ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଟପ ୫ ଜଣ ବ୍ୟାଟ୍ସମ୍ୟାନ୍ ଲିଷ୍ଟ, କେବଳ ଜଣେ ଭାରତୀୟ ଖେଳାଳି ସାମିଲ୍

  1. Home
  2. Cric Special

ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଟପ ୫ ଜଣ ବ୍ୟାଟ୍ସମ୍ୟାନ୍ ଲିଷ୍ଟ, କେବଳ ଜଣେ ଭାରତୀୟ ଖେଳାଳି ସାମିଲ୍

କ୍ରିକେଟ୍ ଖବର : କ୍ରିକେଟ୍ ର କ୍ରେଜ୍ ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଦେଖାଯାଇଥାଏ। ବ୍ୟାଟ୍ସମ୍ୟାନମାନଙ୍କ ବ୍ୟାଟ ରୁ ଛକା ଓ ଚୌକା ର ସଟ୍ ଦେଖିବା ପାଇଁ ଅନେକ କ୍ରିକେଟପ୍ରେମୀ ଚାହିଁରହିଥାନ୍ତି। ଆଉ ଆମେ ଯଦି ଜଣେ ବ୍ୟାଟ୍ସମ୍ୟାନଙ୍କ ଚିନ୍ତାଧାରାକୁ ଦେଖିବା ତେବେ, ସେ ମଧ୍ୟ ଇଚ୍ଛା କରୁଥାଏ ଯେ …


ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଟପ ୫ ଜଣ ବ୍ୟାଟ୍ସମ୍ୟାନ୍ ଲିଷ୍ଟ, କେବଳ ଜଣେ ଭାରତୀୟ ଖେଳାଳି ସାମିଲ୍

କ୍ରିକେଟ୍ ଖବର : କ୍ରିକେଟ୍ ର କ୍ରେଜ୍ ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଦେଖାଯାଇଥାଏ। ବ୍ୟାଟ୍ସମ୍ୟାନମାନଙ୍କ ବ୍ୟାଟ ରୁ ଛକା ଓ ଚୌକା ର ସଟ୍ ଦେଖିବା ପାଇଁ ଅନେକ କ୍ରିକେଟପ୍ରେମୀ ଚାହିଁରହିଥାନ୍ତି। ଆଉ ଆମେ ଯଦି ଜଣେ ବ୍ୟାଟ୍ସମ୍ୟାନଙ୍କ ଚିନ୍ତାଧାରାକୁ ଦେଖିବା ତେବେ, ସେ ମଧ୍ୟ ଇଚ୍ଛା କରୁଥାଏ ଯେ ବଡ଼ ବଡ଼ ସର୍ଟ ଖେଳି ନିଜ ନାମରେ ଅତୁଟ ରେକର୍ଡ ସୃଷ୍ଟି କରିବ।

ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଟପ ୫ ଜଣ ବ୍ୟାଟ୍ସମ୍ୟାନ୍ ଲିଷ୍ଟ, କେବଳ ଜଣେ ଭାରତୀୟ ଖେଳାଳି ସାମିଲ୍

ଯଦି ଆମେ ଟେଷ୍ଟ୍ ଫର୍ମାଟ୍ ବିଷୟରେ କଥା ହେବା, ତେବେ ଖେଳାଳୀମାନଙ୍କ ପାଖରେ ସମୟ ଓ ବଲ୍ ର ଅଭାବ ନାହିଁ। ତେଣୁ ପ୍ରତ୍ୟେକ ବ୍ୟାଟ୍ସମ୍ୟାନ୍ ସ୍କୋର ଆରାମରେ କରିପାରିବେ, କିନ୍ତୁ ଧର୍ଯ୍ୟର ସହ କ୍ରିଜରେ ରହିବାକୁ ପଡିବ। ତେବେ ଆପଣ ଜାଣନ୍ତି କି କେଉଁ ବ୍ୟାଟ୍ସମ୍ୟାନ୍ ଟେଷ୍ଟ ଫର୍ମାଟରେ ଆଜି ପର୍ଯ୍ୟନ୍ତ ସର୍ବାଧିକ ଛକା ମାରିଛନ୍ତି? ଯଦି ଆପଣ ଜାଣି ନାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ସେହି ଶ୍ରେଷ୍ଠ ୫ଜଣ ଖେଳାଳୀମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ କି ଟେଷ୍ଟ କ୍ରିକେଟରେ ଅଧିକ ଛକା ମାରିଛନ୍ତି।

୫) ବିରେନ୍ଦ୍ର ସେହୱାଗ୍ :

ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଟପ ୫ ଜଣ ବ୍ୟାଟ୍ସମ୍ୟାନ୍ ଲିଷ୍ଟ, କେବଳ ଜଣେ ଭାରତୀୟ ଖେଳାଳି ସାମିଲ୍

