କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି ଏହି ୫ ଜଣ ଖେଳାଳି ମଧ୍ୟ ବିବାହ ପୂର୍ବରୁ ହୋଇଯାଇଥିଲେ ବାପା , ତାଲିକାରେ ଅଛି ବଡ ବଡ଼ ଖେଳାଳିଙ୍କର ନାମ….

  1. Home
  2. Cric Special

କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି ଏହି ୫ ଜଣ ଖେଳାଳି ମଧ୍ୟ ବିବାହ ପୂର୍ବରୁ ହୋଇଯାଇଥିଲେ ବାପା , ତାଲିକାରେ ଅଛି ବଡ ବଡ଼ ଖେଳାଳିଙ୍କର ନାମ….

କ୍ରିକେଟ୍ ଖବର : ଗ୍ଲାମର ଦୁନିଆ ସହିତ କ୍ରିକେଟ୍ ଖେଳାଳିଙ୍କ ସର୍ବଦା ଏକ ବିଶେଷ ସମ୍ପର୍କ ରହିଆସିଛି। ସୁନ୍ଦରୀ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ପ୍ରେମ କାହାଣୀ ପ୍ରାୟତଃ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାଏ। କେହି କେହି କ୍ରିକେଟର ସୁନ୍ଦରୀ ଅଭିନେତ୍ରୀମାନଙ୍କୁ ପ୍ରେମ ବିବାହ କରି ସୁଖରେ ନିଜର ଜୀବନଯାପନ କରୁଥିବା ବେଳେ, ଆଉ କେତେକ ଖେଳାଳିଙ୍କର …


କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି ଏହି ୫ ଜଣ ଖେଳାଳି ମଧ୍ୟ ବିବାହ ପୂର୍ବରୁ ହୋଇଯାଇଥିଲେ ବାପା , ତାଲିକାରେ ଅଛି ବଡ ବଡ଼ ଖେଳାଳିଙ୍କର ନାମ….

କ୍ରିକେଟ୍ ଖବର : ଗ୍ଲାମର ଦୁନିଆ ସହିତ କ୍ରିକେଟ୍ ଖେଳାଳିଙ୍କ ସର୍ବଦା ଏକ ବିଶେଷ ସମ୍ପର୍କ ରହିଆସିଛି। ସୁନ୍ଦରୀ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ପ୍ରେମ କାହାଣୀ ପ୍ରାୟତଃ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାଏ। କେହି କେହି କ୍ରିକେଟର ସୁନ୍ଦରୀ ଅଭିନେତ୍ରୀମାନଙ୍କୁ ପ୍ରେମ ବିବାହ କରି ସୁଖରେ ନିଜର ଜୀବନଯାପନ କରୁଥିବା ବେଳେ, ଆଉ କେତେକ ଖେଳାଳିଙ୍କର ପ୍ରେମ ବିବାହ ପର୍ଯ୍ୟନ୍ତ ଯାଇପାରିନାହିଁ। ଅଧାରୁ ହିଁ ଅଟକି ଯାଇଛି। କିନ୍ତୁ ଏସବୁ ମଧ୍ୟରେ କିଛି କ୍ରିକେଟର ଏପରି ବି ଅଛନ୍ତି ଯେଉଁମାନେ କି ବିବାହ ପୂର୍ବରୁ ପିତା ହେବାର ସୌଭାଗ୍ୟ ଅର୍ଜ୍ଜନ କରିଛନ୍ତି। ଅନେକ କିମ୍ବଦନ୍ତୀ ଖେଳାଳିଙ୍କ ନାମ ଏହି ତାଲିକାରେ ଅଛି। ଯେଉଁଥିରେ ଜଣେ ଭାରତୀୟ ଖେଳାଳି ମଧ୍ୟ ଅନ୍ତର୍ଭୁକ୍ତ। ଯାହାଙ୍କର ନାମ ହେଉଛି ହାର୍ଦ୍ଦିକ ପାଣ୍ଡ୍ୟା। ତେବେ ଆଜିର ଏହି ଆର୍ଟିକିଲରେ, ଆମେ ଆପଣଙ୍କୁ ଏପରି କିଛି କିମ୍ବଦନ୍ତୀ କ୍ରିକେଟ୍ ଖେଳାଳିଙ୍କ ବିଷୟରେ କହିବୁ, ଯେଉଁମାନେ ବିବାହ ପୂର୍ବରୁ ପିତା ହୋଇଯାଇଛନ୍ତି।

୧) କ୍ରିସ୍ ଗେଲ୍ :

କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି ଏହି ୫ ଜଣ ଖେଳାଳି ମଧ୍ୟ ବିବାହ ପୂର୍ବରୁ ହୋଇଯାଇଥିଲେ ବାପା , ତାଲିକାରେ ଅଛି ବଡ ବଡ଼ ଖେଳାଳିଙ୍କର ନାମ….

