ପ୍ୟାଟ କୁମିନ୍ସଙ୍କୁ କୋଲକତା ସର୍ବାଧିକ ୧୫.୫୦ କୋଟି ଟଙ୍କାରେ କିଣିଥିବା ବେଳେ ଏହି ଖେଳାଳିମାନଙ୍କୁ କିଣିଲେନି କୌଣସି ଦଳ
IPL ର ଆଗାମୀ ସଂସ୍କରଣ (13) ପାଇଁ କ୍ରିକେଟର୍ସ ଙ୍କ ନିଲାମୀ ପ୍ରକ୍ରିୟା ପୁରା ହୋଇଯାଇଛି । ଏହି ନିଲାମୀ ରେ କେତେ ଟିମ ଆଶ୍ଚର୍ଯ୍ୟ କରିଦେଲା ଭଳି ନିର୍ଣ୍ଣୟ ନେଇ କେତେ ଯୁବ ଖେଳାଳି ଙ୍କୁ ମୋଟା ଦାମ ଦେଇ ନିଜ ସହିତ ଯୋଡ଼ିଲେ । ୮ଟି ଦଳ ଏହି ନାଲାମରେ ଭାଗ ନେଇ …

IPL ର ଆଗାମୀ ସଂସ୍କରଣ (13) ପାଇଁ କ୍ରିକେଟର୍ସ ଙ୍କ ନିଲାମୀ ପ୍ରକ୍ରିୟା ପୁରା ହୋଇଯାଇଛି । ଏହି ନିଲାମୀ ରେ କେତେ ଟିମ ଆଶ୍ଚର୍ଯ୍ୟ କରିଦେଲା ଭଳି ନିର୍ଣ୍ଣୟ ନେଇ କେତେ ଯୁବ ଖେଳାଳି ଙ୍କୁ ମୋଟା ଦାମ ଦେଇ ନିଜ ସହିତ ଯୋଡ଼ିଲେ । ୮ଟି ଦଳ ଏହି ନାଲାମରେ ଭାଗ ନେଇ ନିଜ ନିଜ ପସନ୍ଦର ଖେଳାଳିଙ୍କୁ କିଣିଛନ୍ତି। ଏହି ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ପ୍ୟାଟ୍ କୁମିନ୍ସଙ୍କୁ ସର୍ବାଧିକ ୧୫.୫୦ କୋଟିରେ କିଣିଛି କୋଲକତା ନାଇଟ ରାଇଡର ଦଳ। ସେହିପରି ଆଉ କିଛି ଷ୍ଟାର ଖେଳାଳି ନିଲାମରେ ଥିଲେ ମଧ୍ୟ ତାଙ୍କୁ କେହି କିଣି ନଥିଲେ।

ଭାରତର ଚେତେଶ୍ଵର ପୂଜାରା ଓ ହନୁମା ବିହାରୀଙ୍କୁ କୌଣସି ଦଳ କିଣିବାକୁ ଆଗ୍ରହ ପ୍ରକାଶ କରିନଥିଲେ। ସେହିପରି ଓ୍ଵେଷ୍ଟଇଣ୍ଡିଜର ସାଇ ହୋପ୍, ଶ୍ରୀଲଙ୍କାର କୁସଲ ପରେରା, ଭାରତୀୟ ଖେଳାଳି ନମନ ଓଝା, ବାଂଲାଦେଶ ଖେଳାଳି ମୁସାଫିକର ରହିମ, ହେନରିକ କାଲସେନ, ଷ୍ଟୁଆର୍ଟ ବିନି, ୟୁସୁଫ ପଠାନ, ଅଷ୍ଟ୍ରେଲିଆ ଖେଳାଳି ଆଡାମ ଜାମ୍ପାଙ୍କ ଭଳି ଷ୍ଟାର ଖେଳାଳିଙ୍କୁ କେହି ଦଳ କିଣି ନଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏବିନ ଲୁଇସ, ଟିମ୍ ସାଉଦି, ଋଷି ଧାଓ୍ଵନ,ସାଇ କିଶୋର, ରାଇଲ ମେରେଡିଥ,ବିଷ୍ଣୁ ବିନୋଦ, ହରପ୍ରିତ ଭାଟିଆ, ମାର୍କ ଉଡ୍, ସୁମିତ କୁମାର, ଜେମ୍ସ ପିଟରସନ୍ ମଧ୍ୟ ଆଇପିଏଲ୍ରୁ ବାଦ ପଡ଼ିଛନ୍ତି। ଏହି ନିଲାମ ପ୍ରକ୍ରିୟାରେ ପ୍ୟାଟ କୁମିନ୍ସଙ୍କୁ କୋଲକତା ସର୍ବାଧିକ ୧୫.୫୦ କୋଟି ଟଙ୍କାରେ କିଣିଛି । ଆଇପିଏଲ୍ ଇତିହାସରେ ସବୁଠାରୁ ବିଦେଶୀ ଦାମୀ ଖେଳାଳି ହୋଇଛନ୍ତି ପ୍ୟାଟ କୁମିନ୍ସ ।