ଭାରତୀୟ କ୍ରିକେଟ୍ ଦଳର ଇତିହାସରେ ଅନ୍ୟତମ ସଫଳ ଓପନର୍ ହେଉଛନ୍ତି ବିରେନ୍ଦ୍ର ସେହୱାଗ। ସେ ତାଙ୍କ ସମୟରେ ବଲକୁ ପଡ଼ିଆ ବାହାରେ ହଜେଇବାକୁ ଭଲ ପାଉଥିଲେ। ୧୦୪ ଟି ଟେଷ୍ଟ ମ୍ୟାଚରେ ବିରୁ ମୋଟ ୯୧ ଛକା ମାରିଛନ୍ତି। ଟେଷ୍ଟ ହେଉ କି ଦିନିକିଆ , ସେହୱାଗ ତାଙ୍କ ନାମକୁ ସବୁ ଫର୍ମାଟରେ ସୁଦୃଢ଼ କରିପାରିଥିଲେ। ସେହୱାଗ ହାରାହାରି ୪୯.୩୪ ହାରରେ ୧୮୦ ଟେଷ୍ଟ ଇନିଂସରେ ୮୫୮୬ ରନ୍ ସଂଗ୍ରହ କରିଛନ୍ତି।ଟେଷ୍ଟରେ ତାଙ୍କର ସର୍ବୋତ୍ତମ ସ୍କୋର ଥିଲା ୩୧୯। ତେବେ ଆଜିକାଲି ସେହୱାଗ କ୍ରିକେଟରେ କମେଣ୍ଟ୍ରି କରୁଥିବା ଦେଖାଯାଉଛନ୍ତି।

୪) ଜ୍ୟାକ୍ କାଲିସ୍ :

ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଟପ ୫ ଜଣ ବ୍ୟାଟ୍ସମ୍ୟାନ୍ ଲିଷ୍ଟ, କେବଳ ଜଣେ ଭାରତୀୟ ଖେଳାଳି ସାମିଲ୍

ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିକେଟର ଜ୍ୟାକ କଲିସଙ୍କୁ ସାମିଲ କରାଯାଇଛି। ଆପଣ ଏହି ଖେଳାଳିଙ୍କ ଖେଳକୁ ଦେଖି ଅନୁମାନ କରିପାରିବେ ଯେ ଅଧିକାଂଶ ଭେଟେରାନ୍ କ୍ରିକେଟର ସେମାନଙ୍କ ଡ୍ରିମ୍ ଏକାଦଶ ଦଳରେ କାଲିସଙ୍କୁ ଅନ୍ତର୍ଭୁକ୍ତ କରଥାନ୍ତି। ଟେଷ୍ଟ ମ୍ୟାଚରେ, ଜ୍ୟାକ ୯୭ ଟି ଛକା ସହିତ ୪ ନମ୍ବର ସ୍ଥାନରେ ଅଛନ୍ତି। ଜ୍ୟାକ କାଲିସ୍ ଅବସର ନେବା ପରେ ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ ପ୍ରଶିକ୍ଷଣ ଦାୟିତ୍ୱ ମଧ୍ୟ ନେଇଥିଲେ।

୩) କ୍ରିସ୍ ଗେଲ୍ :

ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଟପ ୫ ଜଣ ବ୍ୟାଟ୍ସମ୍ୟାନ୍ ଲିଷ୍ଟ, କେବଳ ଜଣେ ଭାରତୀୟ ଖେଳାଳି ସାମିଲ୍

ୟୁନିଭର୍ସ ବସ୍ ନାମରେ ଜଣାଶୁଣା ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ୍ ଛକା ମାରିବାରେ ଧୁରନ୍ଦର। ଫର୍ମାଟ ଯାହା ହେଉନା କାହିଁକି, ସେ ନିଜ ବ୍ୟାଟରୁ ବଡ ସଟ ମାରିବାରେ କେବେ ହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ। ସେଥିପାଇଁ ତ ୪୦ ବର୍ଷ ବୟସର ହୋଇ ମଧ୍ୟ କ୍ରିସ୍ ଗେଲ୍ ଏପର୍ଯ୍ୟନ୍ତ କୌଣସି ଫର୍ମାଟରୁ ଅବସର ନେଇ ନାହାଁନ୍ତି।ସୂଚନାଯୋଗ୍ୟ ଯେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୯୮ଟି ଛକା ମାରି ଗେଲ ୩ ନମ୍ବର ସ୍ଥାନରେ ଅଛନ୍ତି। ୧୦୩ ଟି ଟେଷ୍ଟ ମ୍ୟାଚରେ ୧୮୨ ଇନିଂସରେ ଗେଲ୍ ହାରାହାରି ୪୨.୮୮ ହାରରେ ୭୨୧୪ ରନ୍ ସଂଗ୍ରହ କରିଛନ୍ତି | ଯେଉଁଥିରେ ୧୫ ଟି ଶତକ ଏବଂ ୩୭ ଟି ଅର୍ଦ୍ଧ ଶତକ ଅନ୍ତର୍ଭୁକ୍ତ। ଏଥିସହ ତାଙ୍କର ଟେଷ୍ଟ କ୍ରିକେଟରେ ସର୍ବୋତ୍ତମ ସ୍କୋର ହେଉଛି ୩୩୩ ରନ୍।

