ଦେଖନ୍ତୁ ଭିଡିଓ: ଭାରତଠାରୁ ପରାଜୟ ପରେ ଅଜବ ଢଙ୍ଗରେ ବୟାନ ଦେଲେ ପାକିସ୍ତାନୀ ଯୁବକ, ଭିଡିଓ ଦେଖିଲେ ହସି ହସି ଗଡ଼ିଯିବେ ଆପଣ…
ଭାରତୀୟ କ୍ରିକେଟ୍ ଦଳ ଏସିଆ କପ୍ 2023 ର ଫାଇନାଲରେ ପ୍ରବେଶ କରିଛି । ସୁପର ମ୍ୟାଚ୍ରେ ପ୍ରଥମେ ପାକିସ୍ତାନ ଏବଂ ତାପରେ ଶ୍ରୀଲଙ୍କାକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଏସିଆ କପ୍ର ଫାଇନାଲରେ ପ୍ରବେଶ କରିଛି ।
ଏହି ବିଜୟ ପରେ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ପଡୋଶୀ ଦେଶ ପାକିସ୍ତାନ ରାଗି ଯାଇଛି । ଆଉ ପାକିସ୍ତାନର ପରାଜୟକୁ ନେଇ ଜଣେ ପାକିସ୍ତାନୀ ଏପରି କିଛି କହିଛନ୍ତି ଯାହା ସୋଶିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ଏହି ଭିଡ଼ିଓ ରେ ପାକିସ୍ତାନୀ ଯୁବକ ଜଣକ ଏପରି ଢଙ୍ଗରେ କହିଛନ୍ତି, ଆପଣ ନିଜ ହସକୁ ରୋକିପାରିବେନି । ପାକିସ୍ତାନ ହାରିବା ପରେ ଯେତେବେଳେ ଜଣେ ୟୁଟ୍ୟୁବର୍ ଏହି ବ୍ୟକ୍ତିଙ୍କଠାରୁ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ, ଯୁବକ ଜଣକ କାନ୍ଦିପକାଇଥିଲେ ।
ଆଉ କାନ୍ଦି କାନ୍ଦି କହିଥିଲେ ଏ କେମିତି ମ୍ୟାଚ୍ ଖେଳିଲା ପାକିସ୍ତାନ କିନ୍ତୁ ଏହାପୂର୍ବରୁ ବ୍ୟକ୍ତି ଜଣକ କହିଛନ୍ତି କି ଧନ୍ୟବାଦ କରନ୍ତୁ, ବର୍ଷା ହୋଇଗଲା । ଯଦି ବର୍ଷା ହୋଇନଥାନ୍ତା, ତେବେ ଭାରତ ନିଶ୍ଚିତ ୫୦୦ ରନ୍ କରିଥାନ୍ତା ।
ଦେଖନ୍ତୁ ଭିଡ଼ିଓ:
" Ye to shukar kar aaj Baarish ho gayi, agar Baarish na hoti, to India ne to aaj 500 confirm hi maarna tha " 😭😭😭😭😭😭😭😭😭
— Bingo Bhai (@Bingo_Bhai) September 12, 2023
🤣 Listen to a Pakistani Fan who's heart broke after #IndiaVsPakistan#INDvPAK #INDvsPAK #BHAvsPAK #IndiavsPak #Asiacup2023 pic.twitter.com/JJy2FAtvZL
ମ୍ୟାଚ ବିଷୟରେ କହିବାକୁ ଗଲେ ଭାରତ-ପାକ୍ ଏହି ମ୍ୟାଚ୍ ରବିବାର ଦିନ ଶେଷ ହେବାକୁ ଥିଲା । କିନ୍ତୁ ବର୍ଷା ହେତୁ ମ୍ୟାଚ୍ ରିଜର୍ଭ ଡେ ଅର୍ଥାତ୍ ସୋମବାରକୁ ସିଫ୍ କରାଯାଇଥିଲା । ତେବେ ଟିମ୍ ଇଣ୍ଡିଆ ସମାନ ଲୟରେ ପାକିସ୍ତାନ ବିପକ୍ଷରେ ଚମତ୍କାର ବ୍ୟାଟିଂ କରି 356 ରନ୍ ର ବିଶାଳ ସ୍କୋର କରିଥିଲା । ଏହାର ଜବାବରେ ପାକିସ୍ତାନ ଟିମ୍ 128 ରନ୍ ସ୍କୋର କରିବାରେ ସଫଳ ହୋଇଥିଲା ।