ଏବେ ନିଶ୍ଚିତ ହେଲା IPL 2022 ପ୍ଲେ ଅଫ୍ ର 4 ଟି ଦଳ, ବଳି ପଡିଲେ ଏହି ସବୁ ଷ୍ଟାର୍ ଦଳ, ଦେଖନ୍ତୁ ପଏଣ୍ଟ ଟେବୁଲ

  1. Home
  2. IPL Top News

ଏବେ ନିଶ୍ଚିତ ହେଲା IPL 2022 ପ୍ଲେ ଅଫ୍ ର 4 ଟି ଦଳ, ବଳି ପଡିଲେ ଏହି ସବୁ ଷ୍ଟାର୍ ଦଳ, ଦେଖନ୍ତୁ ପଏଣ୍ଟ ଟେବୁଲ

ipl-2022-PLAYOFFS


କ୍ରିକେଟ୍ ଖବର : ଗତ 10 ତାରିଖ ରାତିରେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଏକ ରୋମାଞ୍ଚ ଭରା ମ୍ୟାଚ ହୋଇଥିଲା। IPL 2022 ର ଏହି ଦୁଇଟି ନୂତନ ଦଳ ପଏଣ୍ଟ ଟେବୁଲର ପ୍ରଥମ ଏବଂ ଦ୍ଵିତୀୟ ନମ୍ବରରେ ରହିଛନ୍ତି। ଏହି ମ୍ୟାଚରେ ବିଜୟ ହାସଲ କରିବା ପରେ ହାର୍ଦିକଙ୍କର ଗୁଜୁରାଟ ପଲଟନ ଆଇପିଏଲ୍ 2022 ର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ତାଲିକାରେ ପହଂଚିଛନ୍ତି।   IPL 2022 ର ଏହି 57 ତମ ମ୍ୟାଚ୍ ପଏଣ୍ଟ ଟେବୁଲର ଅନ୍ୟ ଦଳ ଉପରେ କୌଣସି ବିଶେଷ ପ୍ରଭାବ ପକାଇ ନଥିଲା, କାରଣ ଏହି ମ୍ୟାଚ୍ ଆଇପିଏଲ୍ ର ଶୀର୍ଷ ଦୁଇ ଦଳ ମଧ୍ୟରେ ଥିଲା। 

ଏହି ମ୍ୟାଚ ପରେ ଗୁଜୁରାଟ ଟାଇଟନ୍ସ 12 ଟି ମ୍ୟାଚରୁ 9 ଟିରେ ବିଜୟ ହାସଲ କରି 18 ପଏଣ୍ଟ ସହିତ ପଏଣ୍ଟ ଟେବୁଲର୍ ଶୀର୍ଷରେ ରହିଥିବା ବେଳେ , ଲକ୍ଷ୍ନୌ ସୁପର ଜିଆଣ୍ଟସ୍ 12 ଟି ମ୍ୟାଚରୁ 8 ଟିରେ ବିଜୟ ହାସଲ କରି 16 ପଏଣ୍ଟ ସହିତ ପଏଣ୍ଟ ଟେବୁଲର୍ ଦ୍ଵିତୀୟ ସ୍ଥାନରେ ରହିଛି। ସେହିପରି ରାଜସ୍ଥାନ ଦଳ 12 ଟି ମ୍ୟାଚରୁ 7 ଟିରେ ବିଜୟ ହାସଲ କରି 14 ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଥିବା ବେଳେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ 12 ଟି ମ୍ୟାଚରୁ 7ଟିରେ ବିଜୟ ହାସଲ କରି 14 ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଛି। 

ipl 2022 point table 12 may

ଚଳିତ ବର୍ଷ ଆଇପିଏଲରେ ସମୁଦାୟ 10 ଟି ଦଳ ଭାଗ ନେଇଥିବା ବେଳେ, ସେଥିମଧ୍ୟରୁ ତିନୋଟି ଦଳ ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡିଛନ୍ତି। ଆଉ ଏହି ତିନୋଟି ଦଳ ପୂର୍ବ ସିଜନ ଗୁଡ଼ିକରେ ପଡ଼ିଆରେ ରାଜ୍ କରୁଥିଲେ। କିନ୍ତୁ ଚଳିତବର୍ଷ ମାଟି କାମୁଡି ତଳେ ପଡ଼ିଛନ୍ତି। ଆମେ କହୁଚୁ ଚେନ୍ନାଇ ସୁପର କିଙ୍ଗସ , କୋଲକାତା ନାଇଟ ରାଇଡ଼ର୍ସ ଆଉ ମୁମ୍ବାଇ ଇଣ୍ଡିଆନ୍ସ ଦଳ ବିଷୟରେ । ଏହା ସହିତ ଆଉ ଏକ ଦଳ ମଧ୍ୟ ଚଳିତବର୍ଷ ଖରାପ ପରିସ୍ଥିତି ଦେଇ ଗତି କରୁଛି। ସେହି ଦଳ ହେଲା ପଞ୍ଜାଵ କିଙ୍ଗସ। ଏହି 4ଟି ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲରେ ନିମ୍ନସ୍ତରରେ ଅଛନ୍ତି। 

ସେହିପରି ଦିଲ୍ଲୀ ଦଳ 12 ଟି ମ୍ୟାଚରୁ 6 ଟିରେ ବିଜୟ ହାସଲ କରି 12 ପଏଣ୍ଟ ସହିତ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଥିବା ବେଳେ, ହାଇଦ୍ରାବାଦ ଦଳ 11 ଟି ମ୍ୟାଚରୁ 5 ଟିରେ ବିଜୟ ହାସଲ କରି 10 ପଏଣ୍ଟ ସହିତ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି।