ଲଗାତାର ତୃତୀୟ ମ୍ୟାଚ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ! ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଡିଲା ଗାଳି, ରିୟାନ ପରାଗ ଓ ଟ୍ରେଣ୍ଟ ବୋଲ୍ଟ ସାଜିଲେ ହିରୋ….

  1. Home
  2. IPL Special

ଲଗାତାର ତୃତୀୟ ମ୍ୟାଚ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ! ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଡିଲା ଗାଳି, ରିୟାନ ପରାଗ ଓ ଟ୍ରେଣ୍ଟ ବୋଲ୍ଟ ସାଜିଲେ ହିରୋ….


ଆଇପିଏଲ ୨୦୨୪ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି। ଗୁଜୁରାଟ ଏବଂ ହାଇଦ୍ରାବାଦ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚ୍ ହାରିଯିବା ପରେ ହାର୍ଦ୍ଦିକଙ୍କ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଘରୋଇ ୱାନଖେଡେ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଜିତିବ ବୋଲି ଆଶା କରାଯାଉଥିଲା।

Mi vs gt

ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ  ୬ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହା ମୁମ୍ବାଇର କ୍ରମାଗତ ତୃତୀୟ ପରାଜୟ ଅଟେ ଏବଂ ଏହି ପରାଜୟ ହେତୁ ହାର୍ଦ୍ଦିକଙ୍କ ସମସ୍ୟା ବୃଦ୍ଧି ପାଇଛି। ଜିତିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ଦଳକୁ ୧୨୬ ରନର ଲକ୍ଷ ଦେଇଥିଲା।  

Parag

ଏହି ଟାର୍ଗେଟ ଛୋଟ ଥିଲା କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ୪୮ ରନ ମଧ୍ୟରେ ଜୟସୱାଲ, ସାମସନ ଏବଂ ବଟଲରଙ୍କୁ ଆଉଟ କରି ରାଜସ୍ଥାନ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଦଳ ଏଠାରୁ ବିଜୟର ରାସ୍ତା ଦେଖୁଥିବା ବେଳେ କିନ୍ତୁ ରିୟାନ୍ ପାରାଗ ସ୍ତମ୍ଭ ପରି ଠିଆ ହୋଇ ରହିଥିଲେ। ଧର୍ଯ୍ୟ ଏବଂ ଗମ୍ଭୀରତା ସହିତ ଏହି ୨୨ ବର୍ଷୀୟ ଖେଳାଳି ରାଜସ୍ଥାନକୁ ବିଜୟ ଦ୍ୱାରକୁ ନେଇ ଯାଇଥିଲେ।

Rr vs mi

ପାରାଗ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୩୯ ବଲରେ ୩ ଛକା ଓ ୫ ଚୌକା ସହିତ ୫୪ ରନର ଅପରାଜିତ ଇନିଂସ ଖେଳି ରାଜସ୍ଥାନ ରୟଲ୍ସକୁ ବିଜୟ ପ୍ରଦାନ କରିଥିଲେ। ପରାଗ୍ ଆର ଅଶ୍ୱିନ୍ (୧୬) ଙ୍କ ଠାରୁ ଭଲ ସମର୍ଥନ ପାଇଥିଲେ। ଚତୁର୍ଥ ୱିକେଟ୍ ପାଇଁ ଦୁହେଁ ୪୦ ରନର ଭାଗିଦାରୀ କରିଥିଲେ। ୧୫.୩ ଓଭରରେ ୪ ଟି ୱିକେଟ୍ ପାଇଁ ଦଳ ୧୨୭ ରନ୍ ସଂଗ୍ରହ କରି ୬ ୱିକେଟରେ ମ୍ୟାଚ୍ ଜିତିଥିଲା।


ଏହା ରାଜସ୍ଥାନର କ୍ରମାଗତ ତୃତୀୟ ବିଜୟ ଥିଲା ଏବଂ ଏହି ବିଜୟ ସହିତ ଦଳ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। ଟସ୍ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ବେଳେ ଦଳର ପ୍ରଶଂସକମାନେ ଏକ ବଡ଼ ସ୍କୋର ଆଶା କରିଥିଲେ କିନ୍ତୁ ଟ୍ରେଣ୍ଟ ବୋଲ୍ଟ ପ୍ରଥମ ଓଭରରେ ରୋହିତ ଶର୍ମା ଏବଂ ନାମାନ ଧୀରଙ୍କୁ ପାଭିଲିୟନକୁ ପଠାଇ ଦଳର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।


ଏହା ପରେ ବୋଲ୍ଟ ଡିୱାଲ୍ଡ ବ୍ରେଭିସଙ୍କୁ ମଧ୍ୟ ଆଉଟ କରିଥିଲେ। ଏହାପରେ ୟୁଜବେନ୍ଦ୍ର ଚହଲ ତାଙ୍କ ସ୍ପିନ୍‌ରେ ସମସ୍ତଙ୍କୁ ନଚାଇଥିଲେ ଏବଂ ୩ଟି ୱିକେଟ୍ ନେଇ ମୁମ୍ବାଇକୁ ୨୦ ଓଭରରେ ମାତ୍ର ୧୨୫ ରେ ସୀମିତ ରଖିବାରେ ସଫଳ ହୋଇପାରିଥିଲେ। ମୁମ୍ବାଇର ଏହି ପରାଜୟ ପରେ କ୍ୟାପଟେନ ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।