୨) ଆଦାମ ଗିଲକ୍ରିଷ୍ଟ :

ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଟପ ୫ ଜଣ ବ୍ୟାଟ୍ସମ୍ୟାନ୍ ଲିଷ୍ଟ, କେବଳ ଜଣେ ଭାରତୀୟ ଖେଳାଳି ସାମିଲ୍

ଯେତେବେଳେ ବି ଦୁନିଆର ଶ୍ରେଷ୍ଠ ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନଙ୍କ ବିଷୟରେ ଆଲୋଚନା ହୁଏ, ସେତେବେଳେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଦାମ ଗିଲକ୍ରିଷ୍ଟଙ୍କ ନାମ ପ୍ରଥମେ ନିଆଯାଏ। ଟେଷ୍ଟ କ୍ରିକେଟରେ କେବଳ ଦୁଇଜଣ ବ୍ୟାଟ୍ସମ୍ୟାନ୍ ୧୦୦ ରୁ ଅଧିକ ଛକା ମାରିଛନ୍ତି। ସେଥିମଧ୍ୟରୁ ଜଣେ ହେଉଛନ୍ତି ଆଦାମ ଗିଲକ୍ରିଷ୍ଟ | ଅଷ୍ଟ୍ରେଲିଆ ପାଇଁ ଓ୍ବିକେଟ୍ ରକ୍ଷକ ତଥା ଓପନର୍ ଭାବରେ ଗିଲକ୍ରିଷ୍ଟ ଖେଳିଥିବା ୯୬ ଟି ଟେଷ୍ଟ ମ୍ୟାଚର ୧୩୭ ଇନିଂସରେ ହାରାହାରି ୪୭.୬୦ ହାରରେ ୫୫୭୦ ରନ୍ ସଂଗ୍ରହ କରିଛନ୍ତି। ଏହି ରନ୍ ଗୁଡିକରେ ୧୦୦ ଟି ଛକା ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।

୧) ବ୍ରାଣ୍ଡନ୍ ମ୍ୟାକକୁଲମ୍ :

ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଟପ ୫ ଜଣ ବ୍ୟାଟ୍ସମ୍ୟାନ୍ ଲିଷ୍ଟ, କେବଳ ଜଣେ ଭାରତୀୟ ଖେଳାଳି ସାମିଲ୍

ନ୍ୟୁଜିଲ୍ୟାଣ୍ଡର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବ୍ରାଣ୍ଡନ୍ ମ୍ୟାକକୁଲମ ନାମ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି। ଏହି ଖେଳାଳି ନ୍ୟୁଜିଲ୍ୟାଣ୍ଡର ସବୁଠାରୁ ପ୍ରିୟ ଖେଳାଳି। କେବଳ ଏତିକି ନୁହେଁ, ଏହି ଖେଳାଳି ବିସ୍ଫୋରକ ବ୍ୟାଟିଂ ପାଇଁ ବିଶ୍ୱରେ ପ୍ରସିଦ୍ଧ। ନ୍ୟୁଜିଲ୍ୟାଣ୍ଡର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏକି ଟେଷ୍ଟ କ୍ରିକେଟ୍ ରେ ତ୍ରିଗୁଣ ଶତକ ହାସଲ କରିଛନ୍ତି। ମ୍ୟାକକୁଲମଙ୍କ ବ୍ୟାଟିଂ ଶୈଳୀ ଟେଷ୍ଟ କ୍ରିକେଟ୍ ସହିତ ମେଳ ଖାଉ ନଥିଲା। ମ୍ୟାକ୍କୁଲମ୍ ତାଙ୍କର ୧୦୧ ଟେଷ୍ଟ ମ୍ୟାଚ୍ ର ହାରାହାରି ୩୮.୬୪ ରେ ୧୭୬ ଇନିଂସରେ ମୋଟ ୬୪୫୩ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ସେ ୭୭୪ ଚାରି ଏବଂ ସର୍ବାଧିକ ୧୦୭ ଛକା ମାରିଛନ୍ତି |