ଜିମ୍ବାୱେ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ! ଶୁଭମନ ଗିଲ୍ ଅଧିନାୟକ, ୪ ନୂଆ ମୁହଁ….

  1. Home
  2. Cric Special

ଜିମ୍ବାୱେ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ! ଶୁଭମନ ଗିଲ୍ ଅଧିନାୟକ, ୪ ନୂଆ ମୁହଁ….


ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳ ଜିମ୍ବାୱେ ଗସ୍ତ କରିବାକୁ ଯାଉଛନ୍ତି। ଜିମ୍ବାୱେ ଗସ୍ତରେ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାକୁ ଯାଉଛି। ଏହି ଯାତ୍ରା ୬ ଜୁଲାଇରୁ ଆରମ୍ଭ ହେବ। ଏଥିପାଇଁ ଭାରତୀୟ ଦଳ ଘୋଷଣା କରାଯାଇ ସାରିଛି। ଜିମ୍ବାୱେ ବିପକ୍ଷରେ ଭାରତର ଅଧିନାୟକ ଭୂମିକାରେ ଶୁଭମାନ ଗିଲଙ୍କୁ ଦେଖିବାକୁ ମିଳିବ। ଗିଲ ଅଧିନାୟକତ୍ୱ ପାଇବା ସହିତ ଅନ୍ୟ ଚାରିଜଣ ଖେଳାଳି ଏହି ସିରିଜରେ ଡେବ୍ୟୁ କରିବାର ସମ୍ଭାବନା ରହିଛି।

Gill

ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଜିମ୍ବାୱେ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଅଧିନାୟକ ହେବେ ବୋଲି ଆଶା କରାଯାଉଥିଲା। କାରଣ ସେ ଉପ-ଅଧିନାୟକ ଅଟନ୍ତି। କିନ୍ତୁ ସେ ବିଶ୍ରାମ ମାଗିଥିବା ହେତୁ ତାଙ୍କୁ ଦଳରେ ସାମିଲ କରାଯାଇନାହିଁ। ଏହା ବ୍ୟତୀତ ଚୟନକର୍ତ୍ତାମାନେ ଜିମ୍ବାୱେ ବିପକ୍ଷରେ IPL ୨୦୨୪ ରେ ଭଲ ପ୍ରଦର୍ଶନ କରିଥିବା କିଛି ଖେଳାଳିଙ୍କୁ ସୁଯୋଗ ଦେଇଛନ୍ତି।

Abhishek

ଏଥିମଧ୍ୟରେ ରିଆନ୍ ପାରାଗ, ଅଭିଷେକ ଶର୍ମା, ନୀତୀଶ ରେଡ୍ଡୀ ଏବଂ ତୁଷାର ଦେଶପାଣ୍ଡେ ସାମିଲ ରହିଛନ୍ତି। ଶୁଭମାନ ଗିଲଙ୍କ ଅଧିନାୟକତ୍ୱରେ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଏହି ଚାରି ଜଣଙ୍କୁ ସୁଯୋଗ ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଚାରି ଖେଳାଳି IPL ୨୦୨୪ ରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ। ୧୪ ଟି ମ୍ୟାଚରେ ରିଆନ୍ ୫୦୦ ରୁ ଅଧିକ ରନ୍ ସଂଗ୍ରହ କରିଥିବାବେଳେ ଅଭିଷେକ ଶର୍ମା ତାଙ୍କର ଉତ୍କୃଷ୍ଟ ବ୍ୟାଟିଂ ସହିତ ୧୫ ଟି ମ୍ୟାଚରେ ୪୦୦ ରୁ ଅଧିକ ରନ୍ ସଂଗ୍ରହ କରିଥିଲେ।

Riyan parag

ଉଭୟ ବ୍ୟାଟିଂ ଏବଂ ବୋଲିଂରେ ନୀତୀଶ ରେଡ୍ଡୀ ମଧ୍ୟ ପ୍ରଭାବିତ କରିଥିଲେ। ସେହିଭଳି ଭାବରେ ତୁଷାର ମଧ୍ୟ ଚେନ୍ନାଇ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ ଏଥିସହିତ ଖଲିଲ ଅହମ୍ମଦ୍ ଏବଂ ମୁକେଶ କୁମାର ଦଳ ମଧ୍ୟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି।

Nitish

ଜିମ୍ବାୱେ ସିରିଜ ପାଇଁ ଭାରତୀୟ ଦଳ:- ରୁତୁରାଜ ଗାଇକୱାଡ, ଅଭିଷେକ ଶର୍ମା, ଯଶସ୍ୱୀ ଜୟସୱାଲ, ଶୁଭମାନ ଗିଲ (ଅଧିନାୟକ), ନୀତୀଶ କୁମାର ରେଡ୍ଡୀ, ରିୟାନ ପରାଗ, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ଧ୍ରୁଭ ଜୁରେଲ(ୱିକେଟ୍ ରକ୍ଷକ), ରିଙ୍କୁ ସିଂ, ୱାସିଂଟନ ସୁନ୍ଦର, ରବି ବିସ୍ନୋଇ, ଅଭେଶ ଖାଁ, ତୁଷାର ଦେଶପାଣ୍ଡେ, ମୁକେଶ କୁମାର, ଖଲିଲ ଅହମ୍ମଦ୍।