ଆଗାମୀ ଆଇସିସି ଟି-୨୦ ବିଶ୍ଵକପ ଟୁର୍ଣ୍ଣାମେଣ୍ଟରେ ଇଶାନ୍ କିଶାନ୍ କରିବେ ଓପେନିଂ ! କହିଲେ ଏହି ଷ୍ଟାର୍ ଖେଳାଳି

  1. Home
  2. Cricket News

ଆଗାମୀ ଆଇସିସି ଟି-୨୦ ବିଶ୍ଵକପ ଟୁର୍ଣ୍ଣାମେଣ୍ଟରେ ଇଶାନ୍ କିଶାନ୍ କରିବେ ଓପେନିଂ ! କହିଲେ ଏହି ଷ୍ଟାର୍ ଖେଳାଳି

କ୍ରିକେଟ୍ ଖବର : ଚଳିତ ଆଇପିଏଲ୍ ର ଲିଗ୍ ରାଉଣ୍ଡର ଶେଷ ଦିନରେ ଯୁବ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମାତ୍ର ୩୨ ବଲରୁ ୮୪ ରନ୍ ସଂଗ୍ରହ କରିଥିଲେ। ଶେଷ ମ୍ୟାଚ୍ରେ ମଧ୍ୟ ସେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟପଟେ ସେ ମାତ୍ର ୨୫ ବଲରେ ରାଜସ୍ଥାନ ବିପକ୍ଷରେ ୫୦ …


ଆଗାମୀ ଆଇସିସି ଟି-୨୦ ବିଶ୍ଵକପ ଟୁର୍ଣ୍ଣାମେଣ୍ଟରେ ଇଶାନ୍ କିଶାନ୍ କରିବେ ଓପେନିଂ ! କହିଲେ ଏହି ଷ୍ଟାର୍ ଖେଳାଳି

କ୍ରିକେଟ୍ ଖବର : ଚଳିତ ଆଇପିଏଲ୍ ର ଲିଗ୍ ରାଉଣ୍ଡର ଶେଷ ଦିନରେ ଯୁବ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମାତ୍ର ୩୨ ବଲରୁ ୮୪ ରନ୍ ସଂଗ୍ରହ କରିଥିଲେ। ଶେଷ ମ୍ୟାଚ୍‌ରେ ମଧ୍ୟ ସେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟପଟେ ସେ ମାତ୍ର ୨୫ ବଲରେ ରାଜସ୍ଥାନ ବିପକ୍ଷରେ ୫୦ ରନ୍ ସଂଗ୍ରହ କରିଥିଲେ। ବର୍ତ୍ତମାନ ତାଙ୍କର ଏହି ରୂପ ଦେଖି ଭାରତୀୟ ଦଳ ପରିଚାଳନା କମିଟି ନିଶ୍ଚିତ ଭାବରେ ବହୁତ ଖୁସି ହୋଇଛନ୍ତି। କାରଣ ଆଗକୁ ଆଇସିସି ଟି-୨୦ ବିଶ୍ୱକପ ରହିଛି। ଇଶାନଙ୍କର ଏହି ଚମତ୍କାର ଇନିଂସ ପରେ କ୍ୟାପଟେନ ବିରାଟ କୋହଲି ତାଙ୍କୁ କହିଛନ୍ତି ଯେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ଓପନର୍ ଭାବରେ ମୁଁ ନିଶ୍ଚିତ ତୁମକୁ ନେବି।

ଆଗାମୀ ଆଇସିସି ଟି-୨୦ ବିଶ୍ଵକପ ଟୁର୍ଣ୍ଣାମେଣ୍ଟରେ ଇଶାନ୍ କିଶାନ୍ କରିବେ ଓପେନିଂ ! କହିଲେ ଏହି ଷ୍ଟାର୍ ଖେଳାଳି

ଏକ ପ୍ରକାରରେ କହିବାକୁ ଗଲେ ଇଶାନ୍ କିଶାନ୍ ଙ୍କ ଉପରେ ବିରାଟ କୋହଲିଙ୍କ ସମ୍ପୂର୍ଣ୍ଣ ନଜର ରହିଛି। ଅନ୍ୟପଟେ ଭାରତର ସବୁ ଫର୍ମାଟ୍ ର ଓପନର୍ ଭାବରେ ରୋହିତ ଶର୍ମା ରହିଥିବା ବେଳେ ଟି-୨୦ ରେ କେ.ଏଲ୍ ରାହୁଲ ଏବଂ ଅଧିନାୟକ ବିରାଟ କୋହଲି, ରୋହିତଙ୍କ ସହ ଓପେନିଂ କରିଛନ୍ତି। କିନ୍ତୁ ରୋହିତଙ୍କ ସହିତ ବର୍ତ୍ତମାନ ଇଶାନ କିଶାନ ଆଗାମୀ ଟି-୨୦ ବିଶ୍ୱକପରେ ଦେଖିବାକୁ ମିଳିବେ। ଏହିକ୍ରମରେ କିଶାନ କହିଛନ୍ତି ଯେ, ମୁଁ ଓପେନିଂ ଖେଳିବାକୁ ପସନ୍ଦ କରିବି ଏବଂ ବିରାଟ ଭାଇ ମଧ୍ୟ ମୋତେ ସମାନ କଥା କହିଛନ୍ତି। ଆଉ ସେ ଆହୁରି ମଧ୍ୟ କହିଛନ୍ତି ବଡ଼ ଆକାରରେ ମୁଁ ସବୁକିଛି ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ତେଣୁ ମୁଁ ପ୍ରସ୍ତୁତ ଅଛି।

ଆଗାମୀ ଆଇସିସି ଟି-୨୦ ବିଶ୍ଵକପ ଟୁର୍ଣ୍ଣାମେଣ୍ଟରେ ଇଶାନ୍ କିଶାନ୍ କରିବେ ଓପେନିଂ ! କହିଲେ ଏହି ଷ୍ଟାର୍ ଖେଳାଳି

ତେବେ ଏହି ଆକ୍ରମଣାତ୍ମକ ବାମହାତୀ ବ୍ୟାଟ୍ସମ୍ୟାନ୍ ନିକଟରେ ତାଙ୍କର ଖରାପ ଫର୍ମ ଦ୍ୱାରା ଅସୁବିଧାରେ ପଡ଼ିଥିଲେ। କିନ୍ତୁ ଗତ ୨ଟି ମ୍ୟାଚ୍‌ରେ ସେ ଯେଉଁଭଳି ବ୍ୟାଟିଂ କରିଛନ୍ତି, ତାହା ଦଳ ପରିଚାଳନାରେ ଅସୁବିଧାକୁ ବହୁ ମାତ୍ରାରେ ହ୍ରାସ କରିଛି।