IPL ରେ ଟସ୍ ଫିକ୍ସିଂ କରି ମ୍ୟାଚ ଜିତୁଛି ମୁମ୍ବାଇ, ଅଧିନାୟକ ପାଣ୍ଡ୍ୟା ଏବଂ ମ୍ୟାଚ ରେଫ୍ରିଙ୍କ ବେଇମାନି ଭିଡ଼ିଓ ଭାଇରଲ

  1. Home
  2. IPL Special

IPL ରେ ଟସ୍ ଫିକ୍ସିଂ କରି ମ୍ୟାଚ ଜିତୁଛି ମୁମ୍ବାଇ, ଅଧିନାୟକ ପାଣ୍ଡ୍ୟା ଏବଂ ମ୍ୟାଚ ରେଫ୍ରିଙ୍କ ବେଇମାନି ଭିଡ଼ିଓ ଭାଇରଲ


ଆଇପିଏଲ୍ ୨୦୨୪ରେ ଏପର୍ଯ୍ୟନ୍ତ ସୁଦ୍ଧା ଅନେକ ସଂଘର୍ଷପୂର୍ଣ୍ଣ ତଥା ଟକ୍କରର ମ୍ୟାଚ ଦେଖିବାକୁ ମିଳିସାରିଲାଣି। ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ରଦର୍ଶନ ମିଶ୍ରିତ ରହିଛି ଦଳ ପ୍ରଥମ ତିନୋଟି ମ୍ୟାଚ ହାରିଥିବା ବେଳେ ପରେ ଲଗାତାର ଦୁଇଟି ମ୍ୟାଚ ଜିତିଥିଲା। କିନ୍ତୁ, ପୁଣିଥରେ ଏହି ଦଳ ଚେନ୍ନାଇ ଠାରୁ ମ୍ୟାଚ ହାରିଛି।

Toss fixing

ତେବେ, ନିଜ ଦଳର ପ୍ରଦର୍ଶନ ବଳରେ ମୁମ୍ବାଇ ମ୍ୟାଚ ଜିତି ପାରୁନଥିବା ହେତୁ ସେମାନଙ୍କ ଦ୍ବାରା ଟସ୍ ଫିକ୍ସିଂ କରାଯାଉଥିବା ଅଭିଯୋଗ ହୋଇଛି। ମୁମ୍ବାଇ ଏବଂ ଆରସିବି ମଧ୍ୟରେ ହୋଇଥିବା ଏହି ମ୍ୟାଚରେ ଟସ୍ ଫିକ୍ସିଂ କରାଯାଇଥିବା କୁହାଯାଉଛି। ପ୍ରକୃତରେ ଆରସିବି ଅଧିନାୟକ ଏଥିନେଇ ପ୍ୟାଟ କମିନ୍ସଙ୍କ ସହିତ ଆଲୋଚନା କରୁଥିବାର ଏକ ଭିଡ଼ିଓ ଭାଇରାଲ ହେଉଛି। 

Toss fixing

ମୁମ୍ବାଇ ଏବଂ ଆରସିବି ମଧ୍ୟରେ ହୋଇଥିବା ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଟସକୁ ନିଜ ମୁଣ୍ଡ ଉପର ଦେଇ ସମସ୍ତଙ୍କ ପଛକୁ ଫିଙ୍ଗି ଦେଇଥିଲେ। ଯାହାପରେ ମ୍ୟାଚ ରେଫ୍ରି ଜାଭାଗଲ୍ ଶ୍ରୀନାଥଙ୍କୁ ସେଠାକୁ ଯାଇ କଏନ ଆଣିବାକୁ ପଡିଥିଲା।

ତେବେ, ଶ୍ରୀନାଥ ଟସ୍ କଏନ ଉଠାଇବା ବେଳେ ଏହାକୁ ଓଲଟା ଉଠାଇଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି। ଏଥିନେଇ ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ, ଏଥିନେଇ ବିଧିବଦ୍ଧ ଭାବରେ ଆଇପିଏଲ ଏବଂ ଫ୍ରାଞ୍ଚାଇଜ୍ ଗୁଡିକ ଦ୍ୱାରା କିଛି ଅଭିଯୋଗ କିମ୍ବା ସ୍ପଷ୍ଟୀକରଣ ଦିଆଯାଇନାହିଁ।