CSK, RCB କି MI ନୁହେଁ ବରଂ IPL ୨୦୨୪ରେ ଏହି ଦଳର ରହିଛି ଭୟଙ୍କର ବ୍ୟାଟିଂ ଲାଇନଅପ୍….

  1. Home
  2. IPL Special

CSK, RCB କି MI ନୁହେଁ ବରଂ IPL ୨୦୨୪ରେ ଏହି ଦଳର ରହିଛି ଭୟଙ୍କର ବ୍ୟାଟିଂ ଲାଇନଅପ୍….


ଆଇପିଏଲର ୧୭ ତମ ସଂସ୍କରଣ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ଚେପକ୍ ଗ୍ରାଉଣ୍ଡରେ ପାଞ୍ଚ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଆଇପିଏଲ୍ ଇତିହାସକୁ ଦେଖିବାକୁ ଗଲେ, ଚେନ୍ନାଇ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ସବୁଠାରୁ ସଫଳ ଦଳ ହୋଇପାରିଛନ୍ତି ଏବଂ ବୋଧହୁଏ ସେଥିପାଇଁ ଲୋକପ୍ରିୟତା ଦୃଷ୍ଟିରୁ ଉଭୟ ଦଳ ସମସ୍ତଙ୍କୁ ପଛକୁ ପକାଇ ଦେଇଛନ୍ତି।

Dc

ତେବେ, ଆଗାମୀ ସିଜନରେ ଗୋଟିଏ ଦଳର ମଧ୍ୟମକ୍ରମ ଯଥେଷ୍ଟ ଶକ୍ତିଶାଳୀ ରହିଛି। ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଆକାଶ ଚୋପ୍ରା ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ଆଇପିଏଲ୍ ୨୦୨୪ର ସବୁଠାରୁ ବିପଜ୍ଜନକ ଶୀର୍ଷ କ୍ରମ ଭାବରେ ମଧ୍ୟ ଏହାକୁ ଗ୍ରହଣ କରାଯାଉଅଛି। ଆଇପିଏଲ୍ ୨୦୨୪ ଆରମ୍ଭ ପୂର୍ବରୁ ପୂର୍ବତନ ଖେଳାଳି ତଥା ସମୀକ୍ଷକ ଆକାଶ ଚୋପ୍ରା ତାଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂକ୍ରମକୁ ପ୍ରଶଂସା କରିଛନ୍ତି।

Shaw

ତାଙ୍କ ବାର୍ତ୍ତାଳାପରେ ସେ ଦଳର ଓପନର୍ ପୃଥ୍ବୀ ସ’ ଏବଂ ଡେଭିଡ ୱାର୍ନରଙ୍କ ବ୍ୟତୀତ ମଧ୍ୟମ ଭାଗର ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀର ଏକ ବିସ୍ଫୋରକ ଟପ୍ ଅର୍ଡର ରହିଛି। ପୃଥ୍ବୀ ସ’ ଏବଂ ଡେଭିଡ ୱାର୍ନର ବଡ଼ ହିଟ୍ ମାରିପାରିବେ। ପୃଥ୍ବୀ ପୂର୍ବରୁ ଆଇପିଏଲରେ ଗୋଟିଏ ଓଭରରେ ୬ଟି ଚୌକା ମାରି ସାରିଛନ୍ତି। ତଥାପି, କିଛି ବର୍ଷ ମଧ୍ୟରେ ଅନେକ ଜିନିଷ ବଦଳି ଯାଇଛି। ଯଦି ଡେଭିଡ ୱାର୍ଣ୍ଣର ଆକ୍ରମଣାତ୍ମକ ଭାବରେ ବ୍ୟାଟିଂ କରନ୍ତି ତେବେ ଶ’ଙ୍କ ପାଇଁ ସହଜ ହେବ।

