ଏହି ୫ ଖେଳାଳିଙ୍କୁ ନିଶ୍ଚିତ ଭାବରେ ରିଟେନ୍ କରିବାକୁ ଚାହିଁବ ଆରସିବି! ଜାଣନ୍ତୁ କିଏ ଅଛନ୍ତି ଏହି ଲିଷ୍ଟରେ….
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗର ଅନ୍ୟତମ ପ୍ରସିଦ୍ଧ ଫ୍ରାଞ୍ଚାଇଜ୍। ଅନେକ ପ୍ରତିଭାବାନ ଖେଳାଳି ଏହି ଦଳକୁ ପ୍ରତିନିଧିତ୍ୱ କରି ସାରିଛନ୍ତି। କ୍ରିସ୍ ଗେଲ୍, ସେନ ୱାଟସନ, ଏବି ଡି ଭିଲିୟର୍ସଙ୍କ ଭଳି ଶକ୍ତିଶାଳୀ ଖେଳାଳି ମଧ୍ୟ ଏହି ଦଳର ଅଂଶ ରହିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଦଳ ଟ୍ରଫି ହାସଲ କରିବାରେ ସକ୍ଷମ ହୋଇନାହିଁ। ଏପରିକି ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମଧ୍ୟ ଆରସିବିକୁ ଅଧିନାୟକ ଭାବେ ଚାମ୍ପିୟନ କରାଇ ପାରିନଥିଲେ।
ପ୍ରତ୍ୟେକ ସିଜନ ଦଳ ନୂତନ ଆଶା ସହିତ ପଡ଼ିଆରେ ପ୍ରବେଶ କରେ, କିନ୍ତୁ ଶେଷରେ ଏହାକୁ ନିରାଶାର ସମ୍ମୁଖୀନ ହେବାକୁ ପଡିଥାଏ। ଆଇପିଏଲ୍ ୨୦୨୫ ରେ ମଧ୍ୟ ଆରସିବି ଖେଳାଳିମାନେ ଟ୍ରଫି ଜିତିବା ଉଦ୍ଦେଶ୍ୟରେ ପଡିଆକୁ ଓଲ୍ହାଇବେ। କିନ୍ତୁ ଏହାପୂର୍ବରୁ, ସେହି ୫ ଖେଳାଳିଙ୍କ ଉପରେ ନଜର ପକାଇବା, ଯେଉଁମାନଙ୍କୁ ଏହି ଫ୍ରାଞ୍ଚାଇଜ୍ ରିଟେନ କରିପାରେ।
୧. ବିରାଟ କୋହଲି:- ଫ୍ରାଞ୍ଚାଇଜର ବ୍ରାଣ୍ଡ ଭାବରେ ବିବେଚିତ ବିରାଟ କୋହଲିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରିଲିଜ କରିବାର ଭୁଲ କରିବନାହିଁ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅନେକ ମହାନ ଖେଳାଳି RCB ର ଏକ ଅଂଶ ହୋଇସାରିଛନ୍ତି।
କିନ୍ତୁ ଆଜି ପର୍ଯ୍ୟନ୍ତ କିଙ୍ଗ କୋହଲି ଦଳକୁ ଦେଇଥିବା ପରିଚୟ ଦେବାକୁ ଅନ୍ୟ କେହି ସକ୍ଷମ ହୋଇନାହାଁନ୍ତି। ଏହି ଦଳ ପାଇଁ ସେ ୨୫୨ ମ୍ୟାଚ୍ ଖେଳିବାବେଳେ ୮୦୦୪ ରନ୍ ସ୍କୋର କରିଛନ୍ତି। ଏହି ଅବଧିରେ ସେ ୮ଟି ଶତକ ଏବଂ ୫୫ ଅର୍ଦ୍ଧଶତକ ହାସଲ କରିଛନ୍ତି।
୨. ରଜତ ପାଟିଦାର୍:- ଆଇପିଏଲରେ ବିସ୍ଫୋରକ ପ୍ରଦର୍ଶନ ସହ ନିଜକୁ ପ୍ରମାଣିତ କରିଥିବା ରଜତ ପାଟିଦାରଙ୍କୁ ମଧ୍ୟ ଦଳ ରିଟେନ କରିପାରିବ। ତାଙ୍କର ଦୃଢ ବ୍ୟାଟିଂ ସହ ସେ ବେଙ୍ଗାଲୁରୁ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି।
