ଧୋନି ୨୦୨୫ ଆଇପିଏଲ୍ ଖେଳିବା ନେଇ ସନ୍ଦେହ! ବିସିସିଆଇ ନେବ ବଡ଼ ନିଷ୍ପତ୍ତି…

  1. Home
  2. IPL Special

ଧୋନି ୨୦୨୫ ଆଇପିଏଲ୍ ଖେଳିବା ନେଇ ସନ୍ଦେହ! ବିସିସିଆଇ ନେବ ବଡ଼ ନିଷ୍ପତ୍ତି…


ଚଳିତବର୍ଷ ଭାରତ ଜିତିଛି ଟି-୨୦ ବିଶ୍ୱକପ! ତେବେ, ଏହାପରେ ପାକିସ୍ତାନରେ ଚମ୍ପିୟନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାପରେ ପୁଣିଥରେ ଆରମ୍ଭ ହେବ IPL। ଦୀର୍ଘ ଦୁଇମାସ ଧରି ଭାରତରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦଳ ଜିଦିକ ମଧ୍ୟରେ କଡା ପ୍ରତିଯୋଗିତା ଦେଖିବାକୁ ମିଳିବ ନିଶ୍ଚିତ। ତେବେ, ଏହା ପୂର୍ବରୁ ଅନୁଷ୍ଠିତ ହେବ ମେଗା ନିଲାମୀ।

Bcci

ପ୍ରତି ଦଳ ଭଲ ଖେଳାଳିଙ୍କୁ ନିଜ ଦଳରେ ସ୍ଥାନ ଦେବାକୁ ନିଶ୍ଚିତ ଭାବରେ ଚାହିଁବେ। ତେବେ, ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କଣ ପୁଣିଥରେ ମହେନ୍ଦ୍ର ସିଂ ଧୋନୀ ପଡିଆକୁ ଫେରିବେ? କଣ ସେ ୨୦୨୫ ବିଶ୍ୱକପ ଖେଳିବେ? ଏହାକୁ ନେଇ କେତେ ଚର୍ଚ୍ଚା କେତେ ତର୍ଜମା। ଅବଶ୍ୟ ଏହି ଷ୍ଟାର ପ୍ଲେୟାରଙ୍କ ପକ୍ଷରୁ କୌଣସି ସଠିକ୍ ସୂଚନା ମିଳିପାରିନାହିଁ।

Dhoni

ତେବେ, ସବୁଠାରୁ ବଡ଼ କଥା ହେଉଛି ଧୋନୀଙ୍କ ଖେଳିବା ନ ଖେଳିବା ଏବେ ବିସିସିଆଇର ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଆଜ୍ଞା ହଁ, ବିସିସିଆଇ ଚଳିତବର୍ଷ ନିଲାମୀରେ କିଭଳି ରିଟେନ ପଲିସି ରଖୁଛି ତାହା ଉପରେ ହିଁ ସବୁକିଛି ନିର୍ଭର କରୁଛି। ସବୁବର୍ଷ ପ୍ରତିଟି ଦଳ ୪ ଲେଖାଏଁ ଖେଳାଳି ରିଟେନ କରିଥାନ୍ତି।

Dhoni

ଚଳିତବର୍ଷ ସେପରି ହେଲେ ଧୋନୀଙ୍କ ଦଳରେ ସାମିଲ ହେବା ଆଶା କ୍ଷୀଣ ଅଟେ। ଯଦି ବିସିସିଆଇ ପକ୍ଷରୁ ୫ କିମ୍ବା ୬ ଖେଳାଳିଙ୍କୁ ରିଟେନ କରିବା ପାଇଁ ଅନୁମତି ଦିଆଯାଏ ତେବେ ଧୋନୀ ଆଗାମୀ IPL ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଚେନ୍ନାଇ ଦଳ ଋତୁରାଜ ଗାଇକୱାଡ଼, ରବୀନ୍ଦ୍ର ଜାଡେଜା, ମଥିଶା ପଥୀରାନା ଏବଂ ଶିବମ ଦୁବେଙ୍କୁ ନିଶ୍ଚିତ ଭାବରେ ଦଳରେ ରଖିବ। ତେବେ, ଅଧିକ ରିଟେନ ସମ୍ଭାବନା ରହିଥିଲେ ଚେନ୍ନାଇ ଦଳ ନିଶ୍ଚିତ ଭାବରେ ଧୋନୀଙ୍କୁ ଦଳରେ ସ୍ଥାନ ଦେବ ବୋଲି ଆଶା କରାଯାଉଛି।