ଯୁବରାଜଙ୍କ ଭବିଷ୍ୟବାଣୀ! ଭାରତ ସହିତ ଏହି ଦଳ ଖେଳିବ ବିଶ୍ୱକପ ଫାଇନାଲ….

  1. Home
  2. Cric Special

ଯୁବରାଜଙ୍କ ଭବିଷ୍ୟବାଣୀ! ଭାରତ ସହିତ ଏହି ଦଳ ଖେଳିବ ବିଶ୍ୱକପ ଫାଇନାଲ….


ଟି-୨୦ ବିଶ୍ୱକପ୍ ୨୦୨୪ ଆରମ୍ଭ ହୋଇଛି। ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ଆମେରିକା ଏବଂ କାନାଡା ମଧ୍ୟରେ ଖେଳାଯାଇଥିଲା। ଏହି ଅତ୍ୟନ୍ତ ରୋମାଞ୍ଚକର ମ୍ୟାଚରେ ଆମେରିକା ୭ ୱିକେଟ୍ ଜିତିଥିଲା।  ଜିତିବା ପାଇଁ କାନାଡା ଆମେରିକାକୁ ୧୯୫ ଟାର୍ଗେଟ ଦେଇଥିଲା, ଯାହାକୁ ଆମେରିକା ୧୭.୪ ଓଭରରେ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା।  ଟି-୨୦ ବିଶ୍ୱକପ୍‌ର ବିସ୍ଫୋରକ ଆରମ୍ଭ ମଧ୍ୟରେ ଯୁବରାଜ ସିଂଙ୍କ ଏକ ବିବୃତ୍ତି ଦେଇଛନ୍ତି ଯେଉଁଥିରେ ସେ ଦୁଇଟି ଫାଇନାଲିଷ୍ଟ ଦଳର ନାମ ରଖିଛନ୍ତି।

T20

ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ପାଇଁ ବ୍ରାଣ୍ଡ ଆମ୍ବାସାଡର ହୋଇଥିବା ଯୁବରାଜ ସିଂ ବର୍ତ୍ତମାନ ଆମେରିକାରେ ଉପସ୍ଥିତ ଅଛନ୍ତି ଏବଂ କ୍ରିକେଟ୍ ପ୍ରତି କମ୍ ଆଗ୍ରହ ଥିବା ଦେଶର ଲୋକଙ୍କ ମଧ୍ୟରେ କ୍ରିକେଟ୍ ପ୍ରତି ଆଗ୍ରହ ବଢ଼ାଉଛନ୍ତି। ଏହି ସମୟରେ ବିଶ୍ୱକପର ଦୁଇଟି ଫାଇନାଲିଷ୍ଟ ଦଳର ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ମୁଁ ଭାବୁଛି ଏଥର ଫାଇନାଲ ଭାରତୀୟ ଦଳ ଏବଂ ୱେଷ୍ଟଇଣ୍ଡିଜ କିମ୍ବା ପାକିସ୍ତାନ ମଧ୍ୟରେ ହେବ।

Yuvi

ଯୁବରାଜ କହିଛନ୍ତି ଯେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଖରେ ଦକ୍ଷତା ଅଛି।  ଦଳ ଏହାର ଶକ୍ତି ଉପରେ ଧ୍ୟାନ ଦେବା ଉଚିତ୍, ଆମେ ବିଶ୍ୱକପ୍ ଜିତିପାରିବା। ଯୁବରାଜ କହିଛନ୍ତି ଯେ ଯଦି ଭାରତ ବିଶ୍ୱକପ ଜିତେ ତେବେ ଏହା ତାଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହେବ। ଭାରତୀୟ କ୍ରିକେଟ୍ ଇତିହାସରେ ଯୁବରାଜ ସିଂ ଅନ୍ୟତମ ସଫଳ ଖେଳାଳି ଅଟନ୍ତି।

Ind vs wi

ଭାରତ ଟି-୨୦ ବିଶ୍ୱକପ ୨୦୦୭ ଏବଂ ଦିନିକିଆ ବିଶ୍ୱକପ ୨୦୧୧ ର ଚାମ୍ପିୟନ ହେବାରେ ଯୁବରାଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଦୁଇଟି ଟୁର୍ଣ୍ଣାମେଣ୍ଟରେ ଯୁବରାଜ ବଲ୍ ଏବଂ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ଟି-୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ବିପକ୍ଷରେ ଯୁବରାଜ ଲଗାତାର ଛଅଟି ଛକାକୁ କିଏ ଅବା ଭୁଲି ପାରିବ।

ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ସେ ଖେଳିଥିବା ୩୦ ଟି ବଲରେ ୭୦ ରନର ଇନିଂସ କ୍ରିକେଟ୍ ଇତିହାସରେ ସ୍ମରଣୀୟ ଇନିଂସ ମାନଙ୍କ ମଧ୍ୟରୁ ଅନ୍ୟତମ। ଦିନିକିଆ ବିଶ୍ୱକପ ୨୦୧୧ ରେ ଯୁବରାଜ ପ୍ଲେୟାର ଅଫ୍ ଦି ସିରିଜ ଥିଲେ। ଭାରତୀୟ କ୍ରିକେଟ୍ ଦଳ ଗତଥର ୨୦୧୩ ରେ ଇଂଲଣ୍ଡକୁ ପରାସ୍ତ କରି ଆଇସିସି ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିଲା।

Yuvi

ଗତ ୧୧ ବର୍ଷ ମଧ୍ୟରେ ଭାରତୀୟ ଦଳ ୫ ଟି ଫାଇନାଲ ଖେଳିଛି (ଟି-୨୦ ବିଶ୍ୱକପ ୨୦୧୪, ଚାମ୍ପିଅନ୍ସ ଟ୍ରଫି ୨୦୧୭, WTC ଫାଇନାଲ ୨୦୨୧ ଏବଂ ୨୦୨୩, ଦିନିକିଆ ବିଶ୍ୱକପ ୨୦୨୩) କିନ୍ତୁ ବିଜେତା ହୋଇପାରି ନାହିଁ। ଏଥର ଭାରତୀୟ ଦଳ ବିଶ୍ୱକପ ଜିତି ଆଇସିସି ଟାଇଟଲ ପାଇଁ ୧୧ ବର୍ଷର ଅପେକ୍ଷା ଶେଷ କରିବାର ସୁଯୋଗ ପାଇଛି। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କ ପାଇଁ ଏହା ମଧ୍ୟ ଶେଷ ଟି-୨୦ ବିଶ୍ୱକପ ହୋଇପାରେ। ତେଣୁ ସେମାନେ ଚାମ୍ପିୟନ ଭାବରେ ଏହି ଫର୍ମାଟରୁ ବିଦାୟ ନେବାକୁ ଚାହିଁବେ ନିଶ୍ଚିତ।