CSK ଏବଂ ଧୋନି ଫ୍ୟାନ୍ସ ଙ୍କୁ ବଡ ଝଟକା, ଧୋନି ଛାଡ଼ିଲେ ଚେନ୍ନାଇ ର ଅଧିନାୟକତ୍ଵ, ଏହି ଖେଳାଳି ହେଲେ ନୂତନ ଅଧିନାୟକ

  1. Home
  2. IPL Special

CSK ଏବଂ ଧୋନି ଫ୍ୟାନ୍ସ ଙ୍କୁ ବଡ ଝଟକା, ଧୋନି ଛାଡ଼ିଲେ ଚେନ୍ନାଇ ର ଅଧିନାୟକତ୍ଵ, ଏହି ଖେଳାଳି ହେଲେ ନୂତନ ଅଧିନାୟକ


ମାର୍ଚ୍ଚ ୨୨ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ଭାରତରେ IPL ୨୦୨୪ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ ସିଏସକେ ଏବଂ ଆରସିବି ମଧ୍ୟରେ ହେବାକୁ ଯାଉଛି। ତେବେ, ଏହାରି ମଧ୍ୟରେ ଧୋନୀ ଏବଂ ସିଏସକେ ଫ୍ୟାନ୍ସ ମାନଙ୍କୁ ଏକ ବଡ଼ ଝଟକା ଲାଗିଛି। କାରଣ ୧୪ ବର୍ଷର ସଫଳ ଯାତ୍ରା ପରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ଦଳର ଅଧିନାୟକ ପଦ ଛାଡ଼ିଛନ୍ତି।

Dhoni

ଋତୁରାଜ୍ ଗାଇକୱାଡଙ୍କୁ ଦଳର ନୂତନ ଅଧିନାୟକ ଭାବରେ ଘୋଷଣା କରାଯାଇଅଛି। ଏଥିନେଇ ଦଳ ଟ୍ୱିଟ କରି ସ୍ପଷ୍ଟ କରିଛି। ଧୋନୀଙ୍କୁ IPL ଇତିହାସର ସବୁଠାରୁ ସଫଳତମ ଅଧିନାୟକ ଭାବରେ ପରିଗଣିତ କରାଯାଇଥାଏ। ତେବେ, ଟୁର୍ଣ୍ଣାମେଣ୍ଟ ମାତ୍ର ଗୋଟିଏ ଦିନ ପୂର୍ବରୁ ଧୋନୀଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରି ଦେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ହିଁ ଧୋନୀ ସିଏସକେକୁ ସେମାନଙ୍କର ପଞ୍ଚମ ଟାଇଟଲ ଜିତାଇବାରେ ସଫଳ ହୋଇଥିଲେ।

Ruturaj

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚେନ୍ନାଇ ଦଳ IPLର ୧୬ ସଂସ୍କରଣ ମଧ୍ୟରୁ ୧୪ଟି ସଂସ୍କରଣରେ ଭାଗ ନେଇଛି। ସେଥିମଧ୍ୟରୁ ଧୋନୀ ଚେନ୍ନାଇକୁ ୧୦ ଥର IPL ଫାଇନାଲରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ଚାମ୍ପିଅନ ହୋଇଛି। ସେହପରି ୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ରେ ସେ ଚେନ୍ନାଇକୁ ଫାଇନାଲ ପର୍ଯ୍ୟନ୍ତ ନେଇଥିଲେ।


ପୂର୍ବରୁ ମଧ୍ୟ IPLର ୨୦୨୨ ସଂସ୍କରଣରେ ଧୋନୀ ଅଧିନାୟକତ୍ୱ ଛାଡ଼ି ରବୀନ୍ଦ୍ର ଜାଡେଜାଙ୍କୁ ଦେଇଥିଲେ। ତେବେ, ସେହି ବର୍ଷ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ପ୍ରତିଯୋଗିତା ମଝିରେ ପୁଣିଥରେ ଧୋନୀଙ୍କୁ ଅଧିନାୟକ ପଦ ମିଳିଥିଲା। ଏଥର ମଧ୍ୟ ସିଏସକେର ଅଧିନାୟକ ହେବା ଏବଂ ଭଲ ପ୍ରଦର୍ଶନ କରିବା ଗାଇକୱାଡଙ୍କ ପାଇଁ ଏକ ବଡ଼ ଆହ୍ୱାନ ରହିବ ନିଶ୍ଚିତ।