କ୍ରିସ୍ ଗେଲ୍, ଯିଏ ପ୍ରାୟତଃ କ୍ରିକେଟରେ ୟୁନିଭର୍ସ ବସ୍ ନାମରେ ବେଶ୍ ଜଣାଶୁଣା, ସେ ମଧ୍ୟ ବିବାହ ପୂର୍ବରୁ ବାପା ହୋଇଯାଇଥିଲେ। ୨୦୧୭ ମସିହାରେ, ଯେତେବେଳେ ଆଇପିଏଲ୍ ଚାଲିଥିଲା ସେହି ସମୟରେ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶା ବେରିଜ୍ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଆଉ ଶିଶୁକନ୍ୟାଟି ଜନ୍ମ ହେବା ପରେ ଗେଲ୍ ଆଉ ନତାଶା ଉଭୟ ବିବାହ କରିଥିଲେ।

୨) ଭିଭିଆନ୍ ରିଚାର୍ଡସ୍ :

କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି ଏହି ୫ ଜଣ ଖେଳାଳି ମଧ୍ୟ ବିବାହ ପୂର୍ବରୁ ହୋଇଯାଇଥିଲେ ବାପା , ତାଲିକାରେ ଅଛି ବଡ ବଡ଼ ଖେଳାଳିଙ୍କର ନାମ….

୧୯୮୦ ମସିହାରେ ଭାରତ ଗସ୍ତରେ ଆସିଥିବା ୱେଷ୍ଟଇଣ୍ଡିଜ୍ ଦଳର ମହାନ ଅଲରାଉଣ୍ଡର ଭିଭିଆନ୍ ରିଚାର୍ଡସ ଏବଂ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା। ଉଭୟଙ୍କ ପ୍ରେମ ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥିଲା ​​ଏବଂ ଦୁହେଁ ଲିଭ-ଇନ୍ ରିଲେସନରେ ବି ଥିଲେ। ୧୯୮୯ ମସିହାରେ, ନୀନା ଏକ ଝିଅ ଜନ୍ମ ଦେଇଥିଲେ, ଯାହାର ନାମ ମାସାବା। ଆଉ ଏହି ଝିଅର ବାପା ଥିଲେ ଭିଭିଆନ୍ ରିଚାର୍ଡସ୍।

୩) ଇମ୍ରାନ ଖାନ :

କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି ଏହି ୫ ଜଣ ଖେଳାଳି ମଧ୍ୟ ବିବାହ ପୂର୍ବରୁ ହୋଇଯାଇଥିଲେ ବାପା , ତାଲିକାରେ ଅଛି ବଡ ବଡ଼ ଖେଳାଳିଙ୍କର ନାମ….

ପାକିସ୍ତାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥା ବିଶ୍ୱକପ ବିଜେତା ଦଳର ଅଂଶ ଥିବା ଇମ୍ରାନ ଖାନ ମଧ୍ୟ ବିବାହ ପୂର୍ବରୁ ପିତା ହେବାର ସୌଭାଗ୍ୟ ଅର୍ଜ୍ଜନ କରିଥିଲେ। ଇମ୍ରାନ ସୀତା ହ୍ବାଇଟ୍ ସହିତ ପ୍ରେମ ସମ୍ପର୍କ ରଖିଥିଲେ।ସୀତା ଏବଂ ଇମ୍ରାନଙ୍କ ସମ୍ପର୍କ ୧୯୮୭ରେ ଆରମ୍ଭ ହୋଇଥିଲା ଏବଂ ୧୯୯୧ ରେ ଉଭୟ ନିକଟତର ହୋଇଥିଲେ। ୧୯୯୨ ମସିହାରେ, ସେମାନଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା। ଯାହାକୁ ଇମ୍ରାନ ଖାନଙ୍କ ସନ୍ତାନ ବୋଲି କୁହାଯାଇଥିଲା। ଯଦିଓ ଇମ୍ରାନ ଏହାକୁ ପ୍ରଥମେ ଅସ୍ୱୀକାର କରିଥିଲେ, କିନ୍ତୁ ପରେ DNA ଟେଷ୍ଟରେ ଏହା ପ୍ରମାଣିତ ହୋଇଥିଲା ଯେ ଏହି ପିଲାଟି ଇମ୍ରାନ ଖାନଙ୍କର।

୪) ଡେଭିଡ ୱାର୍ଣ୍ଣର :

କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି ଏହି ୫ ଜଣ ଖେଳାଳି ମଧ୍ୟ ବିବାହ ପୂର୍ବରୁ ହୋଇଯାଇଥିଲେ ବାପା , ତାଲିକାରେ ଅଛି ବଡ ବଡ଼ ଖେଳାଳିଙ୍କର ନାମ….

ବିସ୍ଫୋରକ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣର ଏବଂ ତାଙ୍କ ପତ୍ନୀ କ୍ୟାଣ୍ଡିସ୍ ୱାର୍ଣ୍ଣର ସୋସିଆଲ ମିଡିଆରେ ନିଜ ପିଲାମାନଙ୍କ ସହିତ ଅନେକ ଫୋଟ ସେୟାର କରନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୱାର୍ଣ୍ଣର ବିବାହ ପୂର୍ବରୁ ପିତା ହୋଇସାରିଛନ୍ତି। ୨୦୧୪ ମସିହାରେ, ଡେଭିଡ ୱାର୍ଣ୍ଣର ଗାର୍ଲଫ୍ରେଣ୍ଡ କାଣ୍ଡିସ ତାଙ୍କର ପ୍ରଥମ ଝିଅକୁ ଜନ୍ମ ଦେଇଥିଲେ। ଆଉ ଝିଅ ଜନ୍ମ ହେବାର ଏକ ବର୍ଷ ପରେ ଦୁହେଁ ବିବାହ କରିଥିଲେ। ୨୦୧୫ ମସିହାରେ, ଡେଭିଡ୍ ୱାର୍ଣ୍ଣର କ୍ୟାଣ୍ଡିସଙ୍କୁ ବିବାହ କରିଥିଲେ। ତେବେ ବର୍ତ୍ତମାନ ୱାର୍ଣ୍ଣର ତିନୋଟି ଝିଅର ବାପା ଅଟନ୍ତି। ଆଉ ସେମାନଙ୍କର ନାମ ଇଭି, ଇଣ୍ଡି ଏବଂ ଇସଲା ଅଟେ।

୫) ଜୋ ରୁଟ୍ :

କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି ଏହି ୫ ଜଣ ଖେଳାଳି ମଧ୍ୟ ବିବାହ ପୂର୍ବରୁ ହୋଇଯାଇଥିଲେ ବାପା , ତାଲିକାରେ ଅଛି ବଡ ବଡ଼ ଖେଳାଳିଙ୍କର ନାମ….

ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ ମଧ୍ୟ ବିବାହ ପୂର୍ବରୁ ପିତା ହୋଇଥିଲେ। ରୁଟ୍ ୨୦୧୪ ରୁ ତାଙ୍କ ଗାର୍ଲଫ୍ରେଣ୍ଡ୍ କ୍ୟାରି କର୍ଟେଲଙ୍କୁ ଡେଟ୍ କରୁଥିଲେ। ୭ ଜାନୁଆରୀ ୨୦୧୭ ରେ, କର୍ଟେଲ ପୁଅ ଆଲଫ୍ରେଡଙ୍କୁ ଜନ୍ମ ଦେଇଥିଲେ। ତେବେ କିଛି ଦିନ ପରେ, ଏହି ଦମ୍ପତି ପରସ୍ପରକୁ ବିବାହ କରିଥିଲେ।

୬) ହାର୍ଦ୍ଦିକ ପାଣ୍ଡ୍ୟା :

କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହଁନ୍ତି ଏହି ୫ ଜଣ ଖେଳାଳି ମଧ୍ୟ ବିବାହ ପୂର୍ବରୁ ହୋଇଯାଇଥିଲେ ବାପା , ତାଲିକାରେ ଅଛି ବଡ ବଡ଼ ଖେଳାଳିଙ୍କର ନାମ….

ଆଉ ଆମ ତାଲିକାର ଶେଷ ଖେଳାଳି ହେଉଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଆଉ ଆପଣମାନେ ନିଶ୍ଚିତ ଜାଣିଥିବେ ଯେ, ଏହି ବିସ୍ଫୋରକ ଖେଳାଳି ଜଣକ ବିବାହ ପୂର୍ବରୁ ପିତା ହେବାର ସୌଭାଗ୍ୟ ଅର୍ଜ୍ଜନ କରିଥିଲେ। ହାର୍ଦ୍ଦିକ ଦୁବାଇରେ ୧ ଜାନୁଆରୀ ୨୦୨୦ ରେ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତା’ପରେ ୩୦ ଜୁଲାଇ ୨୦୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜେ ପ୍ରକାଶ କରିଥିଲେ ଯେ ତାଙ୍କ ଗାର୍ଲଫ୍ରେଣ୍ଡ ଗର୍ଭବତୀ ଏବଂ ସେ ପିତା ହେବାକୁ ଯାଉଛନ୍ତି। ଅଗଷ୍ଟ ୨୦୨୦ରେ ନତାଶା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଯାହାର ନାମ ଏଦୁହେଁ ‘ଅଗସ୍ତ୍ୟ’ ରଖିଥିଲେ।