ୟସ୍ ଠାକୁର ଓ ସ୍ପିନରମାନଙ୍କର ଚମତ୍କାର ବୋଲିଂ! ଲୋ ସ୍କୋରିଂ ମ୍ୟାଚରେ ଗୁଜୁରାଟକୁ ହରାଇଲା ଲଖ୍ନୌ….

  1. Home
  2. IPL Special

ୟସ୍ ଠାକୁର ଓ ସ୍ପିନରମାନଙ୍କର ଚମତ୍କାର ବୋଲିଂ! ଲୋ ସ୍କୋରିଂ ମ୍ୟାଚରେ ଗୁଜୁରାଟକୁ ହରାଇଲା ଲଖ୍ନୌ….


ଲକ୍ଷ୍ନୌ ସୁପରଜାୟଣ୍ଟସ୍ ନିଜ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଗତକାଲି ଗୁଜୁରାଟ ଟାଇଟାନ୍ସକୁ ୩୩ ରନ୍ ରେ ପରାସ୍ତ କରିଛି। ସିଜିନର ଚତୁର୍ଥ ମ୍ୟାଚରେ ଲକ୍ଷ୍ନୌ ଦଳ ଏହାର ତୃତୀୟ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଲକ୍ଷ୍ନୌ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଲକ୍ଷ୍ନୌ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୬୩ ରନ୍ ସ୍କୋର କରିଥିଲା।  

Gt vs lsg

ଏହା ପରେ ଗୁଜୁରାଟକୁ ୧୩୦ ରନରେ ଅଲଆଉଟ୍ କରି ୩୩ ରନରେ ମ୍ୟାଚ୍ ଜିତିଥିଲେ। ଆସନ୍ତୁ ଜାଣିବା ମ୍ୟାଚ୍ ପରେ କେ.ଏଲ୍ ରାହୁଲ କ’ଣ ପ୍ରତିକ୍ରିୟା ରଖିଛନ୍ତି:-

ବିଜୟ ପରେ କେ.ଏଲ୍ ରାହୁଲ କହିଛନ୍ତି ଯେ, “ମୁଁ ଏହି ବିଜୟକୁ ଏକ ସାଧାରଣ ବିଜୟ ଭାବରେ ଗ୍ରହଣ କରିବାକୁ ଚାହୁଁଛି। ମୁଁ ଏହା ଉପରେ ଅଧିକ କହିବାକୁ ଚାହେଁ ନାହିଁ। ପାୱାର ପ୍ଲେରେ ୨ ୱିକେଟ୍ ହରାଇବା ପରେ ୧୭୦-୧୮୦ ସ୍କୋର ବହୁତ କଷ୍ଟସାଧ୍ୟ ଥିଲା। ଆମେ କେବଳ କ୍ରିଜରେ ନିଜକୁ ବଜାୟ ରଖିବାକୁ ଚେଷ୍ଟା କରିଥିଲୁ ଏବଂ ଯଥାସମ୍ଭବ ରନ୍ ସ୍କୋର କରିଥିଲୁ”।

Yash thakur

ସେ ଆହୁରି କହିଛନ୍ତି ଯେ, “ଆମର ଯୁବ ବୋଲିଂ ଲାଇନଅପ୍ ଅଛି। ମୁଁ ଖୁସି ଯେ ସେମାନେ ପିଚ୍ କୁ ଶୀଘ୍ର ବୁଝି ପାରୁଛନ୍ତି ଏବଂ ଭଲ ବୋଲିଂ କରୁଛନ୍ତି ଏଥିସହିତ ଦଳ ଜିତିବାରେ ସାହାଯ୍ୟ କରୁଛନ୍ତି। ଗତ ସିଜନରେ ମଧ୍ୟ ସେହି ସମାନ ବୋଲର ଥିଲେ। ସେ ତାଙ୍କର ଭୂମିକା ବୁଝୁଛନ୍ତି। ଆମ୍ଭମାନଙ୍କୁ ମଧ୍ୟ ହୋମ୍ ଗ୍ରାଉଣ୍ଡର ସୁବିଧା ମିଳୁଛି। ମୁଁ ଆଶା କରୁଛି ଭବିଷ୍ୟତରେ ସେମାନେ ଏହି ପ୍ରଦର୍ଶନ ଜାରି ରଖିବେ। ଆମର ତିନି ସ୍ପିନର ଭଲ ବୋଲିଂ କରିଥିଲେ”।

୧୬୦ ରୁ ଅଧିକ ସ୍କୋର କରିବା ପରେ ପ୍ରତ୍ୟେକ ଥର ଜିତିବାର ରେକର୍ଡ ବହୁତ ଭଲ ଅଟେ। ୧୬୪ ର ଲକ୍ଷ୍ୟ ଗୁଜୁରାଟ ପାଇଁ କଷ୍ଟସାଧ୍ୟ ନଥିଲା କିନ୍ତୁ ଲକ୍ଷ୍ନୌର ବୋଲରମାନେ ବିଶେଷ କରି ସ୍ପିନରମାନେ ଗୁଜୁରାଟ ପାଇଁ ଏହା ଅସମ୍ଭବ କରିଦେଇଥିଲେ। ରବି ବିସ୍ନୋଇ, କ୍ରୁନାଲ ପାଣ୍ଡ୍ୟା ଲକ୍ଷ୍ନୌ ପକ୍ଷରୁରୁ ଚମତ୍କାର ବୋଲିଂ କରିଥିଲେ ଏବଂ ଏହା ପରେ ଯଶ ଠାକୁର ଗୁଜୁରାଟ ବ୍ୟାଟ୍ସମ୍ୟାନମାନଙ୍କୁ ତାଙ୍କ ବୋଲିଂ ଦ୍ୱାରା ଘାଇଲା କରି ଦେଇଥିବା ରାହୁଲ କହିଛନ୍ତି।

Lsg

୪ ଓଭରରେ ମାତ୍ର ୧୧ ରନ୍ ଦେଇ କ୍ରୁନାଲ ପାଣ୍ଡ୍ୟା ୩ ୱିକେଟ୍ ନେଇଥିଲେ।  ରବି ବିସ୍ନୋଇ ୨ ଓଭରରେ ୮ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।  ଏହା ପରେ ଯଶ ଠାକୁରଙ୍କ ଯାଦୁ ସାମ୍ନାକୁ ଆସିଥିଲା। ୩.୫ ଓଭରରେ ଏହି ଯୁବ ବୋଲର ୩୦ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। ଏହି ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ମନୋନୀତ କରାଯାଇଥିଲା।

Win

୧୬୪ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଗୁଜୁରାଟ ଟାଇଟାନ୍ସ ଭଲ ଆରମ୍ଭ କରିଥିଲା। ଶୁଭମାନ ଗିଲ, କେନ ୱିଲିୟମସନ ଏବଂ ବିଜୟ ଶଙ୍କରଙ୍କ ଭଳି ଖେଳାଳି ଭଲ ଖେଳିନଥିଲେ ଯେଉଁଥିପାଇଁ ଗୁଜୁରାଟ ମାତ୍ର ୧୩୦ ରନରେ ଅଲଆଉଟ ହୋଇଯାଇଥିଲା। ସାଇ ସୁଦର୍ଶନ ୩୧ ରନ୍ ଏବଂ ରାହୁଲ ତେୱାତିଆ ଗୁଜୁରାଟ ପାଇଁ ୩୦ ରନ୍ ସ୍କୋର କରିଥିଲେ।