ଆଗକୁ ଭାରତୀୟ ଜର୍ସିରେ ଦେଖା ଦେବେନାହିଁ ଏହି ୩ ଖେଳାଳି! କଣ ହୋଇପାରେ କାରଣ….

  1. Home
  2. Cric Special

ଆଗକୁ ଭାରତୀୟ ଜର୍ସିରେ ଦେଖା ଦେବେନାହିଁ ଏହି ୩ ଖେଳାଳି! କଣ ହୋଇପାରେ କାରଣ….


୧୯ ସେପ୍ଟେମ୍ବରରୁ ଦୀର୍ଘ ବିରତି ପରେ ଭାରତୀୟ ଦଳକୁ ପୁନର୍ବାର ପଡିଆରେ ଦେଖିବାକୁ ମିଳିବ। କାରଣ ଏହିଦିନ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବ। ଏହି ଟେଷ୍ଟ ସିରିଜରେ କିଛି ଯୁବ ଖେଳାଳିଙ୍କ ପାଇଁ କୌଣସି ସୁଯୋଗ ଥିବା ପରି ମନେ ହେଉନାହିଁ। କେବଳ ଏହି ଟେଷ୍ଟ ସିରିଜ୍ ପାଇଁ ନୁହେଁ ବରଂ ଯେ କୌଣସି ଫର୍ମାଟରେ କିଛି ଖେଳାଳିଙ୍କୁ ଆଗକୁ ସୁଯୋଗ ମିଳିନପାରେ। ଆଜି ଆମେ ଏପରି ୩ ଖେଳାଳିଙ୍କ ବିଷୟରେ ଆଲୋଚନା କରିବା, ଯେଉଁମାନଙ୍କୁ ହୁଏତ ଟିମ୍ ଇଣ୍ଡିଆର ଜର୍ସିରେ ଆଗକୁ ଖେଳୁଥିବା ଦେଖାଯିବ ନାହିଁ:-

୧. ପୃଥ୍ବୀ ଶ:- ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ଜଣେ ଅତ୍ୟନ୍ତ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଅଟନ୍ତି। କିନ୍ତୁ ଭାରତୀୟ ଦଳରେ ତାଙ୍କର ସମ୍ଭାବନା ପ୍ରାୟ ଶେଷ ହୋଇଯାଇଛି। ଶୁଭମାନ ଗିଲ ଏବଂ ଯଶସ୍ୱୀ ଜୟସୱାଲ ଏବେ ଦଳରେ ଅଛନ୍ତି, ଯେଉଁମାନେ ତିନୋଟି ଫର୍ମାଟରେ ଭାରତ ପାଇଁ ନିରନ୍ତର ସୁଯୋଗ ପାଇଛନ୍ତି ଏବଂ ସେମାନଙ୍କ ସ୍ଥାନ ମଧ୍ୟ ନିଶ୍ଚିତ କରିଛନ୍ତି।  ସବୁଠାରୁ ବଡ଼ କଥା ହେଉଛି ଗିଲ ଏବଂ ଜୟସୱାଲଙ୍କ ପୂର୍ବରୁ ପୃଥ୍ବୀ ଭାରତ ପାଇଁ ଡେବ୍ୟୁ କରିଥିଲେ।

Shaw

ତାଙ୍କର ଡେବ୍ୟୁରେ ତାଙ୍କ ପ୍ରଦର୍ଶନ ସହିତ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। କିନ୍ତୁ ଧୀରେ ଧୀରେ ତାଙ୍କ ଫର୍ମ ତଳମୁହାଁ ହୋଇଥିଲା ଯାହା ତାଙ୍କୁ ଦଳଠାରୁ ଦୂରେଇ ରଖିଥିଲା। ୨୪ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଭାରତ ପାଇଁ ୫ ଟି ଟେଷ୍ଟ ମ୍ୟାଚ୍ ରେ ୩୩୯ ରନ୍ ସଂଗ୍ରହ କରିଛନ୍ତି। ଯଦିଓ ଏହି ସଂଖ୍ୟାଗୁଡିକ ଖରାପ ନୁହେଁ, କିନ୍ତୁ କିଛି ପରବର୍ତ୍ତୀ ସମୟରେ ତାଙ୍କ ବ୍ୟବହାରକୁ ନେଇ ଏବଂ ଖରାପ ଫର୍ମ ହେତୁ ଟିମ୍ ରୁ ସେ ବାଦ୍ ପଡ଼ିଥିଲେ।

