ଚଳିତ ସିଜନ ପ୍ରଥମ ଥର ପାଇଁ କୌଣସି ରନ ନ କରି ଆଉଟ ହେଲେ ଧୋନି! ତଥାପି, ସୃଷ୍ଟି କରିଦେଲେ ଏହି ନୂଆ ରେକର୍ଡ….

  1. Home
  2. IPL Special

ଚଳିତ ସିଜନ ପ୍ରଥମ ଥର ପାଇଁ କୌଣସି ରନ ନ କରି ଆଉଟ ହେଲେ ଧୋନି! ତଥାପି, ସୃଷ୍ଟି କରିଦେଲେ ଏହି ନୂଆ ରେକର୍ଡ….


୪୩ ବର୍ଷୀୟ ଏମଏସ ଧୋନି CSK ତରଫରୁ ଆଇପିଏଲ ୨୦୨୪ରେ ଭାଗ ନେଉଛନ୍ତି। ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୧ ଟି ମ୍ୟାଚରେ ଧୋନି ମାତ୍ର ୨ ଟି ମ୍ୟାଚରେ ଆଉଟ୍ ହୋଇଛନ୍ତି। ଚଳିତ ସିଜନରେ ମାହି ତାଙ୍କର ବିସ୍ଫୋରକ ବ୍ୟାଟିଂ କାରଣରୁ କ୍ରିକେଟ୍ ସର୍କଲରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ୫ ମଇରେ ପଞ୍ଜାବ ଏବଂ CSK ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା। ଧୋନି ଏହି ମ୍ୟାଚରେ ଗୋଲ୍ଡେନ୍ ଡକରେ ଆଉଟ୍ ହୋଇଥିଲେ। 

Dhoni

କିନ୍ତୁ ସେ ଏହି ମ୍ୟାଚରେ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି ଏବଂ ଏହା କରିବାରେ ସେ ପ୍ରଥମ ଖେଳାଳି ସାଜିଛନ୍ତି। ଏହି ମ୍ୟାଚରେ ସେ ନିଜର ପ୍ରଥମ ବଲରେ ହିଁ ଆଉଟ୍ ହୋଇ ଯାଇଥିଲେ। ତାଙ୍କୁ ହର୍ଷଲ ପଟେଲ ବୋଲ୍ଡ ଆଉଟ କରିଥିଲେ। କିନ୍ତୁ ଏହି ମ୍ୟାଚରେ ହିଁ ଧୋନି ଆଇପିଏଲ ଇତିହାସରେ ଏକ ବଡ଼ ସଫଳତା ହାସଲ କରିଛନ୍ତି।

Dhoni

ସେ ପ୍ରଥମ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଆଇପିଏଲରେ ୧୫୦ କ୍ୟାଚ୍ ନେବାରେ ସଫଳ ହୋଇଛନ୍ତି। ସେ ୨୬୧ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି। ମ୍ୟାଚରେ ସେ ଜିତେଶ ଶର୍ମାଙ୍କ କ୍ୟାଚ୍ ନେଇ ଏଭଳି କୃତିତ୍ୱ ଅର୍ଜନ କରିଛନ୍ତି। ୱିକେଟ୍ କିପିଂ କରିବା ବ୍ୟତୀତ ଧୋନି ଏହି ସିଜନରେ ବ୍ୟାଟିଂ କରି ସମସ୍ତଙ୍କୁ ପ୍ରଭାବିତ କରୁଛନ୍ତି। ସେ ବ୍ୟାଟିଂ ଅର୍ଡରରେ ଶେଷକୁ ଆସୁଛନ୍ତି ଏବଂ CSK ପାଇଁ ଚମତ୍କାର ପ୍ରଦର୍ଶନ କରୁଛନ୍ତି।

Dhoni

ଧୋନିଙ୍କ ପରେ ଦୀନେଶ କାର୍ତ୍ତିକ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ସେ ଏପର୍ଯ୍ୟନ୍ତ ୧୪୧ ଟି କ୍ୟାଚ୍ ଧରିଛନ୍ତି। ଏହା ପରେ ରିଦ୍ଧିମାନ ସାହା ଅଛନ୍ତି। ସେ ଏପର୍ଯ୍ୟନ୍ତ ସୁଦ୍ଧା ୧୧୯ ଟି କ୍ୟାଚ୍ ନେଇଛନ୍ତି। ଚତୁର୍ଥ ସ୍ଥାନରେ ଋଷବ ପନ୍ତଙ୍କ ନାମ ଅଛି, ସେ ଏପର୍ଯ୍ୟନ୍ତ ୭୫ଟି କ୍ୟାଚ୍ ନେଇଛନ୍ତି। ପାର୍ଥିବ ପଟେଲ ପଞ୍ଚମ ୬୫ଟି କ୍ୟାଚ ନେଇ ପଞ୍ଚମ ସ୍ଥାନରେ ଅଛନ୍ତି। ଚଳିତ ଆଇପିଏଲରେ ଏମଏସ ଧୋନି ୧୧ ଟି ମ୍ୟାଚରେ ଭାଗ ନେଇଛନ୍ତି, ଯେଉଁଥିରେ ସେ ୭ ଟି ଇନିଂସରେ ୫୫ ରନର ଆଭରେଜ ସହିତ ୧୧୦ ରନ୍ ସଂଗ୍ରହ କରିଛନ୍ତି। ମାହି ଏପର୍ଯ୍ୟନ୍ତ ୯ଟି ଛକା ଓ ୧୦ଟି ଚୌକା ମାରିଛନ୍ତି।