ବୁମ୍ରାଙ୍କ ପରି ଚମତ୍କାର ବୋଲର! କିନ୍ତୁ, ଭାରତୀୟ ଦଳରେ ମିଳୁନାହିଁ ସୁଯୋଗ। ୩ ବର୍ଷ ହେବ ଏକଘରିଆ କରି ରଖିଛି ବିସିସିଆଇ….
ଭାରତୀୟ କ୍ରିକେଟ୍ ଦଳରେ ଅନେକ ବୋଲର ଅଛନ୍ତି, ଯାହାଙ୍କର କ୍ୟାରିୟର ମାତ୍ର ଅଳ୍ପ କିଛି ମ୍ୟାଚ୍ ଖେଳିବା ପରେ ଶେଷ ହୋଇଯାଇଛି। ଆଜି ଆମେ ଜଣେ ବୋଲରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଡେବ୍ୟୁ କରିବା ମାତ୍ରେ ବିଶ୍ୱ କ୍ରିକେଟ୍ ରେ ହଇଚଇ ସୃଷ୍ଟି କରିଥିଲେ, କିନ୍ତୁ ଚୟନକର୍ତ୍ତାମାନେ ତାଙ୍କୁ କ୍ଷୀରରେ ମାଛି ଭଳି ଟିମ୍ ଇଣ୍ଡିଆରୁ ଫିଙ୍ଗି ଦେଇଛନ୍ତି। ଏହି ବୋଲର ବରିଷ୍ଠ ଭାରତୀୟ ବୋଲର ଜସପ୍ରୀତ ବୁମ୍ରାଙ୍କ ପରି ଚମତ୍କାର ୟର୍କର୍ ପକାଇ ସାରା ବିଶ୍ୱରେ ନାମ ଅର୍ଜନ କରିଥିଲେ, କିନ୍ତୁ ବର୍ତ୍ତମାନ ଚୟନକର୍ତ୍ତାମାନେ କୌଣସି ଛୋଟ ଦଳ ବିପକ୍ଷ ସିରିଜରେ ମଧ୍ୟ ତାଙ୍କୁ ସୁଯୋଗ ଦେଉ ନାହାଁନ୍ତି।
ଭାରତୀୟ କ୍ରିକେଟ୍ ଦଳର ବାମହାତୀ ଦ୍ରୁତ ବୋଲର ଟି ନଟରାଜନ ଅନ୍ତର୍ଜାତୀୟ କ୍ରିକେଟ୍ ରେ ପ୍ରବେଶ କରିବା ମାତ୍ରେ ଆଲୋଡ଼ନ ସୃଷ୍ଟି କରିଥିଲେ। ସେ ତାଙ୍କର ସଠିକ୍ ଲାଇନ୍-ଲେନ୍ଥ ଏବଂ ମାରାତ୍ମକ ୟର୍କର୍ସ ସହିତ ବ୍ୟାଟ୍ସମ୍ୟାନମାନଙ୍କୁ ଅସୁବିଧାରେ ପକାଉଥିଲେ। ଏହା ଦେଖି ଅନେକ ଭେଟେରାନ ତାଙ୍କୁ ଶ୍ରୀଲଙ୍କାର ପୂର୍ବତନ ବୋଲର ଲାସିଥ ମାଲିଙ୍ଗା ଏବଂ ଭାରତର ଷ୍ଟାର ବୋଲର ଜସପ୍ରୀତ ବୁମ୍ରାଙ୍କ ସହ ତୁଳନା କରିବା ଆରମ୍ଭ କରିଥିଲେ, କିନ୍ତୁ ୨୦୨୦ ରେ ଡେବ୍ୟୁ କରିଥିବା ଟି ନଟରାଜନ ୨୦୨୧ ପରଠାରୁ କୌଣସି ଫର୍ମାଟରେ ଭାରତ ପାଇଁ ସୁଯୋଗ ପାଇ ନାହାଁନ୍ତି।
ଟି.ନଟରାଜନ୍ ଭାରତ ପାଇଁ ତିନୋଟି ଫର୍ମାଟ୍ ଖେଳିଛନ୍ତି। ଗୋଟିଏ ଟେଷ୍ଟ ମ୍ୟାଚ୍, ୪ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଏବଂ ୨ ଟି ଏକଦିବସିୟ ଅନ୍ତର୍ଜାତୀୟ ମ୍ୟାଚରେ ସେ ଯଥାକ୍ରମେ ୩ ୱିକେଟ୍, ୭ ୱିକେଟ୍ ଏବଂ ୩ ୱିକେଟ୍ ନେଇଛନ୍ତି। ଏହି ବୋଲରଙ୍କୁ ଆଇପିଏଲ୍ ୨୦୨୦ରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଆଧାରରେ ଜାତୀୟ ଦଳରେ ଖେଳିବାର ସୁଯୋଗ ମିଳିଥିଲା।
ନଟରାଜନ୍ ତାଙ୍କର ଚମତ୍କାର ବୋଲିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ବିଶେଷକରି ସେ ଡେଥ୍ ଓଭରରେ ଚମତ୍କାର ବୋଲିଂ କରି ପ୍ରଶଂସା ସାଉଁଟିଥିଲେ। ୩୩ ବର୍ଷୀୟ ଦ୍ରୁତ ବୋଲର ଟି-ନଟରାଜନ୍ ୨୦୨୦-୨୦୨୧ ର ଅଷ୍ଟ୍ରେଲିଆ ଗସ୍ତରେ ତିନିଟି ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ଏକ 'ଡେବ୍ୟୁ' କରିଥିଲେ। ଏବେ ସେ ଟିମ୍ ଇଣ୍ଡିଆକୁ ଫେରିବାର ଆଶାରେ ଅଛନ୍ତି। ୨୮ ମାର୍ଚ୍ଚ ୨୦୨୧ ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏକଦିବସିୟ ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଶେଷ ମ୍ୟାଚ୍ ଥିଲା। ସେବେଠାରୁ ସେ କୌଣସି ଫର୍ମାଟରେ ସ୍ଥାନ ପାଇବାରେ ସଫଳ ହୋଇନାହାଁନ୍ତି। ତେବେ ସେ ଆଇପିଏଲରେ କ୍ରମାଗତ ଖେଳୁଛନ୍ତି। ସେ ୨୦୨୪ ଆଇପିଏଲ୍ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।