ଦ୍ରାଭିଡଙ୍କ ପ୍ରିୟ ଖେଳାଳିଙ୍କୁ ସୁଯୋଗ ଦେଉନାହାଁନ୍ତି ଗମ୍ଭୀର! ସଂକଟରେ ଏହି ଅଲରାଉଣ୍ଡରଙ୍କ କ୍ୟାରିଅର….
ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁଲାଇରେ ଶେଷ ହୋଇଥିଲା। ଏହା ପରେ ଗୌତମ ଗମ୍ଭୀରଙ୍କୁ ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ମନୋନୀତ କରାଯାଇଛି। ତେବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦ୍ରାବିଡଙ୍କ ନିକଟତମ ବିବେଚିତ ହୋଇଥିବା ଖେଳାଳି ଟିମ୍ ଇଣ୍ଡିଆରେ ଯୋଗ ଦେବାରେ ଅସଫଳ ହୋଇଛନ୍ତି।
ଆସନ୍ତୁ ଜାଣିବା ସେହି ଖେଳାଳୀଙ୍କ ବିଷୟରେ…
ପୂର୍ବତନ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟରେ ଡିସେମ୍ବର ୨୦୨୩ରେ ଶାର୍ଦ୍ଦୁଲ ଠାକୁର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳୁଥିବା ଦେଖିବାକୁ ମିଳିଥିଲା। ସେ ଦଳ ବାହାରେ ରହିବାର ପ୍ରାୟ ୧୦ ମାସ ବିତିଗଲାଣି, କିନ୍ତୁ ନୂତନ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଅଧୀନରେ ସେ ଦଳକୁ ଫେରିବାରେ ସକ୍ଷମ ହୋଇନାହାଁନ୍ତି, ଅନ୍ୟପକ୍ଷରେ ଗମ୍ଭୀର ଅନେକ ଖେଳାଳିଙ୍କୁ ଦଳକୁ ଫେରାଇ ଆଣିଛନ୍ତି।
ଖରାପ ଫର୍ମ ସହ ସଂଘର୍ଷ କରୁଥିବା କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟରଙ୍କୁ ଶ୍ରୀଲଙ୍କା ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ଦିଆଯାଇଥିଲା। କିନ୍ତୁ, ଶାର୍ଦ୍ଦୁଲ ଠାକୁରଙ୍କ ନାମ ଅନ୍ତର୍ଭୁକ୍ତ କରିବା ବିଷୟରେ କୌଣସି ଆଲୋଚନା ହୋଇଥିବା ପରି ମନେ ହେଉନାହିଁ।
ଗୌତମ ଗମ୍ଭୀର ଦଳରେ ବଡ ନିଷ୍ପତ୍ତି ନେବା ପାଇଁ ଜଣାଶୁଣା। କିନ୍ତୁ, ସେ ଦଳରେ ଶାର୍ଦ୍ଦୁଲ ଠାକୁରଙ୍କୁ ଫେରାଇ ଆଣିବାରେ ସକ୍ଷମ ହୋଇନାହାଁନ୍ତି। ଏହାର ମୁଖ୍ୟ କାରଣ ହେଉଛି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜା ଅଲରାଉଣ୍ଡର ଭାବରେ ଦଳରେ ଅଛନ୍ତି। ସ୍ପିନ୍ ଅଲରାଉଣ୍ଡର ଅକ୍ଷର ପଟେଲ ଏବଂ ୱାଶିଂଟନ୍ ସୁନ୍ଦର ମଧ୍ୟ ଦଳର ଏକ ଅଂଶ ହୋଇ ରହିଛନ୍ତି। ଯେଉଁଥିପାଇଁ ଶାର୍ଦ୍ଦୁଲ ଠାକୁରଙ୍କୁ ଚୟନ କରିବା ଚୟନକର୍ତ୍ତାଙ୍କ ପାଇଁ କଷ୍ଟକର ହୋଇପଡୁଛି।
ଶାର୍ଦ୍ଦୁଲ ଠାକୁର ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବାର ପ୍ରାୟ ୬ ବର୍ଷ ହେବ। କିନ୍ତୁ, ଶାର୍ଦ୍ଦୁଲ ଦଳରେ କଦାପି ସ୍ଥାୟୀ ସୁଯୋଗ ପାଇପାରି ନାହାନ୍ତି। ତେବେ ଶାର୍ଦ୍ଦୁଲ ଠାକୁର ଭାରତ ପାଇଁ ତିନୋଟି ଫର୍ମାଟରେ କ୍ରିକେଟ୍ ଖେଳିଛନ୍ତି। ଶାର୍ଦ୍ଦୁଲ ଭାରତ ପାଇଁ ୧୧ ଟି ଟେଷ୍ଟ, ୪୭ ଟି ଏକଦିବସିୟ ଏବଂ ୨୫ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ଟେଷ୍ଟରେ ୩୧ ଟି ୱିକେଟ୍, ଏକଦିବସିୟ ରେ ୬୫ ଏବଂ ଟି-୨୦ରେ ୩୩ ଟି ୱିକେଟ୍ ନେଇଛନ୍ତି। ଏଥିସହିତ ସେ ବ୍ୟାଟ ସହିତ ମଧ୍ୟ ଭାରତ ପାଇଁ ଅନେକ ଉପଯୋଗୀ ଇନିଂସ ଖେଳିସାରିଛନ୍ତି।