୨. ଉମରାନ ମଲିକ:- ଉମରନ ମଲିକ ମଧ୍ୟ ତାଙ୍କ ପ୍ରଦର୍ଶନ ସହିତ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। କିନ୍ତୁ ଏବେ ତାଙ୍କ ପାଇଁ ଟିମ୍ ଇଣ୍ଡିଆର କବାଟ ମଧ୍ୟ ବନ୍ଦ ରହିଛି। ଉମରାନ୍ ତାଙ୍କ ଦ୍ରୁତ ବୋଲିଂ ପାଇଁ ବେସ୍ ଚର୍ଚ୍ଚାରେ ରହିଥିଲେ। କିନ୍ତୁ ଭାରତ ପାଇଁ ଡେବ୍ୟୁ କରିବା ପରେ ସେଭଳି ପ୍ରଦର୍ଶନ କରିପାରିନଥିଲେ। ତାଙ୍କର ଖରାପ ଲାଇନ ଏବଂ ଲେନ୍ଥ ତାଙ୍କ କ୍ୟାରିୟରର ସବୁଠାରୁ ବଡ ପ୍ରତିବନ୍ଧକ ସାବ୍ୟସ୍ତ ହୋଇଛି।

Umran

ଏହି କାରଣରୁ ଭାରତୀୟ ଦଳରେ ସ୍ଥାନ ପାଇବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି।  ଯଦି ଆମେ ତାଙ୍କ ପ୍ରଦର୍ଶନ ବିଷୟରେ କହିବା, ଉମ୍ରାନ୍ ଟିମ୍ ଇଣ୍ଡିଆ ପାଇଁ ମୋଟ ୧୦ ଟି ଏକଦିବସିୟ ଏବଂ ୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଏକଦିବସିୟରେ ୧୩ ୱିକେଟ୍ ଏବଂ ଟି-୨୦ ଇଣ୍ଟରନ୍ୟାସନାଲରେ ୧୧ ୱିକେଟ୍ ନେଇଛନ୍ତି। ଯଦି ଉମରାନ ଆଗକୁ ନିଜର ବୋଲିଂ ନ ସୁଧାରନ୍ତି ତେବେ ହୁଏତ ତାଙ୍କୁ ଆଉ ହୁଏତ ଭାରତୀୟ ଜର୍ସିରେ ଦେଖିବାକୁ ନ ମିଳିପାରେ।

୩. ଟି ନଟରାଜନ:- ପୃଥ୍ବୀ ଏବଂ ଉମ୍ରାନ ମଲିକଙ୍କ ବ୍ୟତୀତ ଟି ନଟରାଜନ ପୁଣିଥରେ ଟିମ୍ ଇଣ୍ଡିଆର ଜର୍ସିକୁ ଅପେକ୍ଷା କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟି ନଟରାଜନ ଭଲ ପ୍ରଦର୍ଶନ ସହିତ ଭାରତ ପାଇଁ ଡେବ୍ୟୁ କରିଥିଲେ।  ତାଙ୍କ ବୋଲିଂ ବୁମ୍ରାଙ୍କ ପରି ଚମତ୍କାର ଥିଲା।  କିନ୍ତୁ ଏହା ସତ୍ତ୍ୱେ ତାଙ୍କୁ ଭାରତୀୟ ଦଳରେ ନିୟମିତ ସ୍ଥାନ ମିଳିଲାନାହିଁ।

Natarajan

ଯଦି ଆମେ ତାଙ୍କ ପ୍ରଦର୍ଶନ ବିଷୟରେ ଆଲୋଚନା କରିବା, ତେବେ ସେ ଭାରତ ପାଇଁ ଗୋଟିଏ ଟେଷ୍ଟ ମ୍ୟାଚ୍, ୪ ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଏବଂ ୨ଟି ଏକଦିବସିୟ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ  ଯଥାକ୍ରମେ ୩ ଟି ୱିକେଟ୍, ୭ ୱିକେଟ୍ ଏବଂ ୩ ୱିକେଟ୍ ନେଇଛନ୍ତି।