ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଲେ ୱାସିମ୍ ଜାଫର୍! ରାହୁଲ ଓ ଗିଲଙ୍କୁ ମିଳିଲାନାହିଁ ମଉକା….

  1. Home
  2. Cric Special

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଲେ ୱାସିମ୍ ଜାଫର୍! ରାହୁଲ ଓ ଗିଲଙ୍କୁ ମିଳିଲାନାହିଁ ମଉକା….


ପୂର୍ବତନ ଭାରତୀୟ ବ୍ୟାଟର ୱାସିମ୍ ଜାଫର ଟି-୨୦ ବିଶ୍ୱକପ ପାଇଁ ତାଙ୍କର ପସନ୍ଦର ଦଳ ଚୟନ କରିଛନ୍ତି। ଚଳିତ ଆଇପିଏଲ ସିଜନରେ ଚମତ୍କାର ପ୍ରଦର୍ଶନ କରି ଆସୁଥିବା ଖେଳାଳିମାନଙ୍କୁ ନେଇ ଏହି ଦଳ ପ୍ରସ୍ତୁତ କରା ଯାଇଅଛି। ତେବେ, ୱାସିମଙ୍କର ଏହି ଦଳ ବେସ୍ ସନ୍ତୁଳିତ ମନେ ହେଉଛି। ଆଉ ଅଳ୍ପ କିଛିଦିନ ମଧ୍ୟରେ ଭାରତୀୟ ଦଳର ଚୟନ ହେବାକୁ ଯାଉଥିବା ବେଳେ ଏଭଳି ହିଁ ଏକ ଦଳ ଆମ୍ଭକୁ ଦେଖିବାକୁ ମିଳିପାରେ।

Jaffer

ଜାଫରଙ୍କର ପସନ୍ଦର ଦଳରେ କିନ୍ତୁ କେ.ଏଲ ରାହୁଲ, ଇଶାନ କିଶନ ଓ ଶୁଭମାନ ଗିଲଙ୍କୁ ସାମିଲ କରାଯାଇନାହିଁ। ସେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସମେତ ୭ ବ୍ୟାଟରଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ଦୁଇ ୱିକେଟ୍ ରକ୍ଷକ ଭାବରେ ଋଷଭ ପନ୍ତ ଓ ସଞ୍ଜୁ ସାମସନଙ୍କୁ ତାଙ୍କ ଦଳରେ ସାମିଲ କରାଯାଇଅଛି। ଯଶସ୍ୱୀ ଜୈସୱାଲ ରୋହିତ ଶର୍ମା ଓପନିଂ କରିବାକୁ ଆସିବେ। ଆବଶ୍ୟକ ସ୍ଥଳେ ରୋହିତଙ୍କ ସହିତ ବିରାଟ ଓପନିଂ କରି ପାରନ୍ତି।

Batter

ସୁର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ ଓ ସଞ୍ଜୁ ସାମସନଙ୍କ ଭଳି ଖେଳାଳି ମଧ୍ୟକ୍ରମ ସମ୍ଭାଳିବେ। ସେହିପରି ଭାବରେ ରିଙ୍କୁ ସିଂ ଦଳ ପାଇଁ ଫିନିସର ଭୂମିକାରେ ଦେଖାଦେବେ। ଅଲରାଉଣ୍ଡର ଭାବରେ ଜାଫର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଶିବମ ଦୁବେ ଓ ରବିନ୍ଦ୍ର ଜାଡେଜାଙ୍କୁ ସାମିଲ କରିଛନ୍ତି। ବୋଲିଂ ବିଭାଗରେ ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜଙ୍କ ରୂପରେ ୩ ଫାଷ୍ଟ ବୋଲର ଏବଂ ସ୍ପିନ ବିଭାଗରେ କୂଳଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସାମିଲ କରିଛନ୍ତି ଜାଫର। 

Bumrah

ୱାସିମ ଜାଫର ଟି-୨୦ ବିଶ୍ୱକପ ୨୦୨୪ ଭାରତୀୟ ସ୍କ୍ୱାଡ୍- ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସାମସନ, ରିଙ୍କୁ ସିଂ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ।