ବଢ଼ିଲା ପାଣ୍ଡ୍ୟା ବ୍ରଦର୍ସଙ୍କ ଚିନ୍ତା! ଠକେଇ ମାମଲାରେ ବଡ଼ ଭାଇଙ୍କୁ ଉଠାଇ ନେଲା ପୋଲିସ….

  1. Home
  2. Cric Special

ବଢ଼ିଲା ପାଣ୍ଡ୍ୟା ବ୍ରଦର୍ସଙ୍କ ଚିନ୍ତା! ଠକେଇ ମାମଲାରେ ବଡ଼ ଭାଇଙ୍କୁ ଉଠାଇ ନେଲା ପୋଲିସ….


ଏପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ର ୨୫ଟି ମ୍ୟାଚ୍ ଖେଳାଯାଇଛି। ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବି ମଧ୍ୟରେ ୨୫ ତମ ମ୍ୟାଚ ଖେଳାଯାଇଥିଲା। କିନ୍ତୁ ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏହାର କାରଣ ହେଉଛି ତାଙ୍କ ଭାଇଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯେଉଁଥିରେ ତାଙ୍କୁ ଗିରଫ ମଧ୍ୟ କରାଯାଇଛି।

Pandya

ଏପର୍ଯ୍ୟନ୍ତ ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜନରେ ଜିତିବା ପାଇଁ ସଂଘର୍ଷ କରୁଛି, ଯାହାକି ନୂଆ ଅଧିନାୟକଙ୍କ ପାଇଁ ଏକ ବଡ ସମସ୍ୟା ହୋଇ ରହିଛି। ଲଗାତାର ୩ଟି ମ୍ୟାଚ୍ ହାରିବା ପରେ ମୁମ୍ବାଇ ଦୁଇଟି ମ୍ୟାଚ ଜିତିବାରେ ସଫଳ ହୋଇଛି। ଦ୍ଵିତୀୟ ବିଜୟ ସତ୍ତ୍ୱେ ହାର୍ଦିକଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ଆସନ୍ତୁ ଜାଣିବା ସମଗ୍ର ବିଷୟ କ’ଣ?

ମୁମ୍ବାଇ ଇଣ୍ଡିଆନ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚ୍ ପୂର୍ବରୁ ବଡ ଅସୁବିଧାରେ ପଡିଛନ୍ତି। ତାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟାଙ୍କୁ ଏପ୍ରିଲ ୧୦ ବୁଧବାର ଦିନ ପୋଲିସ ଗିରଫ କରିଛି। ରିପୋର୍ଟ ଅନୁଯାଇ, ତାଙ୍କ ବିରୋଧରେ ଠକେଇର ଅଭିଯୋଗ ହୋଇଛି। ଏହି ମାମଲାରେ ଏକ ବିବୃତ୍ତି ପ୍ରଦାନ କରି ମୁମ୍ବାଇ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗର ଅଧିକାରୀମାନେ କହିଛନ୍ତି ଯେ ୩୭ ବର୍ଷିୟ ବୈଭବ ମୁମ୍ବାଇର ଏକ ସହଭାଗୀତା ସଂସ୍ଥାରୁ ପ୍ରାୟ ୪.୩ କୋଟି ଟଙ୍କା ଠକିଛନ୍ତି।

Pandya

ଏହି କାରଣରୁ କ୍ରିକେଟର ଏବଂ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ବହୁତ କ୍ଷତି ସହିଛନ୍ତି। ବାସ୍ତବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇଙ୍କ ବିରୋଧରେ ଠକେଇ ଓ ଜାଲିଆତି ଅଭିଯୋଗ ଆସିଛି। ୨୦୨୧ ମସିହାରେ, କ୍ରୁନାଲ, ହାର୍ଦ୍ଦିକ ଏବଂ ବୈଭବ ଏକତ୍ର ପଲିମର ବ୍ୟବସାୟର ମୂଳଦୁଆ ପକାଇଲେ। ଏହି ତିନିଜଣ ଭାଗିଦାରୀରେ ଥିଲେ ଏବଂ କମ୍ପାନୀର ସର୍ତ୍ତ ଥିଲା ଯେ ତିନି କ୍ରିକେଟର ଏବଂ ସେମାନଙ୍କ ଭାଇ ମିଳିତ ଭାବେ ୪୦% ଅର୍ଥ ବିନିଯୋଗ କରିବେ। ଯେଉଁଥିରେ ସାବତ ଭାଇ ବୈଭବ ୨୦ ପ୍ରତିଶତ ପାଣ୍ଠି ବିନିଯୋଗ କରିବେ ଏବଂ ଫାର୍ମ ଚଳାଇବାର ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରିବେ।

ଏହା ସହିତ, ବ୍ୟବସାୟରୁ ଯାହା ଲାଭ ହେବ ତାହା ସେହି ଅନୁସାରେ ସମସ୍ତଙ୍କ ମଧ୍ୟରେ ବଣ୍ଟନ ହେବ। କିନ୍ତୁ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇ କମ୍ପାନୀର ନିୟମ ଉଲ୍ଲଂଘନ କରି ଅନ୍ୟ ଏକ ବ୍ୟବସାୟ ସଂସ୍ଥା ଖୋଲିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେ ଦୁଇ କ୍ରିକେଟର ଭାଇଙ୍କୁ ଏ ବିଷୟରେ କୌଣସି  ସୂଚନା ଦେଇନାହାଁନ୍ତି। ଏହି ପ୍ରସଙ୍ଗରେ ଏକ ସୂତ୍ରରୁ ଖବର ମିଳିଛି ଯେ ଏକ ନୂତନ ଫାର୍ମ ଖୋଲିବା ହେତୁ ପ୍ରଥମ କମ୍ପାନୀ ୩ କୋଟି ଟଙ୍କା କ୍ଷତି ସହିଛି।

Vaibhav

ସୂତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ ବୈଭବ ପାଣ୍ଡ୍ୟା ଗୁପ୍ତରେ ତାଙ୍କର ଲାଭକୁ ୨୦% ରୁ ୩୩.୩% କୁ ବୃଦ୍ଧି କରିଛନ୍ତି। ଏହି କାରଣରୁ କ୍ରିକେଟର ଏବଂ ତାଙ୍କ ଭାଇଙ୍କୁ ଏକ ବଡ ଝଟକା ଲାଗିଛି ଏବଂ ସେମାନେ ଅନେକ କ୍ଷତି ମଧ୍ୟ ସହିଛନ୍ତି। ଏପରିକି ସାବତ ଭାଇ ଭାଗିଦାରୀ ଫାର୍ମର ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଟଙ୍କା ନିଜ ଆକାଉଣ୍ଟକୁ ସ୍ଥାନାନ୍ତର ମଧ୍ୟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ ହାର୍ଦ୍ଦିକ ଏବଂ କ୍ରୁନାଲଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ।