IPL ରେ ଧୋନି ଏବଂ ପାଣ୍ଡ୍ୟା ନୁହଁନ୍ତି, ଏହି ଅଧିନାୟକ ନେଉଛନ୍ତି ସର୍ବାଧିକ ଟଙ୍କା, ଦରମା ପୁରସ୍କାର ରାଶିଠାରୁ ଅଟେ ଅଧିକ

  1. Home
  2. IPL Special

IPL ରେ ଧୋନି ଏବଂ ପାଣ୍ଡ୍ୟା ନୁହଁନ୍ତି, ଏହି ଅଧିନାୟକ ନେଉଛନ୍ତି ସର୍ବାଧିକ ଟଙ୍କା, ଦରମା ପୁରସ୍କାର ରାଶିଠାରୁ ଅଟେ ଅଧିକ


ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ୍ ୨୦୨୪ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ସମସ୍ତ ଦଳ ସେମାନଙ୍କ ପ୍ରଶିକ୍ଷଣ ଶିବିରରେ ଅଭ୍ୟାସ ଆରମ୍ଭ କରିଛନ୍ତି।  ପ୍ରଶଂସକମାନେ ଉତ୍ସାହର ସହିତ ଏହି ପ୍ରତିଯୋଗିତାକୁ ଅପେକ୍ଷା କରିଛନ୍ତି। ଖେଳାଳି କିଣିବା ପାଇଁ ଦଳ ଗୁଡିକ ନିଲାମରେ ମୋଟ ୨୩୦.୪୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। 

Auction

୩୩୩ ଖେଳାଳି ବିଡ୍ ପାଇଁ ପ୍ରସ୍ତୁତ ହୋଇଥିଲେ, ଯେଉଁଥିରେ ୨୧୪ ଭାରତୀୟ ଖେଳାଳି ଏବଂ ଅନ୍ୟ ଦେଶର ୧୧୯ ଖେଳାଳି ଅନ୍ତର୍ଭୁକ୍ତ ରହିଥିଲେ ମଧ୍ୟ ନିଲାମରେ କେବଳ ୭୨ ଜଣ ଖେଳାଳି ଚୁକ୍ତି ପାଇପାରିଥିଲେ। ଏଥର ପ୍ରଶଂସକମାନେ ଆଇପିଏଲରେ ଅନେକ ନୂଆ ଜିନିଷ ଦେଖିବାକୁ ପାଇବେ। ଅନେକ ଦଳ ମଧ୍ୟ ସେମାନଙ୍କର ଅଧିନାୟକ ପରିବର୍ତ୍ତନ କରିଛନ୍ତି। ତେବେ, କେଉଁ ଦଳର ଅଧିନାୟକ କେତେ ବେତନ ପାଉଛନ୍ତି ଏବଂ କେଉଁ ଦଳର ମହଙ୍ଗା ଅଧିନାୟକ ଅଛନ୍ତି ସେ ବିଷୟରେ ଆସନ୍ତୁ ଜାଣିବା:-

Hardik

ଆଇପିଏଲ୍ ୨୦୨୪ ପାଇଁ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ପଦକ୍ଷେପ ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଗୁଜୁରାଟ ଟାଇଟାନ୍ସ ସହିତ ୧୫ କୋଟି ଟଙ୍କାର ଟ୍ରେଡ଼ କରିଥିଲା। ଏହା ପରେ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ନୂତନ ଅଧିନାୟକ ହୋଇଥିଲେ।  କିନ୍ତୁ ଏହା ସତ୍ତ୍ୱେ ସେ ସର୍ବାଧିକ ରୋଜଗାର କରୁଥିବା ଅଧିନାୟକ ନୁହଁନ୍ତି।  ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ଏମଏସ ଧୋନି ମଧ୍ୟ ଆଇପିଏଲର ଏହି ସିଜନ ସର୍ବାଧିକ ବେତନ ପାଉନାହାଁନ୍ତି।  ଏଭଳି ପରିସ୍ଥିତିରେ ସେହି ଅଧିନାୟକ କିଏ ଯିଏ ଚଳିତବର୍ଷ ସର୍ବାଧିକ ବେତନ ସହିତ ଅଧିନାୟକ ହେବେ?