Warner

ଏହା ବ୍ୟତୀତ ଦଳର ମଧ୍ୟମକ୍ରମ ସବୁଠାରୁ ମାରାତ୍ମକ ବୋଲି ଆକାଶ କରିଛନ୍ତି। ସେ କହିଛନ୍ତି ଯେ ମିଚେଲ ମାର୍ଶ ବଡ଼ ସଟ୍ ଖେଳିପାରନ୍ତି। ତାଙ୍କ ପରେ ଋଷଭ ପନ୍ତ ଅଛନ୍ତି। ଯଦି ପନ୍ତଙ୍କ ପରେ ଟ୍ରିଷ୍ଟନ୍ ଷ୍ଟବ୍ସଙ୍କୁ ପଞ୍ଚମ ସ୍ଥାନରେ ରଖାଯାଏ, ତେବେ ଦିଲ୍ଲୀର ବ୍ୟାଟିଂ ଲାଇନଅପ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିପାରେ। ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ସହିତ ଦିଲ୍ଲୀ ଅଧିକ ଶକ୍ତିଶାଳୀ ହୋଇଛି ବୋଲି ଆକାଶ ଅନୁଭବ କରନ୍ତି। ପନ୍ତଙ୍କ ଉପସ୍ଥିତି ଯୋଗୁଁ ଦିଲ୍ଲୀ ଦଳ ଅଧିକ ଶକ୍ତିଶାଳୀ ହୋଇଛି। ଡିସେମ୍ବର ୨୦୨୨ ରେ ପନ୍ତଙ୍କର ଏକ କାର ଦୁର୍ଘଟଣା ଘଟିଥିଲା, ଯେଉଁଥିପାଇଁ ସେ ଆଇପିଏଲ ୨୦୨୩ ରେ ଅଂଶଗ୍ରହଣ କରିପାରିନଥିଲେ। ତାଙ୍କ ଅନୁପସ୍ଥିତିରେ ଡେଭିଡ ୱାର୍ଣ୍ଣର ଦିଲ୍ଲୀର ଅଧିନୟକତ୍ୱ ନେଇଥିଲେ ଏବଂ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ମାତ୍ର ଗୋଟିଏ ବର୍ଷ ପରେ ପନ୍ତ ଦିଲ୍ଲୀ ଦଳକୁ ଫେରିଛନ୍ତି।

Pant

ଏଥର ଅଧିନାୟକତ୍ୱ ବ୍ୟତୀତ ତାଙ୍କୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭୂମିକାରେ ଦେଖିବାକୁ ମିଳିବ। ସେ ଫେରିବା ପରେ ଦଳର ବ୍ୟାଟିଂ ବିଭାଗ ଅଧିକ ଶକ୍ତିଶାଳୀ ହୋଇଛି। ଯଦି ପନ୍ତଙ୍କ ବ୍ୟତୀତ ଅନ୍ୟ ବ୍ୟାଟରମାନେ ଭଲ ପ୍ରଦର୍ଶନ କରନ୍ତି ତେବେ ଦଳ ପ୍ଲେ ଅଫ୍ ଦୌଡ଼ରେ ବଜାୟ ରହିବ। ପ୍ରକୃତରେ ଆଇପିଏଲ୍ ୨୦୨୩ ରେ, ଡେଭିଡ ୱାର୍ନର ଗୋଟିଏ ପ୍ରାନ୍ତରୁ ବହୁତ ରନ୍ ସ୍କୋର କରିଥିଲେ, କିନ୍ତୁ ପୃଥ୍ବୀ ଶ’ ନିରାଶାଜନକ ପ୍ରଦର୍ଶନ କରିଥିଲେ। ପ୍ରାୟ ସମସ୍ତ ମ୍ୟାଚରେ ଓପନିଂ ଯୋଡି ଏକ ବଡ଼ ଭାଗିଦାରୀ ଗଢ଼ିବାରେ ବିଫଳ ହୋଇଥିଲେ।

