ଋଷବ ଏବଂ ସାମସନଙ୍କ ମଧ୍ୟରୁ ଚୂଡାନ୍ତ ଏକାଦଶରେ କିଏ ଖେଳିବ? ଏହି ପ୍ରଶ୍ନର ମିଳିଗଲା ଉତ୍ତର, ଜାଣନ୍ତୁ କଣ…..

  1. Home
  2. Cric Special

ଋଷବ ଏବଂ ସାମସନଙ୍କ ମଧ୍ୟରୁ ଚୂଡାନ୍ତ ଏକାଦଶରେ କିଏ ଖେଳିବ? ଏହି ପ୍ରଶ୍ନର ମିଳିଗଲା ଉତ୍ତର, ଜାଣନ୍ତୁ କଣ…..


ଆଇପିଏଲ୍ ୨୦୨୪ ପରେ ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ଆସନ୍ତା ମାସରୁ ଟି-୨୦ ବିଶ୍ୱକପ୍ ଖେଳିବାକୁ ହେବ। ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଇସିସିର ମେଗା ଇଭେଣ୍ଟ ଜୁନ୍ ୨ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଆମେରିକା ଏବଂ କାନାଡା ମଧ୍ୟରେ ଖେଳାଯିବ। ତେବେ ଟିମ୍ ଇଣ୍ଡିଆ ଜୁନ୍ ୫ ତାରିଖରୁ ଆୟର୍ଲାଣ୍ଡ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହି ମେଗା ଇଭେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।

Parthiv

ବର୍ତ୍ତମାନ ପ୍ଲେଇଂ ୧୧ କିପରି ହେବ ସେ ସମ୍ବନ୍ଧରେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଅଛି। ବିଶେଷକରି ୱିକେଟ୍ କିପର ଭୂମିକାରେ କିଏ ରହିବେ?  ଏହା ଏକ ବଡ ପ୍ରଶ୍ନ ଅଟେ। ସଞ୍ଜୁ ସାମସନ କିମ୍ବା ଋଷଭ କିଏ ପ୍ରଥମ ପସନ୍ଦ ରହିବେ ସେନେଇ ପୂର୍ବତନ ଖେଳାଳି ପାର୍ଥିବ ପଟେଲ ପ୍ରତିକ୍ରିୟା ରଖିଛନ୍ତି। ତେବେ, ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଉଭୟ ସଞ୍ଜୁ ସାମସନ ଏବଂ ଋଷଭ ପନ୍ତଙ୍କୁ ଟିମ୍ ଇଣ୍ଡିଆରେ ଚୟନ କରାଯାଇଛି।

ଉଭୟ ଖେଳାଳିଙ୍କ ପ୍ରଦର୍ଶନ ବର୍ତ୍ତମାନ ଆଇପିଏଲରେ ଭଲ ରହିଛି। ଏଭଳି ପରିସ୍ଥିତିରେ ଉଭୟଙ୍କ ମଧ୍ୟରୁ ଦଳ କାହାକୁ ବାଛୁଛି ତାହା ଦେଖିବାକୁ ବାକି ରହିଲା। କିନ୍ତୁ ୱିକେଟ୍ କିପର ଭାବରେ କିଏ ଚୟନ କରାଯିବ ସେନେଇ ପାର୍ଥିବ ପଟେଲ ଉତ୍ତର ଦେଇଛନ୍ତି।  ଦୈନିକ ଜାଗ୍ରନଙ୍କ ସହ କଥାବାର୍ତ୍ତା ବେଳେ ସେ ଏହା ପ୍ରକାଶ କରିଛନ୍ତି।

Rishab

ଚୂଡାନ୍ତ ଏକାଦଶରେ ସଞ୍ଜୁ ସାମସନ ଏବଂ ଋଷଭ ପନ୍ତଙ୍କ ଚୟନ ଉପରେ ନିଜର ମତ ଦେଇ ପାର୍ଥିବ ପଟେଲ କହିଛନ୍ତି,“ଏବେ ପୁରା ଆଇପିଏଲ୍ ବାକି ଅଛି। ଭାରତୀୟ ଦଳ କିପରି ଭାବୁଛି ତାହା ଉପରେ ଅନେକ କିଛି ନିର୍ଭର କରିବ, ଯେପର୍ଯ୍ୟନ୍ତ ମୁଁ ଭାବୁଛି ଉଭୟ ଦକ୍ଷ ଖେଳାଳି ଅଟନ୍ତି। ଯିଏ ବି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବ ସେ ଟିମ୍ ଇଣ୍ଡିଆର ସ୍ୱାର୍ଥରେ ରହିବେ। ତଥାପି ଉଭୟଙ୍କ ମଧ୍ୟରେ ଚୟନ କରିବା ମୋ ଏବଂ ଟିମ୍ ଇଣ୍ଡିଆ ପାଇଁ ବହୁତ କଷ୍ଟକର ରହିବ”।

ପାର୍ଥିବ ପଟେଲ ଆହୁରି କହିଛନ୍ତି ଯେ,“ଉଭୟ ସଞ୍ଜୁ ସାମସନ ଏବଂ ଋଷଭ ପନ୍ତଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ।  ସଞ୍ଜୁଙ୍କ ବିରୋଧରେ ପ୍ରଥମ ଅଭିଯୋଗ ରହିଥିଲା ଯେ ସେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ରନ୍ ସ୍କୋର କରି ପରେ କ୍ରମାଗତ ଭଲ ପ୍ରଦର୍ଶନ କରି ପାରୁନଥିଲେ କିନ୍ତୁ,  ଚଳିତ ବର୍ଷ ଏହା ଦେଖାଯାଇ ନାହିଁ। ପନ୍ତଙ୍କ ବିଷୟରେ କହିବାକୁ ଗଲେ, ଅନେକ ଆଘାତଜନିତ ସମସ୍ୟା ପରେ ମଧ୍ୟ ୱିକେଟ୍ କିପିଂ ପାଇଁ ନିଜକୁ ସମର୍ଥ କରିବା ଏବଂ ଭଲ ପ୍ରଦର୍ଶନ କରିବା ପ୍ରଶଂସନୀୟ ଅଟେ। 

Samson

ରାଜସ୍ଥାନ ରୟାଲ୍ସର ଅଧିନାୟକ ଥିବା ସାମସନ ବର୍ତ୍ତମାନ ହାରାହାରି ୬୭.୨୮ ରେ ୧୧ ଟି ମ୍ୟାଚରେ ୪୭୧ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ ୧୬୩.୨୪ ରହିଛି।  ସେ ୧୧ ଇନିଂସ ମଧ୍ୟରୁ ୪ ଟିରେ ଅପରାଜିତ ରହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ହାରାହାରି ୪୧.୩୦ ରେ ୧୨ ଟି ମ୍ୟାଚରେ ୪୧୪ ରନ୍ ସଂଗ୍ରହ କରିଛନ୍ତି।  ତାଙ୍କର ଷ୍ଟ୍ରାଇକ୍ ରେଟ ୧୫୬.୪୩ ରହିଛି।