ଏଥର ଆଇପିଏଲ୍ ୨୦୨୪ ପାଇଁ କରାଯାଇଥିବା ନିଲାମରେ ଦୁଇଟି ବଡ଼ ଏବଂ ଐତିହାସିକ ବିଡ୍ କରାଯାଇଥିଲା। ଯେଉଁଥିରେ ଅଷ୍ଟ୍ରେଲିଆର ସବୁଠୁ ବଡ ତାରକା ଖେଳାଳି ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସଙ୍କୁ ୨୦କୋଟିରୁ ଅଧିକ ଟଙ୍କା ମିଳିଥିଲା। ୨୦୨୩ ମସିହାରେ ବିଶ୍ୱକପ ଜିତିବା ପାଇଁ ଅଷ୍ଟ୍ରେଲିଆର ନେତୃତ୍ୱ ନେଇଥିବା ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ଦଳ ଦ୍ୱାରା ଏହାର ଅଧିନାୟକ ଘୋଷଣା କରାଯାଇଅଛି।  

Cummins

ଆଇପିଏଲ୍ ୨୦୨୪ ରେ ପ୍ୟାଟ୍ କମିନ୍ସ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଧିନାୟକ ହେବେ। ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୨୦.୫୦ କୋଟି ଟଙ୍କାରେ ଦଳରେ ଅନ୍ତର୍ଭୁକ୍ତ କରିଛି।  ଲକ୍ଷ୍ନୌ ସୁପର ଜାୟଣ୍ଟସ୍ (LSG) ଅଧିନାୟକ ଭାବରେ ୧୭ କୋଟି ଟଙ୍କା ରୋଜଗାର କରୁଥିବା କେ.ଏଲ୍ ରାହୁଲଙ୍କୁ ପ୍ୟାଟ୍ କମିନ୍ସ ଅତିକ୍ରମ କରିଛନ୍ତି।

Rahul

ଆଇପିଏଲରେ ସର୍ବାଧିକ ଟଙ୍କା ପାଉଥିବା ଅଧିନାୟକଙ୍କ ତାଲିକା:-

୧. ପ୍ୟାଟ୍ କମିନ୍ସ- ୨୦.୫୦ କୋଟି (ସନରାଇଜର୍ସ ହାଇଦ୍ରାବାଦ)

୨.କେ.ଏଲ୍ ରାହୁଲ - ୧୭ କୋଟି ଟଙ୍କା (ଲକ୍ଷ୍ନୌ ସୁପର ଜାୟଣ୍ଟସ୍)

୩.ଋଷଭ ପନ୍ତ- ୧୬ କୋଟି (ଦିଲ୍ଲୀ କ୍ୟାପିଟାଲ୍ସ)

୪.ହାର୍ଦ୍ଦିକ ପାଣ୍ଡ୍ୟା- ୧୫ କୋଟି (ମୁମ୍ବାଇ ଇଣ୍ଡିଆନ୍ସ)

୫. ସଞ୍ଜୁ ସାମସନ- ୧୪ କୋଟି (ରାଜସ୍ଥାନ ରୟଲ୍ସ)

୬. ଶ୍ରେୟସ୍ ଆୟର- ୧୨.୨୫ କୋଟି (କେକେଆର୍)

୭. ଏମ୍. ଏସ୍ ଧୋନି- 12 କୋଟି (ଚେନ୍ନାଇ ସୁପର କିଙ୍ଗସ୍)

୮. ଶିଖର ଧାୱନ- ୮.୨୫ କୋଟି (ପଞ୍ଜାବ କିଙ୍ଗସ୍)

୯. ଫାଫ୍ ଡୁ ପ୍ଲେସିସ୍- ୭ କୋଟି (ରୟଲ ଚ୍ୟାଲେଞ୍ଜନର୍ସ ବାଙ୍ଗାଲୋର)

୧୦. ଶୁଭମାନ ଗିଲ- ୭ କୋଟି (ଗୁଜୁରାଟ ଟାଇଟାନ୍ସ)