ରଜତ ପାଟିଦାର ଆଇପିଏଲ୍ ୨୦୨୨ରେ ଏକ ଶତକ ସ୍କୋର କରି ତାଙ୍କ ସ୍ଥାନ ନିଶ୍ଚିତ କରିଥିଲେ। ଆରସିବି ପାଇଁ ସେ ୨୭ ଟି ମ୍ୟାଚ୍ ଖେଳି ସେ ୭୯୯ ରନ୍ ସ୍କୋର କରିଥିଲେ। ଏଥିରେ ଗୋଟିଏ ଶତକ ଏବଂ ସାତ ଅର୍ଦ୍ଧ ଶତକ ଅନ୍ତର୍ଭୁକ୍ତ ରହିଛି।
୩. ୱିଲ୍ ଜ୍ୟାକ୍ସ:- ଇଂଲଣ୍ଡ କ୍ରିକେଟ୍ ଦଳର ଅଲରାଉଣ୍ଡର ୱିଲ ଜ୍ୟାକଙ୍କୁ ଆଇପିଏଲ ୨୦୨୩ ନିଲାମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩.୨୦ କୋଟିରେ କିଣିଥିଲା। କିନ୍ତୁ ସେ ଏହି ସିଜନରେ ଖେଳିବାର ସୁଯୋଗ ପାଇନଥିଲେ। ଆଇପିଏଲ୍ ୨୦୨୪ରେ ଡେବ୍ୟୁ କରି ସେ ନିଜ ବ୍ୟାଟିଂରେ ହଇଚଇ ସୃଷ୍ଟି କରିଥିଲେ।
୩୨.୮୫ ଆଭରେଜ ସହିତ ୮ ଟି ମ୍ୟାଚ୍ ର ୮ ଇନିଂସରେ ସେ ୨୩୦ ରନ୍ ସ୍କୋର କରି ଆରସିବିକୁ ଫାଇନାଲକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ଏହି ସମୟରେ ତାଙ୍କ ବ୍ୟାଟରୁ ୧୦୦ ରନର ଏକ ସ୍ମରଣୀୟ ଇନିଂସ ଆସିଥିଲା।
୪. ମହମ୍ମଦ ସିରାଜ:- ୨୦୧୮ ଠାରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରତିନିଧିତ୍ୱ କରୁଥିବା ଫାଷ୍ଟ ବୋଲର ମହମ୍ମଦ ସିରାଜ ମଧ୍ୟ ଆଇପିଏଲ ୨୦୨୫ ରେ ଏହି ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିପାରେ। ଆରସିବି ପାଇଁ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି।ସେ ଏପର୍ଯ୍ୟନ୍ତ ୯୩ ଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି, ଏହି ଦଳ ପାଇଁ ମହମ୍ମଦ ସିରାଜ ୮୩ଟି ୱିକେଟ୍ ନେଇଛନ୍ତି।
୫. ୟଶ୍ ଦୟାଲ:- ଦୁଲିପ୍ ଟ୍ରଫିରେ ନିଜ ବୋଲିଂ ସହିତ ଭଲ ପ୍ରଦର୍ଶନ କରିଥିବା ଫାଷ୍ଟ ବୋଲର ୟଶ ଦୟାଲଙ୍କ ବର୍ତ୍ତମାନର ରୂପ ଦେଖିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ରିଲିଜ୍ କରିବାର ଭୁଲ କରିବ ନାହିଁ। ଇଣ୍ଡିଆ ଏ ବିପକ୍ଷରେ ଖେଳିବାବେଳେ ସେ ଚାରିଟି ୱିକେଟ୍ ନେଇଥିଲେ ଏବଂ ଦଳକୁ ଜିତିବାରେ ସାହାଯ୍ୟ କରିଥିଲେ।
ଏହା ପରେ ସେ ଭାରତ ବନାମ ବାଂଲାଦେଶ ଟେଷ୍ଟ ସିରିଜ୍ ପାଇଁ ମଧ୍ୟ ମନୋନୀତ ହୋଇଥିଲେ। ଆଇପିଏଲରେ ୟଶ ଦୟାଲଙ୍କ ପ୍ରଦର୍ଶନ ମଧ୍ୟ ପ୍ରଭାବଶାଳୀ ରହିଥିଲା। ସେ ୨୮ ଟି ମ୍ୟାଚର ୨୮ ଇନିଂସରେ ୨୮ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ।