ଶ୍ରୀଲଙ୍କା ବିପକ୍ଷରେ ଦମଦାର ପ୍ରଦର୍ଶନ ପରେ ରାଙ୍କିଙ୍ଗରେ ଉପରକୁ ଉଠିଲେ ଭାରତୀୟ ଖେଳାଳି! ଜାଣନ୍ତୁ ପୁରା ବିଷୟ….

  1. Home
  2. Cric Special

ଶ୍ରୀଲଙ୍କା ବିପକ୍ଷରେ ଦମଦାର ପ୍ରଦର୍ଶନ ପରେ ରାଙ୍କିଙ୍ଗରେ ଉପରକୁ ଉଠିଲେ ଭାରତୀୟ ଖେଳାଳି! ଜାଣନ୍ତୁ ପୁରା ବିଷୟ….


ଅଧିନାୟକ ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଏବଂ ଗୌତମ ଗମ୍ଭୀରଙ୍କ କୋଚିଂରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଶ୍ରୀଲଙ୍କାକୁ ୩-୦ ରେ ପରାସ୍ତ କରିଛି। ଏହି ସିରିଜରେ ବିଜୟ ପରେ ଆଇସିସି ଖେଳାଳିଙ୍କ ଟି-୨୦ ମାନ୍ୟତା ପ୍ରକାଶ କରିଛି। ଯେଉଁଥିରେ ଯୁବ ଖେଳାଳି ଯଶସ୍ବୀ ଜୟସୱାଲ ଏବଂ ଶୁବମାନ ଗିଲ ର଼୍ୟାଙ୍କିଙ୍ଗରେ ଉପରକୁ ଉଠିଛନ୍ତି।

Jaiswal

ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲୀୟ ଓପନର୍ ଟ୍ରାଭିସ୍ ହେଡ୍ ୧ ନମ୍ବର ସ୍ଥାନରେ ଅଛନ୍ତି। ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ୮୦୫ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।  ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଯଶସ୍ୱୀ ଜୟସୱାଲ ୮୦ ରନ୍ ସଂଗ୍ରହ କରିଥିଲେ। ଯେଉଁଥିପାଇଁ ସେ ଟି-୨୦ ର଼୍ୟାଙ୍କିଙ୍ଗରେ ୨ ପଏଣ୍ଟ ହାସଲ କରିଛନ୍ତି। ଜୟସ୍ୱାଲ ପାକିସ୍ତାନର ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ବାବର ୫ମ ଏବଂ ରିଜୱାନ ଷଷ୍ଠ ସ୍ଥାନରେ ଥିବାବେଳେ  ଉଭୟ ପାକିସ୍ତାନୀ ଖେଳାଳି ୧ ପଏଣ୍ଟ ଲେଖାଏଁ ହରାଇଛନ୍ତି।

Surya

ଅନ୍ୟପକ୍ଷରେ ଭାରତୀୟ ଖେଳାଳି ରିତୁରାଜ ଗାଇକୱାଡ ଟପ୍-୧୦ ରେ ନିଜକୁ ବଜାୟ ରଖିଛନ୍ତି। ଗାଇକୱାଡ ୬୬୪ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛନ୍ତି। ଜିମ୍ବାୱେ ବିପକ୍ଷରେ ଶୁଭମାନ ଗିଲ ସର୍ବାଧିକ ୧୭୦ ରନ୍ କରିଥିଲେ।  ଶ୍ରୀଲଙ୍କା ବିପକ୍ଷରେ ୭୩ ରନ୍ ସ୍କୋର କରିଛନ୍ତି।  ଯେଉଁଥିପାଇଁ ଗିଲ ଟି-୨୦ ର଼୍ୟାଙ୍କିଙ୍ଗରେ ୧୬ ପଏଣ୍ଟ ଉପରକୁ ଉଠିଛନ୍ତି। 

Ravi

୬୧୩ ପଏଣ୍ଟ ସହିତ ଶୁଭମାନ ଗିଲ ୨୧ ତମ ସ୍ଥାନକୁ ଆସିଛନ୍ତି। ବୋଲରଙ୍କ ବିଷୟରେ କହିବାକୁ ଗଲେ ରବି ବିଷ୍ନୋଇ ଶ୍ରୀଲଙ୍କା ବିପକ୍ଷରେ ୬ ଟି ୱିକେଟ୍ ନେଇ ଉପକୃତ ହୋଇଛନ୍ତି। ୮ ପଏଣ୍ଟ ଅଧିକ ପାଇ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ଟପ୍-୧୦ ରେ ପ୍ରବେଶ କରିଛନ୍ତି। ବିସ୍ନୋଇଙ୍କ ପାଖରେ ମୋଟ ୬୩୫ ପଏଣ୍ଟ ରହିଛି।