ବାରମ୍ବାର ସୁଯୋଗ ମିଳିବା ସତ୍ତ୍ୱେ ଫେଲ୍ ମାରିଲେ ଏହି ଖେଳାଳି! ଭାରତୀୟ ଦଳରୁ ହେବେ ବିଦା….

  1. Home
  2. Cric Special

ବାରମ୍ବାର ସୁଯୋଗ ମିଳିବା ସତ୍ତ୍ୱେ ଫେଲ୍ ମାରିଲେ ଏହି ଖେଳାଳି! ଭାରତୀୟ ଦଳରୁ ହେବେ ବିଦା….


ଆସନ୍ତା ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ପଡ଼ିଆକୁ ଓଲ୍ହାଇବ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି। ଯେଉଁଥିରେ ଅନେକ ଯୁବ ଖେଳାଳି ରୋହିତ ଶର୍ମାଙ୍କ ନେତୃତ୍ୱରେ ଏକ ସୁଯୋଗ ପାଇପାରିବେ। କିନ୍ତୁ, ଅଧିନାୟକ ବାରମ୍ବାର ଜଣେ ଖେଳାଳିଙ୍କୁ ସୁଯୋଗ ଦେଇଥିଲେ ହେଁ ସେହି ଖେଳାଳି ଖରାପ ପ୍ରଦର୍ଶନ କରି ନିଜ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ସେ ବର୍ତ୍ତମାନ ଦଳରେ ରହିବାକୁ ସଂଘର୍ଷ କରୁଛନ୍ତି।

Dube

ପ୍ରତ୍ୟେକ ଖେଳାଳି ଟିମ୍ ଇଣ୍ଡିଆରେ ଖେଳିବାକୁ ସ୍ୱପ୍ନ ଦେଖନ୍ତି। ସେମାନେ ନିଜକୁ ପ୍ରମାଣ କରିବାକୁ ମଧ୍ୟ ସୁଯୋଗ ଖୋଜୁଛନ୍ତି। ଦୀର୍ଘ ସମୟ ପରେ ଅଲରାଉଣ୍ଡର ଶିବମ୍ ଦୁବେ ଦଳକୁ ଫେରିଥିଲେ। କିନ୍ତୁ, ତାଙ୍କର ଖରାପ ପ୍ରଦର୍ଶନ କେବଳ ଅଧିନାୟକ ନୁହେଁ ବରଂ ଚୟନକର୍ତ୍ତାଙ୍କ ବିଶ୍ୱାସ ଉପରେ କୁଠାରଘାତ କରିଛି।

Dube

ଏଭଳି ପରିସ୍ଥିତିରେ ଶିବମ୍ ଦୁବେଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିବ ନାହିଁ।  କାରଣ, ଟି-୨୦ ବିଶ୍ୱକପ ପରେ ଜିମ୍ବାୱେ ଗସ୍ତରେ ମଧ୍ୟ ସେ ନିରାଶ ହୋଇଥିଲେ। ଆଇପିଏଲରେ ତାଙ୍କର ବିସ୍ଫୋରକ ବ୍ୟାଟିଂ ଆଧାରରେ ଚୟନକର୍ତ୍ତାମାନେ ଟି-୨୦ ବିଶ୍ୱକପ ୨୦୨୪ ଦଳରେ ଶିବମ ଦୁବେଙ୍କୁ ଚୟନ କରିଥିଲେ। ସେ ଏହି ବଡ ଟୁର୍ନାମେଣ୍ଟରେ ଫିନିସର୍ ଭାବରେ ଅନ୍ତର୍ଭୁକ୍ତ ହୋଇଥିଲେ। କିନ୍ତୁ, ଦୁବେ ସେଠାରେ ସେମିତି କିଛି ଭଲ ପ୍ରଦର୍ଶନ କରି ପାରିନଥିଲେ।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ସେ ୮ ଟି ମ୍ୟାଚରେ ଅନ୍ତର୍ଭୁକ୍ତ ହୋଇଥିଲେ।  ଯେଉଁଥିରେ ସେ ୨୨ ର ଆଭରେଜ ସହିତ ୧୩୩ ରନ୍ ସ୍କୋର କରିଥିଲେ। ଟି-୨୦ ବିଶ୍ୱକପ ୨୦୨୪ ରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଚୟନକର୍ତ୍ତାମାନେ ଜିମ୍ବାୱେ ଏବଂ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଶିବମ୍ ଦୁବେଙ୍କୁ ଅନ୍ତର୍ଭୁକ୍ତ କରିଥିଲେ। 

Dubey

ଶିବାମ ଦୁବେଙ୍କୁ ପ୍ରତ୍ୟାବର୍ତ୍ତନ କରିବାର ସମସ୍ତ ସୁଯୋଗ ଦିଆଯାଇଥିଲା। କିନ୍ତୁ, ସେ ସମ୍ପୂର୍ଣ୍ଣ ନିରାଶ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଏକଦିବସିୟ ସିରିଜରେ ସେ ୯,୦ ଓ ୨୫ ରନ୍ ସ୍କୋର କରିଥିଲେ। ଜିମ୍ବାୱେ ବିପକ୍ଷରେ ମଧ୍ୟ ସେ ୨୬ ଏବଂ ୧୩ ରନର ଇନିଂସ ଖେଳିଛନ୍ତି। ଏଭଳି ପରିସ୍ଥିତିରେ ଦୁବେଙ୍କୁ ଭାରତୀୟ  ଦଳରେ ସାମିଲ କରିବା କଷ୍ଟକର ହେବ।