ଆହତ ହୋଇ ବାଦ୍ ପଡ଼ିଲା ସିଏସକେର ଏହି ଷ୍ଟାର ବୋଲର! ଧୋନିଙ୍କ ମୁଣ୍ଡରେ ପଡ଼ିଲା ଚଡକ….

  1. Home
  2. IPL Special

ଆହତ ହୋଇ ବାଦ୍ ପଡ଼ିଲା ସିଏସକେର ଏହି ଷ୍ଟାର ବୋଲର! ଧୋନିଙ୍କ ମୁଣ୍ଡରେ ପଡ଼ିଲା ଚଡକ….


ବର୍ତ୍ତମାନ ସମୟରେ ଆଇପିଏଲ ଲିଗର ଶେଷ ପର୍ଯ୍ୟାୟ ଏକ ପ୍ରକାର ଆରମ୍ଭ ହୋଇ ସାରିଲାଣି। ପ୍ଲେ-ଅଫ୍ ପାଇଁ ଉଭୟ କେକେଆର୍ ଏବଂ ରାଜସ୍ଥାନ ରାୟଲ୍ସ ଯୋଗ୍ୟତା ଅର୍ଜନ କରି ସାରିଥିବା ବେଳେ ସିଏସକେ, ଡିସି, ଏଲଏସଜି ଏବଂ ଏସଆରଏଚ୍ ଦୌଡ଼ରେ ରହିଛନ୍ତି। ଅନ୍ୟପକ୍ଷରେ ଆରସିବି, ପଞ୍ଜାବ କିଂଗ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ପାଖରେ ମଧ୍ୟ ପ୍ଲେ-ଅଫରେ ପହଞ୍ଚିବା ପାଇଁ କ୍ଷୀଣ ସୁଯୋଗ ରହିଛି।

Pathirana

ବର୍ତ୍ତମାନ ସମୟରେ ପଞ୍ଜାବକୁ ହରାଇବା ପରେ ଚେନ୍ନାଇ ଦଳ ପଏଣ୍ଟସ୍ ଟେବୁଲରେ ତୃତୀୟ ସ୍ଥାନରେ ରହିଛି। କିନ୍ତୁ, ଅଗମୀ ମ୍ୟାଚ ଗୁଡିକ ପାଇଁ ଚେନ୍ନାଇର ଅସୁବିଧା ବଢିବାକୁ ଯାଉଛି। ଚେନ୍ନାଇ ଦଳର ପ୍ରମୁଖ କିଛି ବୋଲର ବର୍ତ୍ତମାନ ଆଘାତଜନିତ ସମସ୍ୟା ହେତୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଏବେ ଶ୍ରୀଲଙ୍କାର ଫାଷ୍ଟ ବୋଲର ମଥିସା ପଥିରାନା ମଧ୍ୟ ଚଳିତ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି।

Pathirana

ପଥିରାନା ହାମଷ୍ଟ୍ରିଙ୍ଗରେ ଆଘାତ ଲାଗିଥିବା ହେତୁ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡ଼ିଛନ୍ତି। ଏହି ସମସ୍ୟା ହେତୁ ସେ ଆଇପିଏଲର ପ୍ରଥମ କିଛି ମ୍ୟାଚ ମଧ୍ୟ ଖେଳି ପାରିନଥିଲେ। ଏବେ ସେ ଭାରତ ଛାଡ଼ି ଶ୍ରୀଲଙ୍କା ଫେରିଯାଇଛନ୍ତି। ଯାହାକି ଆଗାମୀ ମ୍ୟାଚ ଗୁଡିକ ପାଇଁ ଚେନ୍ନାଇର ମୁଣ୍ଡବ୍ୟଥାର କାରଣ ପାଲଟିଛି। 

Deepak chahar

ପ୍ରଥମରୁ ହିଁ ଦୀପକ ଚହର ଆଘାତଜନିତ ସମସ୍ୟା ହେତୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିସାରିଛନ୍ତି। ମୁସ୍ତାଫିଜୁର ରେହମାନ ମଧ୍ୟ ବିଶ୍ୱକପ ପ୍ରସ୍ତୁତି ପାଇଁ ନିଜ ଦେଶକୁ ଫେରି ସାରିଛନ୍ତି। ଏଭଳି ପରିସ୍ଥିତିରେ ଚେନ୍ନାଇ ସାର୍ଧୁଲ ଠାକୁର ଏବଂ ତୁଷାର ଦେଶପାଣ୍ଡେଙ୍କ ଉପରେ ନିର୍ଭର କରୁଛି। ସିମରଜିତ ସିଂ ମଧ୍ୟ ଗତ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡର ରିଚାର୍ଡ ଗ୍ଲିସନ୍ ମଧ୍ୟ ଚେନ୍ନାଇ ପାଇଁ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଅଛି।