ଗୁଜୁରାଟ ବିପକ୍ଷରେ ଏକତରଫା ହରିବା ପରେ କାରଣ କହିଲେ ଅଧିନାୟକ କମିନ୍ସ! ଏହି ଖେଳାଳିଙ୍କୁ ଦେଲେ ଦୋଷ….

  1. Home
  2. IPL Special

ଗୁଜୁରାଟ ବିପକ୍ଷରେ ଏକତରଫା ହରିବା ପରେ କାରଣ କହିଲେ ଅଧିନାୟକ କମିନ୍ସ! ଏହି ଖେଳାଳିଙ୍କୁ ଦେଲେ ଦୋଷ….


ରବିବାର ଦିନ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି।  ଅହମ୍ମଦାବାଦ ଗ୍ରାଉଣ୍ଡରେ ଶୁଭମାନ ଗିଲଙ୍କ ଦଳ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇପାରିଛି। ମ୍ୟାଚ୍ ହାରିବା ପରେ ପ୍ୟାଟ୍ କମିନ୍ସ ବହୁତ ନିରାଶ ଦେଖାଯାଇଛନ୍ତି। ଗୁଜୁରାଟ ବିପକ୍ଷରେ ପରାଜୟ ବିଷୟରେ ପ୍ୟାଟ୍ କମିନ୍ସ ନିଜର ମତ ରଖିଛନ୍ତି।

Cummins

ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ପରାଜୟର ଶିକାର ହେବା ପରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପାଟ କମିନ୍ସ କହିଛନ୍ତି ଯେ ଦଳକୁ ଭଲ ଇନିଂସ ଦରକାର ଥିଲା। କିନ୍ତୁ କୌଣସି ଖେଳାଳି ପଚାଶ ରନ୍‌ର ଇନିଂସ ଖେଳିପାରିନଥିଲେ।  ସେ ଆହୁରି କହିଛନ୍ତି ଯେ, ‘ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା। ଆମକୁ ଅତିରିକ୍ତ ୧୦-୧୫ ରନ୍ ଆବଶ୍ୟକ ରହିଥିଲା। ମୁଁ ଭାବୁଛି ଗୁଜୁରାଟର ବୋଲରମାନେ ଭଲ ବୋଲିଂ କରିଥିଲେ ଯେଉଁଥିପାଇଁ ଆମେ ୱିକେଟ୍ ହରାଇଥିଲୁ’।

Srh

‘ଆମ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ପଚାଶ ରନ୍ ସ୍କୋର କରିପାରିନଥିଲେ।  କିନ୍ତୁ ମ୍ୟାଚରେ ଏହା ଘଟେ। ଆମେ ଭାବୁଥିଲୁ ୱିକେଟ୍ ସ୍ଲୋ ରହିବ। ଆମ୍ଭ ପାଖରେ ୮ଟି ବୋଲିଂ ବିକଳ୍ପ ରହିଥିଲା। କିନ୍ତୁ ମୋ ମତରେ ୱିକେଟ୍ ଉଭୟ ଇନିଂସରେ ସମାନ ରହିଥିଲା।  ଏହା ହେଉଛି ଟି-୨୦ କ୍ରିକେଟ୍, ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିଛନ୍ତି। ୱିକେଟ୍  ପଡିଯିବା ଯୋଗୁଁ ସେମାନଙ୍କ ଉପରେ ଚାପ ବଢ଼ି ଯାଇଥିଲା’।

Gt

ମ୍ୟାଚ୍ ବିଷୟରେ କହିବାକୁ ଗଲେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ଦଳ ମାତ୍ର ୧୬୨ ରନ୍ ସଂଗ୍ରହ କରିଥିଲା।  ଅଭିଷେକ ଶର୍ମା ଏବଂ ଅବଦୁଲ ସମାଦ ପ୍ରତ୍ୟେକ ୨୯ ରନ୍ ସଂଗ୍ରହ କରିଥିବାବେଳେ ହେନ୍ରିଚ୍ କ୍ଲାସେନ୍ ଏବଂ ଶାହାବାଜ ଅହମ୍ମଦ ଯଥାକ୍ରମେ ୨୪ ରନ୍ ଏବଂ ୨୨ ରନ୍ ସ୍କୋର କରିଥିଲେ।

Mohit

ଟ୍ରାଭିସ୍ ହେଡ୍, ମୟଙ୍କ ଅଗ୍ରୱାଲ ଏବଂ ଏଡେନ ମାର୍କ୍ରାମ ୨୦ ରନ ମଧ୍ୟ କରିପାରିନଥିଲେ। ଏହାର ଜବାବରେ ଗୁଜୁରାଟ ଟାଇଟାନ୍ସ ୧୯.୧ ଓଭରରେ ୧୬୮ ରନ୍ ସଂଗ୍ରହ କରିନେଇଥିଲା।  ସାଇ ସୁଦର୍ଶନ (୪୫) ଏବଂ ଡେଭିଡ ମିଲର (୪୪)ଙ୍କ ଇନିଂସ ଯୋଗୁଁ ଗୁଜୁରାଟ ଟାଇଟାନ୍ସ ମ୍ୟାଚ ଜିତିବାରେ ସକ୍ଷମ ହୋଇଥିଲା। ତେବେ ଗୁଜୁରାଟର ବିଜୟର ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଦଳର ଦ୍ରୁତ ବୋଲର ମୋହିତ ଶର୍ମା। ସେ ତିନୋଟି ବଡ ୱିକେଟ୍ ନେଇ ସନରାଇଜର୍ସ ହାଇଦ୍ରାବାଦକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ, ଯାହାପରେ ପ୍ରତ୍ୟାବର୍ତ୍ତନ କରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଥିଲା।