ଭଲ ପ୍ରଦର୍ଶନ ସତ୍ତ୍ୱେ ଏହି ଖେଳାଳି ମାନଙ୍କୁ ବିଶ୍ୱକପ ଦଳରେ ମିଳିଲା ନାହିଁ ସ୍ଥାନ! ଜାଣନ୍ତୁ କାହିଁକି….

  1. Home
  2. Cric Special

ଭଲ ପ୍ରଦର୍ଶନ ସତ୍ତ୍ୱେ ଏହି ଖେଳାଳି ମାନଙ୍କୁ ବିଶ୍ୱକପ ଦଳରେ ମିଳିଲା ନାହିଁ ସ୍ଥାନ! ଜାଣନ୍ତୁ କାହିଁକି….


ଗତ ମଙ୍ଗଳବାର ଦିନ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଅଛି। ବିଶ୍ୱକପ ରେସରେ ଅନେକ ଷ୍ଟାର ଖେଳାଳି ଥିବାବେଳେ ମାତ୍ର ୧୫ ଜଣଙ୍କୁ ହିଁ ସୁଯୋଗ ମିଳିଛି। ତେବେ, ଏପରି ମଧ୍ୟ କିଛି ଖେଳାଳି ରହିଛନ୍ତି ଯେଉଁମାନେ ଭଲ ପ୍ରଦର୍ଶନ କରିଥିବା ସତ୍ତ୍ୱେ ନିରାଶ ହେବାକୁ ପଡିଛି।

India

୧. କେ.ଏଲ୍ ରାହୁଲ:- ଏହି ତାଲିକାରେ ସବୁଠାରୁ ବଡ଼ ନାମ ନିଶ୍ଚିତ ଭାବରେ କେ.ଏଲ ରାହୁଲଙ୍କର ଅଟେ। ରାହୁଲ ଭାରତୀୟ ଦଳରେ ୱିକେଟକିପର ଭୂମିକାରେ ଦେଖିବାକୁ ମିଳିଥାନ୍ତେ। କିନ୍ତୁ, ଏପରି ସମ୍ଭବ ହୋଇ ପାରିଲାନାହିଁ। ଦଳୀୟ ସମୀକରଣରେ ସଞ୍ଜୁ ସାମସନ ସମ୍ପୂର୍ଣ୍ଣ ଭାବରେ ଫିଟ ହେଉଥିବାରୁ ତାଙ୍କୁ ଦଳରେ ସ୍ଥାନ ମିଳିଛି।

Rahul

୨. ଇଶାନ କିଶନ:- ଗତ ବର୍ଷେ ହେବ ଇଶାନଙ୍କୁ ରୋହିତଙ୍କ ସହିତ ଭାରତୀୟ ଦଳର ଦ୍ଵିତୀୟ ୱିକେଟକିପର ଭାବରେ ପରିଗଣିତ କରାଯାଉଥିଲା। କିନ୍ତୁ, ଟିମ ମ୍ୟାନେଜମେଣ୍ଟ ସହିତ ତାଙ୍କର ବିବାଦ ଏବଂ ସେ ଫର୍ମ ହରାଇବା ହେତୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ।

Ishan kishan

୩. ଋତୁରାଜ ଗାଇକୱାଡ଼:- ବିଶ୍ୱକପରେ ରୋହିତଙ୍କ ସହିତ ଯଶସ୍ବୀ ଜୟସ୍ବାଲ ଓପନିଂ କରିବା ଏକପ୍ରକାର ନିଶ୍ଚିତ ଅଟେ। ତେଣୁ, ଓପନିଂ କରିବା ପାଇଁ ଆଉ ସ୍ଥାନ ନାହିଁ ଯେଉଁଥିପାଇଁ ଋତୁରାଜଙ୍କର ଟି-୨୦ ବିଶ୍ୱକପ ୨୦୨୪ର ସ୍ୱପ୍ନ ଅଧୁରା ରହି ଯାଇଛି।

Ruturaj

୪. ମହମ୍ମଦ ସାମୀ:- ବିଶ୍ୱକପ ଖେଳିବା ପାଇଁ ମହମ୍ମଦ ସାମୀ ଜଣେ ପ୍ରମୁଖ ଦାବିଦାର ରହିଥିଲେ। କିନ୍ତୁ, ଆଘାତଜନିତ ସମସ୍ୟା ହେତୁ ତାଙ୍କୁ ଦଳରେ ସ୍ଥାନ ଦିଆଯାଇନାହିଁ। ଏହା ତାଙ୍କ ପାଇଁ ଏବଂ ଭାରତ ପାଇଁ ଏକ ଶକ୍ତ ଧକ୍କା ଅଟେ।

Shami

୫. ରବିଚନ୍ଦ୍ରନ ଅଶ୍ୱିନ:- ରବିଚନ୍ଦ୍ରନ ଅଶ୍ୱିନ ଭାରତର ଜଣେ ପ୍ରମୁଖ ଏବଂ ବରିଷ୍ଠ ସ୍ପିନର ଭାବରେ ଜଣାଶୁଣା। କିନ୍ତୁ, ୟୁଜବେନ୍ଦ୍ର ଚହଲ ଏବଂ କୁଳଦୀପ ଯାଦବ ଭଲ ଫର୍ମରେ ରହିଥିବାରୁ ସେମାନଙ୍କୁ ଅଶ୍ୱିନଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଅଛି।

Ashwin

୬. ସେହିପରି ଶୁଭମନ ଗିଲ୍, ରିଙ୍କୁ ସିଂ, ରିୟାନ ପରାଗ, ଆଭେଶ ଖାଁ ପ୍ରମୁଖ ଦଳରେ ସ୍ଥାନ ପାଇବା ପାଇଁ ବିଚାର ହେଉଥିଲେ ହେଁ ସେମାନଙ୍କୁ ଦଳରେ ସ୍ଥାନ ମିଳିପାରିନାହିଁ। 

Rinku