ଡୁ-ପ୍ଲେସିସଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇଲେ ଅଖତର, ମଜାକ ଉଡାଇ କହିଲେ ତାଙ୍କ ଅପେକ୍ଷା ଆମର PSL ରେ...
କ୍ରିକେଟ୍ ଖବର : ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସ ଚଳିତ ସିଜନ ଆଇପିଏଲରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର୍ ଅଧିନାୟକ ହୋଇଛନ୍ତି। ପୂର୍ବରୁ ଏହି ପଦରେ ବିରାଟ କୋହଲି ଥିଲେ। କିନ୍ତୁ ବର୍ତ୍ତମାନ ସେ ପରିହାସର ଶିକାର ହୋଇଛନ୍ତି।
ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ତାଙ୍କୁ ପରିହାସ କରିଛନ୍ତି। ସେ ଡୁ ପ୍ଲେସିସଙ୍କର ଖେଳରେ ଖୁସି ନାହାନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍ 2022 ର ମେଗା ନିଲାମରେ ଫାଫ୍ ଡୁ ପ୍ଲେସିସଙ୍କୁ 7 କୋଟି ଟଙ୍କାର ବଡ ବିଡ୍ କରି ଦଳରେ ସାମିଲ କରିଛି।
ଏହା ପରେ, ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଦୀନେଶ କାର୍ତ୍ତିକଙ୍କ ଭଳି ପ୍ରତିଦ୍ୱନ୍ଦ୍ୱୀମାନେ ଅଧିନାୟକ ହେବା ପାଇଁ ଦଳରେ ଥିବା ବେଳେ , ଫ୍ରାଞ୍ଚାଇଜ କିନ୍ତୁ ଫାଫ୍ ଡୁ ପ୍ଲେସିସଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରିଥିଲା। କିନ୍ତୁ ଫାଫଙ୍କର ଅଧିନାୟକତ୍ୱରେ ଖୁସି ନାହାନ୍ତି ଅଖତର୍।
ନୂତନ ଆରସିବି ଅଧିନାୟକ ଫାଫ୍ ଡୁ ପ୍ଲେସିସ ଅଧିନାୟକ ଭାବରେ ମୋଟ 3 ଟି ମ୍ୟାଚ୍ ଖେଳିଛନ୍ତି, ସେଥିମଧ୍ୟରୁ ଆରସିବି ୨ଟି ଜିତିଛି। ଗୋଟିଏ ମ୍ୟାଚରେ ବାଙ୍ଗାଲୋରକୁ ପରାଜୟର ସାମ୍ନା କରିବାକୁ ପଡିଛି।ଯଦିଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫାଫର ଅଧିନାୟକତ୍ୱରେ ଜିତିଛି।
ଅଖତର୍ କହିଛନ୍ତି:-
"ଦଳ ଆହୁରି ଭଲ ପ୍ରଦର୍ଶନ କରିବା ଦରକାର, ମୁଁ ଫାଫଙ୍କର ପ୍ରସଂଶକ ନୁହେଁ । ତେଣୁ ମୁଁ ତାଙ୍କ ଅଧିନାୟକତ୍ୱରେ ଖୁସି ନୁହଁ । ଫାଫଙ୍କ ଅପେକ୍ଷା PSL ରେ ଅଭିଜ୍ଞାତା ନଥିବା ଖେଳାଳି ଭଲ ଅଧିନାୟକତ୍ୱ କରୁଛନ୍ତି ।"