ଦୀର୍ଘ ୫ ବର୍ଷ ପରେ ଭାରତୀୟ ଦଳକୁ ଫେରିଲେ ଏହି ଖେଳାଳି! କିନ୍ତୁ, ଏପର୍ଯ୍ୟନ୍ତ ସୁଦ୍ଧା ଫେରିଲା ନାହିଁ ଫର୍ମ….

  1. Home
  2. Cric Special

ଦୀର୍ଘ ୫ ବର୍ଷ ପରେ ଭାରତୀୟ ଦଳକୁ ଫେରିଲେ ଏହି ଖେଳାଳି! କିନ୍ତୁ, ଏପର୍ଯ୍ୟନ୍ତ ସୁଦ୍ଧା ଫେରିଲା ନାହିଁ ଫର୍ମ….


ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜକୁ ୩-୦ରେ ଜିତିଛି। ଭାରତୀୟ ଦଳ ହୁଏତ ଏହି ସିରିଜ ଜିତିଛି। କିନ୍ତୁ, ଗୋଟିଏ ଖେଳାଳିଙ୍କ ଫ୍ଲପ୍ ପ୍ରଦର୍ଶନ ଏକ ବଡ଼ ଆକାରରେ ସାମ୍ନାକୁ ଆସିଛି। ଏହି ଖରାପ ପ୍ରଦର୍ଶନ ପରେ, ଏହି ଖେଳାଳିଙ୍କୁ ଟିମ୍ ଇଣ୍ଡିଆରେ ଚୟନ କରିବା ଅସମ୍ଭବ ଅଟେ। ବିଶେଷ କଥା ହେଉଛି ଶ୍ରୀଲଙ୍କା ଗସ୍ତରେ ଖରାପ ପ୍ରଦର୍ଶନ କରିଥିବା ଏହି ଖେଳାଳି ଗତ ୫ ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି।  

India

କିନ୍ତୁ ଏହା ସତ୍ତ୍ୱେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳକୁ ଫେରି ସେ ଭଲ ପ୍ରଦର୍ଶନ କରିପାରୁନାହାଁନ୍ତି। ଏହି ଖେଳାଳି କିଏ?  ଆସନ୍ତୁ ଜାଣିବା। ଆପଣଙ୍କୁ କହିରଖୁଛୁ ଯେ ଖଲିଲ ଅହମ୍ମଦଙ୍କୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକଦଶରେ ଖେଳିବାରେ ସୁଯୋଗ ଦିଆଯାଇଥିଲା। କିନ୍ତୁ ସେ ବହୁତ ଫ୍ଲପ୍ ପ୍ରଦର୍ଶନ କରିଛନ୍ତି। ସେ ୩ ଓଭରରେ ୨୮ ରନ୍ ଦେଇଥିଲେ ଏବଂ କୌଣସି ୱିକେଟ୍ ମଧ୍ୟ ନେଇ ପାରିନଥିଲେ।

Khaleel

ଖଲିଲ ପ୍ରଥମ ଥର ପାଇଁ ଖରାପ ପ୍ରଦର୍ଶନ ଦେଖାଇ ନାହାଁନ୍ତି। ଏହାପୂର୍ବରୁ ଜିମ୍ବାୱେ ସିରିଜରେ ଖାଲିଲଙ୍କ ଖରାପ ପ୍ରଦର୍ଶନ ହିଁ ଦେଖିବାକୁ ମିଳିଥିଲା। ସେ ଜିମ୍ବାୱେ ବିପକ୍ଷରେ ତିନିଥର ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ମନୋନୀତ ହୋଇଥିଲେ। କିନ୍ତୁ ତିନୋଟି ମ୍ୟାଚରେ ବଲ ସହିତ ତାଙ୍କର ପ୍ରଦର୍ଶନ ଖରାପ ଥିଲା। ତିନୋଟି ମ୍ୟାଚ୍‌ରେ ସେ ମାତ୍ର ୩ଟି ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ ରେ ସେ ନିଜର ତୃତୀୟ ଓଭରରେ ୫ଟି ୱାଇଡ୍ ଦେଇଥିଲେ। ଯେଉଁଥିପାଇଁ ଭାରତ ମ୍ୟାଚ ହାରିବା ଦ୍ୱାରଦେଶରେ ପହଞ୍ଚି ଯାଇଥିଲା।