IPLରେ କେଉଁ ଦଳ ର ବ୍ରାଣ୍ଡ ଭାଲ୍ୟୁ ରହିଛ ସବୁଠୁ ଅଧିକ? ଚେନ୍ନାଇ, ମୁମ୍ବାଇ ଏବଂ ବାଙ୍ଗାଲୋର ମଧ୍ୟରୁ କିଏ ଅଛି ଆଗରେ ?

  1. Home
  2. IPL Special

IPLରେ କେଉଁ ଦଳ ର ବ୍ରାଣ୍ଡ ଭାଲ୍ୟୁ ରହିଛ ସବୁଠୁ ଅଧିକ? ଚେନ୍ନାଇ, ମୁମ୍ବାଇ ଏବଂ ବାଙ୍ଗାଲୋର ମଧ୍ୟରୁ କିଏ ଅଛି ଆଗରେ ?


ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ପରବର୍ତ୍ତୀ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମୀ ଡିସେମ୍ୱର 19 ରେ ଆରମ୍ଭ ହେବ । ଏଥିପାଇଁ ସମସ୍ତ 10 ଫ୍ରାଞ୍ଚାଇଜ୍ ନିଜ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦେବାରେ ଲାଗିଛନ୍ତି । ଏହାରି ଭିତରେ ବୁଧବାର ମୁମ୍ୱାଇ ଇଣ୍ଡିଆନ୍ସ ଏକ ବଡ଼ ସୂଚନା ଇନଷ୍ଟାଗ୍ରାମରେ ସେୟାର କରିଛି । ଏଥରେ ବ୍ରାଣ୍ଡ ଭାଲ୍ୟୁ ଆଧାରରେ ସମସ୍ତ 10 ଟିମ୍‌ର ରାଙ୍କିଂ ଦର୍ଶାଯାଇଛି ।

mi vs lsg

ମୁମ୍ୱାଇ ଇଣ୍ଡିଆନ୍ସର ବ୍ରାଣ୍ଡ ଭେଲ୍ୟୁ ସବୁଠୁ ଅଧିକ ପ୍ରାୟ 725 କୋଟି ଟଙ୍କା (87 ବିଲିୟନ ଆମେରିକୀୟ ଡଲାର) ଅଛି । ମୁମ୍ୱାଇ ଇଣ୍ଡିଆନ୍ସ ଟିମ୍ ଏବେ ସୁଦ୍ଧା ପାଞ୍ଚ ଥର ଚାମ୍ପିୟନ ହୋଇଛି । ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ହିଁ ଟିମ୍ ସବୁ ଥର ଚାମ୍ପିୟନ ହୋଇଛି । 2013, 2015, 2017, 2019 ଓ 2020 ରେ ଟାଇଟଲ୍ ଜିତିଥିଲା ।

csk

ସେହିପରି ମୁମ୍ୱାଇ ପରେ ବ୍ରାଣ୍ଡ ଭାଲ୍ୟୁ ମାମଲାରେ ଦ୍ୱିତୀୟ ସ୍ଥାନରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାପ୍ଟେନ୍ସିରେ ଥିବା ଚେନ୍ନାଇ ସୁପରକିଙ୍ଗ୍ସ ରହିଛି । ଚେନ୍ନାଇର ବ୍ରାଣ୍ଡ ଭାଲ୍ୟୁ ପ୍ରାୟ 672 କୋଟି ଟଙ୍କା ରହିଛି । ଚେନ୍ନାଇ ଟିମ ମଧ୍ୟ ପାଞ୍ଚ ଥର ଚାମ୍ପିୟନ ହୋଇଛି । 2010, 2011, 2018, 2021 ଓ 2023 ରେ ଟିମ୍ ଚାମ୍ପିୟନ ହୋଇଥିଲା । ଶେଷ ଥର ଗୁଜରାଟ ଟାଇଟନ୍ସକୁ ହରାଇ ଚେନ୍ନାଇ ଚାମ୍ପିୟନ ହୋଇଥିଲା ।

rcb xi

ଦୁଇ ଥର ଚାମ୍ପିୟନ୍ କୋଲକାତା ନାଇଟରାଇଡର୍ସ ଟିମ୍‌ର ବ୍ରାଣ୍ଡ ଭାଲ୍ୟୁ ପ୍ରାୟ 655 କୋଟି ଟଙ୍କା ରହିଛି । କୋଲକାତା 2012 ଓ 2014 ରେ ଚାମ୍ପିୟନ ହୋଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ରାଣ୍ଡ ଭାଲ୍ୟୁ 582 କୋଟି ଟଙ୍କା ।

ଗୁଜରାଟ ଟାଇଟାନ୍ସର ବ୍ରାଣ୍ଡ ଭାଲ୍ୟୁ 545 କୋଟି ଟଙ୍କା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସର ବ୍ରାଣ୍ଡ ଭାଲ୍ୟୁ 537 କୋଟି ଟଙ୍କା, ରାଜସ୍ଥାନ ରୟାଲ୍ସର ବ୍ରାଣ୍ଡ ଭାଲ୍ୟୁ 521 କୋଟି ଟଙ୍କା, ସନ ରାଇଜର୍ସ ହାଇଦ୍ରାବାଦର ବ୍ରାଣ୍ଡ ଭାଲ୍ୟୁ 401 କୋଟି ଟଙ୍କା, ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବ୍ରାଣ୍ଡ ଭାଲ୍ୟୁ 391 କୋଟି ଟଙ୍କା ଓ ପଞ୍ଜାବ କିଙ୍ଗ୍ସର ବ୍ରାଣ୍ଡ ଭାଲ୍ୟୁ 377 କୋଟି ଟଙ୍କା ରହିଛି ।