ଗୋଟିଏ ଦୁର୍ବଳତା ପାଇଁ ସଂକଟରେ ସଞ୍ଜୁ ସାମସନଙ୍କ କ୍ୟାରିଅର୍! ଭରପୂର ଫାଇଦା ଉଠାଇଥିଲା ଇଂଲଣ୍ଡ….

  1. Home
  2. Cric Special

ଗୋଟିଏ ଦୁର୍ବଳତା ପାଇଁ ସଂକଟରେ ସଞ୍ଜୁ ସାମସନଙ୍କ କ୍ୟାରିଅର୍! ଭରପୂର ଫାଇଦା ଉଠାଇଥିଲା ଇଂଲଣ୍ଡ….


ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିବା ସହିତ ସିରିଜକୁ ୪-୧ରେ ଜିତିନେଇଛି। ଭାରତର ବ୍ୟାଟ୍ସମ୍ୟାନ ଚମତ୍କାର ପ୍ରଦର୍ଶନ କରିବା ସହିତ ବୋଲିଂ ବିଭାଗ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। ତେବେ, ସୂର୍ଯ୍ୟକୁମାର ଯାଦବ ଏବଂ ସଞ୍ଜୁ ସାମସନଙ୍କ ପ୍ରଦର୍ଶନ ବହୁତ ଖରାପ ରହିଥିଲା। 

Sanju

ଖାସ୍ କରି ସଞ୍ଜୁ ସାମସନ ଇଂଲଣ୍ଡ ବୋଲରଙ୍କ ପେସ୍ ଏବଂ ବାଉନ୍ସକୁ ସାମ୍ନା କରିପାରିନଥିଲେ। ସେ ବାରମ୍ବାର ସେମାନଙ୍କ ବାଉନ୍ସର୍ ଦ୍ୱାରା ଆଉଟ ହେଉଥିବା ଦେଖିବାକୁ ମିଳିଥିଲା। ଏହି ସିରିଜର ୫ ମ୍ୟାଚରେ ସଞ୍ଜୁ ଓପନିଂ କରିଥିଲେ। ୫ ଥର ସେ ସର୍ଟ ବଲରେ ହିଁ ଆଉଟ ହୋଇଯାଇଥିଲେ। ଏହି ସିରିଜରେ ସେ ୨୯ଟି ସର୍ଟ ବଲର ସାମ୍ନା କରିଥିବା ବେଳେ ସେଥିମଧ୍ୟରୁ ୫ଟିରେ ଆଉଟ ହୋଇଥିଲେ। ସେଥିମଧ୍ୟରୁ ସେ ମାତ୍ର ୩୫ ରନ ସଂଗ୍ରହ କରିଥିଲେ।

Sanju

ଏହି ସିରିଜର ୫ ମ୍ୟାଚରେ ମାତ୍ର ୧୦.୬ ଆଭରେଜ ସହିତ ସେ ମାତ୍ର ୫୧ ରନ ସଂଗ୍ରହ କରିଛନ୍ତି। ସେଥିମଧ୍ୟରୁ ତାଙ୍କର ସର୍ବାଧିକ ସ୍କୋର ୨୬ ରନ୍ ରହିଥିଲା। ସେ ଏହି ସିରିଜ ମୋଟ ଉପରେ ୪୩ ବଲ ଖେଳିଥିବା ବେଳେ ସେଥିମଧ୍ୟରୁ ୨୯ ସର୍ଟ ବଲ ରହିଥିଲା। ପୁରା ସିରିଜରେ ସଞ୍ଜୁ ମାତ୍ର ୫ ଚୌକା ଏବଂ ୩ ଛକା ସଂଗ୍ରହ କରିଥିଲେ। ଯେଉଁଥିରେ ତାଙ୍କର ଷ୍ଟ୍ରାଇକରେଟ ମାତ୍ର ୧୧୮.୬୦ ରହିଥିଲା।