଟିଏ ବଲ ଋଷଭ ପନ୍ତଙ୍କ ଦେହରେ ବାଜିଥିଲା। ଏହା ପରେ ବଲ୍ କେତେ ଦୂର ପର୍ଯ୍ୟନ୍ତ ଯାଇଥିଲା ଏବଂ ଏହି ସମୟରେ ରନ୍ ନେବାକୁ ଅଶ୍ୱିନ୍ ଦୌଡିବାକୁ ଲାଗିଲେ। କିନ୍ତୁ ଇଏନ୍ ମୋର୍ଗନାଙ୍କୁ ଏହି ଘଟଣା ପସନ୍ଦ ଲାଗିଲା ନାହିଁ। କାର୍ତ୍ତିକ କହିଛନ୍ତି ଯେ ଇଏନ୍ ମୋର୍ଗାନଙ୍କ ଚିନ୍ତାଧାରା ଅଲଗା ଅଟେ। ମୋର୍ଗାନ ଏହି ଜିନିଷକୁ ପସନ୍ଦ କରନ୍ତି ନାହିଁ।

କାର୍ତ୍ତିକ କହିଛନ୍ତି ଯେ, ମୋର୍ଗାନ୍ ଜଣେ ଏପରି କ୍ରିକେଟର ଯିଏକି ଅନୁଭବ କରନ୍ତି ଯେ ଯେତେବେଳେ ବଲ୍ ବ୍ୟାଟ୍ସମ୍ୟାନଙ୍କ ଶରୀରରେ ବାଜିବ ସେତେବେଳେ, ସେ ଦୌଡ଼ିବା ଉଚିତ୍ ନୁହେଁ କାରଣ ଏହା ଖେଳର ନିୟମ ​​ବିରୁଦ୍ଧ ଅଟେ। ତେବେ କାର୍ତ୍ତିକ , ମୋର୍ଗାନଙ୍କ ଏହି ବିଚାରକୁ ଏକ ଆକର୍ଷଣୀୟ ବିଷୟ ବୋଲି ସ୍ୱୀକାର କରିଛନ୍ତି।

ଦିନେଶ କାର୍ତ୍ତିକ ଖୋଲିଲେ ଗୁମର, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଇଏନ୍ ମୋର୍ଗାନ ମଧ୍ୟରେ କଣ ପାଇଁ ହେଲା ଝଗଡା ?

କେକେଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାର୍ତ୍ତିକ କହିଛନ୍ତି ଯେ ଏହା ଉପରେ ତାଙ୍କର ଭିନ୍ନ ମତ ରହିଛି। ତଥାପି, ସେ ସେମାନଙ୍କ ମଧ୍ୟରେ ଥିବା ଯୁକ୍ତିକୁ ଶାନ୍ତ କରିବାକୁ ପସନ୍ଦ କଲେ ଏବଂ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ସବୁ ଠିକ୍ ଅଛି।