ରଣଜୀ ଟ୍ରଫି ମ୍ୟାଚ ବେଳେ ଅଘଟଣ! ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଆହତ ହେଲେ ଆୟର୍….

  1. Home
  2. Cric Special

ରଣଜୀ ଟ୍ରଫି ମ୍ୟାଚ ବେଳେ ଅଘଟଣ! ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଆହତ ହେଲେ ଆୟର୍….


ଚାମ୍ପିଅନ୍ସ ଟ୍ରଫି ଆସନ୍ତା ମାସ ୧୯ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୦ ତାରିଖରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରୁ ଟିମ୍ ଇଣ୍ଡିଆ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। କାରଣ ଷ୍ଟାର ଖେଳାଳି ଆୟର ଗୁରୁତର ଆହତ ହୋଇଛନ୍ତି। ବ୍ୟାଟିଂ ବେଳେ ସେ ଆହତ ହୋଇଥିଲେ। ଆଘାତ ମଧ୍ୟ ବହୁତ ଗମ୍ଭୀର ଥିବା ଦେଖିବାକୁ ମିଳିଛି। ଏହା ଏଥିରୁ ଆକଳନ କରାଯାଇପାରିବ ଯେ ପଡ଼ିଆ ଛାଡିବାକୁ ଆୟରଙ୍କୁ ଦୁଇଜଣ ସପୋର୍ଟ ଷ୍ଟାଫଙ୍କ ସାହାଯ୍ୟ ନେବାକୁ ପଡିଥିଲା।

Injury

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମେ ଯେଉଁ ଆୟର ବିଷୟରେ କହୁଛୁ ସେ ଶ୍ରେୟସ୍ ଆୟର ନୁହଁନ୍ତି ବରଂ ଭେଙ୍କଟେଶ ଆୟର ଅଟନ୍ତି। ବାସ୍ତବରେ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ଖେଳାଳିମାନେ ରଣଜୀ ଟ୍ରଫିରେ ଖେଳୁଛନ୍ତି। କିନ୍ତୁ ମଧ୍ୟପ୍ରଦେଶ ଏବଂ କେରଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବେଳେ ଷ୍ଟାର ଅଲରାଉଣ୍ଡର ଭେଙ୍କଟେଶ ଆୟର ଗୁରୁତର ଆହତ ହୋଇଥିଲେ। କେରଳ ବିପକ୍ଷରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ଗୋଡ ମୋଡ଼ି ହୋଇ ଯାଇଥିଲା। ଆୟର୍ ୧୭.୨ ଓଭରରେ ଦଳ ୪୯/୪ ଥିବାବେଳେ ବ୍ୟାଟିଂ କରିବାକୁ ଆସିଥିଲେ। ଗୋଡ ମୋଡ଼ି ହୋଇଯିବା ହେତୁ ମାତ୍ର ତିନୋଟି ବଲ ଖେଳିବା ପରେ ତାଙ୍କ ଇନିଂସ ଶେଷ ହୋଇ ଯାଇଥିଲା।

Venky iyer

ଭେଙ୍କଟେଶ ଆୟର ବହୁତ ଯନ୍ତ୍ରଣା ଭୋଗୁଥିଲେ ଏବଂ ଦଳର ଫିଜିଓ ତାଙ୍କୁ ଚିକିତ୍ସା କରୁଥିବା ବେଳେ ସଙ୍ଗେ ସଙ୍ଗେ ପିଚରେ ଖସିପଡିଥିଲେ। ପରେ ତାଙ୍କୁ ଫିଜିଓ ସହିତ ପଡ଼ିଆ ଛାଡିବାକୁ ପଡିଥିଲା। ମ୍ୟାଚ୍ ପରେ ଆୟର ଡ୍ୟାଗଆଉଟରେ ପ୍ୟାଡ୍ ପିନ୍ଧି ବସିଥିବା ଏବଂ ଆହତ ଗୋଡକୁ ଏକ ଚେୟାରରେ ରଖିଥିବାର ନଜର ଆସିଥିଲେ। ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଘରୋଇ କ୍ରିକେଟ୍ ରେ ହୋଇଥିବା ଏହି ଦୁର୍ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

Injury

ରଣଜୀ ଟ୍ରଫିରେ ଭେଙ୍କଟେଶ ଆୟରଙ୍କ ଆଘାତ କେକେଆର ପାଇଁ ଚିନ୍ତାର ବିଷୟ ହୋଇପାରେ। କାରଣ ସେ ଆଇପିଏଲ ୨୦୨୫ ରେ କେକେଆରର ଅଧିନାୟକ ହେବେ ବୋଲି ଆଶା କରାଯାଉଛି। ଏହାର କାରଣ ହେଉଛି, ମେଗା ନିଲାମ ସମୟରେ ଆୟରଙ୍କୁ ୨୩.୭୫ କୋଟି ଟଙ୍କାରେ ଏହି ଫ୍ରାଞ୍ଚାଇଜ୍ କ୍ରୟ କରିଥିଲା। ଆୟର୍ ଗତ ସିଜନରେ କେକେଆର୍ ପାଇଁ ଭଲ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ଦଳ ପାଇଁ ବ୍ୟାଟ୍ ସହିତ ବହୁମୂଲ୍ୟ ଅବଦାନ ମଧ୍ୟ ଦେଇଥିଲେ। ସେ ହାରାହାରି ୪୬.୨୫ ରେ ୧୫ ଟି ମ୍ୟାଚ୍ (୧୩ ଇନିଂସ)ରେ ୩୭୦ ରନ୍ ସଂଗ୍ରହ କରିଥିଲେ ଏବଂ ୧୫୮.୭୯ ଷ୍ଟ୍ରାଇକ୍ ହାରରେ ବ୍ୟାଟିଂ କରିଥିଲେ।