ୱାର୍ଣ୍ଣରଙ୍କ ବିଷୟରେ କହିବାକୁ ଗଲେ ସେ ୩୬.୮୬ ଆଭରେଜ୍ ସହିତ ୧୪ ଟି ମ୍ୟାଚରେ ୫୧୬ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୬ ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ଥିଲା। ସେ ପ୍ରାୟ ସମସ୍ତ ମ୍ୟାଚ୍‌ରେ ଭଲ ଇଣ୍ଟେଣ୍ଟରେ ବ୍ୟାଟିଂ କରି ବିପକ୍ଷ ବୋଲରମାନଙ୍କୁ ସ୍ତବ୍ଧ କରିଦେଇଥିଲେ। ଅନ୍ୟପକ୍ଷରେ ପୃଥ୍ବୀ ୭ ଟି ମ୍ୟାଚରେ ଖରାପ ପ୍ରଦର୍ଶନ କରିଥିଲେ ଏବଂ କେବଳ ଗୋଟିଏ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ। ଶ’ ମାତ୍ର ୧୩.୨୫ ଆଭରେଜ ସହିତ ୮ଟି ମ୍ୟାଚରେ ୧୦୬ ରନ୍ ସଂଗ୍ରହ କରିଥିଲେ।

Marsh

ଆସନ୍ତା ସିଜନରେ ଶ’ଙ୍କର ଠାରୁ ଦିଲ୍ଲୀ ବହୁତ କିଛି ଆଶା କରିବ। ସେ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆକୁ ଫେରିବାକୁ ମଧ୍ୟ ଚାହାଁନ୍ତି। ମିଚେଲ ମାର୍ଶଙ୍କ ବିଷୟରେ କହିବାକୁ ଗଲେ ସେ ମଧ୍ୟ ଗତ ସିଜନରେ ନିରାଶାଜନକ ପ୍ରଦର୍ଶନ କରିଥିଲେ। ପ୍ରାୟ ପ୍ରତ୍ୟେକ ମ୍ୟାଚରେ ମାର୍ଶ ବ୍ୟାଟ୍ ସହିତ ଫ୍ଲପ୍ ହୋଇଥିଲେ। ଖେଳାଯାଇଥିବା ୯ ଟି ମ୍ୟାଚରେ ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ସିଜନରେ ଖେଳାଯାଇଥିବା ୯ଟି ମ୍ୟାଚରେ ମାର୍ଶ ୧୪.୨୨ ଆଭରେଜ୍ ସହିତ ୧୨୮ ରନ୍ ସଂଗ୍ରହ କରିଥିଲେ।

ଆଇପିଏଲ୍ ୨୦୨୪ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଦଳ:- ଡେଭିଡ ୱାର୍ଣ୍ଣର, ପୃଥ୍ବୀ ଶ’, ଶାଇ ହୋପ, ଋଷଭ ପନ୍ତ, ହ୍ୟାରି ବ୍ରୁକ, ଟ୍ରିଷ୍ଟନ ଷ୍ଟବ୍ସ, ରିକି ଭୁଇ (ୱିକେଟ୍ କିପର), କୁମାର କୁଶାଗ୍ରା, ୟଶ ଧୁଲ୍ ଏବଂ ଅଭିଷେକ ପୋରେଲ, ଅକ୍ଷର ପଟେଲ, ଲଲିତ ଯାଦବ, ମିଚେଲ ମାର୍ଶ, ସୁମିତ କୁମାର, ଲୁଙ୍ଗି ଇଂଗିଡି, ଖାଲିଲ ଅହମ୍ମଦ, ଇଶାନ୍ତ ଶର୍ମା, ମୁକେଶ କୁମାର, ଅନ୍ରିଚ୍ ନକିଆ, ରସିଖ ସଲାମ, ଜାଇ ରିଚାର୍ଡସନ, କୁଲଦୀପ ଯାଦବ, ପ୍ରବୀଣ ଦୁବେ, ବିକି ଓଷ୍ଟୱାଲ।