ଆଘାତଜନିତ ସମସ୍ୟା ନୁହେଁ ବରଂ ଏହି କାରଣ ହେତୁ ଅଧିନାୟକ ହୋଇ ପାରିଲେନାହିଁ ହାର୍ଦ୍ଦିକ! ଜାଣନ୍ତୁ ପ୍ରକୃତ କାରଣ….
ଟି-୨୦ ବିଶ୍ୱକପ ୨୦୨୪ ପରେ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ତେବେ ଆଶା କରାଯାଉଥିଲା ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷିତ କରାଯିବ। କିନ୍ତୁ ଏହା ଘଟିଲା ନାହିଁ। ଯେତେବେଳେ ଶ୍ରୀଲଙ୍କା ଯାତ୍ରା ପାଇଁ ଭାରତୀୟ ଟି-୨୦ ଦଳ ଘୋଷଣା କରାଯାଇଥିଲା, ସେତେବେଳେ ହାର୍ଦ୍ଦିକଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ କରାଯାଇଥିଲା। ଏହା ପଛରେ ଅଜିତ ଅଗରକର ହାର୍ଦ୍ଦିକଙ୍କ ଫିଟନେସକୁ ନେଇ ଆଶଙ୍କା ଦର୍ଶାଇଛନ୍ତି। କିନ୍ତୁ ଅଗରକର ତାଙ୍କ ଫିଟନେସ୍ ହେତୁ ନୁହେଁ ବରଂ ଏହି ବଡ କାରଣ ହେତୁ ହାର୍ଦ୍ଦିକଙ୍କୁ ଅଧିନାୟକତ୍ୱ ଦେଇନାହାଁନ୍ତି।
ଟି-୨୦ ଫର୍ମାଟରେ ଅଧିନାୟକତ୍ୱ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ଥିଲେ। କିନ୍ତୁ ତାଙ୍କୁ ଅଧିନାୟକ ପଦ ନ ମିଳିବା ଅନେକ କ୍ରିକେଟ୍ ବିଶେଷଜ୍ଞଙ୍କୁ ଦ୍ଵନ୍ଦରେ ପକାଇ ଦେଇଥିଲା। ତାଙ୍କ କହିବା ଅନୁଯାଇ ଟୁର୍ଣ୍ଣାମେଣ୍ଟ ଅଧାରେ ହାର୍ଦ୍ଦିକ ଆହତ ହୋଇ ଯାଇଥାନ୍ତି। ଏଭଳି ପରିସ୍ଥିତିରେ ଭାରତୀୟ ଦଳକୁ ଏହାର ପରିଣାମ ଭୋଗିବାକୁ ପଡିଥାଏ। ତେଣୁ ସେ ହାର୍ଦ୍ଦିକଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ନୂତନ ଅଧିନାୟକ ଘୋଷଣା କରିଛନ୍ତି।
କିନ୍ତୁ ଅନ୍ୟ ଏକ କାରଣ ଅଛି ଯେଉଁଥିପାଇଁ ହାର୍ଦ୍ଦିକଙ୍କୁ ଟି-୨୦ ରେ ଭାରତର ଅଧିନାୟକତ୍ୱ ଦିଆଯାଇନଥିଲା। ବାସ୍ତବରେ, ହାର୍ଦ୍ଦିକ ବିଶ୍ୱକପ ୨୦୨୪ ପୂର୍ବରୁ ଆଇପିଏଲ ୨୦୨୪ ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ଗ୍ରହଣ କରିଥିଲେ। କିନ୍ତୁ ସେଠାରେ ସେ ଭଲ ପ୍ରଦର୍ଶନ କରିପାରିନଥିଲେ। ପ୍ରଥମ ୪ ମ୍ୟାଚ୍ରେ ମୁମ୍ବାଇ ଖାତା ମଧ୍ୟ ଖୋଲି ପାରିନଥିଲା।
ଏହା ବ୍ୟତୀତ ମୁମ୍ବାଇ ମଧ୍ୟ ପ୍ରଥମ ଦଳ ଭାବରେ ପ୍ଲେ ଅଫ୍ ରୁ ବିଦା ହୋଇଥିଲା। ଏଭଳି ପରିସ୍ଥିତିରେ ଅଜିତ ଅଗରକର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଦଳର ଅଧିନାୟକତ୍ୱ ଦେବା ଠିକ୍ ମନେ କରିନଥିଲେ। ହାର୍ଦ୍ଦିକ ମଧ୍ୟ ଆଇପିଏଲ୍ ୨୦୨୨ ରେ ତାଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଟାଇଟାନ୍ସକୁ ଚାମ୍ପିଅନ୍ କରାଇଥିଲେ। ଅନେକ ଥର ସେ ରୋହିତଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ଅଧିନାୟକତ୍ୱ ମଧ୍ୟ ଗ୍ରହଣ କରିଛନ୍ତି।
ଏପର୍ଯ୍ୟନ୍ତ ସେ ୧୮ ଟି ମ୍ୟାଚରେ ଭାରତ ଅଧିନାୟକତ୍ୱ କରିଛନ୍ତି ଯେଉଁଥିରେ ଭାରତ ୧୨ ଟି ମ୍ୟାଚ ଜିତିଥିବାବେଳେ ଦଳ ୬ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି। ସୂର୍ଯ୍ୟକୁମାର ବର୍ତ୍ତମାନ ପର୍ଯ୍ୟନ୍ତ ୭ ଟି ମ୍ୟାଚ୍ ରେ ଭାରତ ଅଧିନାୟକତ୍ୱ କରିଛନ୍ତି ଯେଉଁଥିରେ ସେ ୫ ଟି ମ୍ୟାଚ୍ ଜିତିଥିବାବେଳେ ୨ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛନ୍ତି।