ଇଞ୍ଜିନିୟରିଂ ଛାତ୍ରଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଋଷବ ପନ୍ତ! ପ୍ରଶଂସା କରିଲେ ନେଟିଜେନ୍ସ…

  1. Home
  2. Entertainment

ଇଞ୍ଜିନିୟରିଂ ଛାତ୍ରଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଋଷବ ପନ୍ତ! ପ୍ରଶଂସା କରିଲେ ନେଟିଜେନ୍ସ…


ଟିମ୍ ଇଣ୍ଡିଆର ୱିକେଟ୍ କିପର ଋଷଭ ପନ୍ତ ଜଣେ ଯୋଦ୍ଧା ଭାବରେ ଜଣାଶୁଣା। କାର ଦୁର୍ଘଟଣା ପରେ ସେ କ୍ରିକେଟ୍ ପଡ଼ିଆକୁ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ। ଯଦି ଅନ୍ୟ କୌଣସି ଖେଳାଳି ଏପରି ଆଘାତ ପାଇଥାନ୍ତେ ତେବେ ବୋଧେ ସେ କ୍ରିକେଟରୁ ଅବସର ନେଇଥାନ୍ତେ।  କିନ୍ତୁ, ଋଷଭ ହାର ମାନିନଥିଲେ ଏବଂ ୮ ମାସ ପରେ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ।

Pant

ଅନ୍ୟପକ୍ଷରେ ପନ୍ତ ଏଭଳି ଏକ କାମ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି। ପନ୍ତଙ୍କର ଏହି ଉଦାରତା ବିଷୟରେ ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ ବେସ୍ ପ୍ରଶଂସା କରିବେ। ପ୍ରକୃତରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ର କାର୍ତ୍ତିକେୟ ମୌର୍ଯ୍ୟ ଋଷଭ ପନ୍ତଙ୍କୁ ତାଙ୍କ ସେମିଷ୍ଟର ଦେୟ ଦେବାକୁ ଅନୁରୋଧ କରିଥିଲେ।

Student

କାର୍ତ୍ତିକେୟଙ୍କ ପାଖରେ ଆବଶ୍ୟକ ଧନରାଶି ନଥିବା ହେତୁ ସେ X ମାଧ୍ୟମରେ ଏକ ପୋଷ୍ଟ କରିଥିଲେ। କିନ୍ତୁ, କେହି ତାଙ୍କୁ ସାହାଯ୍ୟ କରିନଥିଲେ। ଏପରି ପରିସ୍ଥିତିରେ ପନ୍ତ ତାଙ୍କ ୯୦,୦୦୦ ଟଙ୍କା ଫି ଭରି ଦେଇଥିଲେ। ଯେଉଁଥିପାଇଁ ବର୍ତ୍ତମାନ ଋଷବ ପନ୍ତଙ୍କୁ ସୋସିଆଲ ମିଡିଆରେ ବେସ୍ ପ୍ରଶଂସା କରାଯାଉଅଛି।