ଚାରିଆଡେ ଏବେ ଗୋଟିଏ ପ୍ରଶ୍ନ, 2007 T-20 ଏବଂ 2011 ODI ବିଶ୍ୱକପ ବିଜୟରେ ଟିମ୍ ଇଣ୍ଡିଆର ପ୍ରକୃତ ହିରୋ କିଏ?

  1. Home
  2. Cric Special

ଚାରିଆଡେ ଏବେ ଗୋଟିଏ ପ୍ରଶ୍ନ, 2007 T-20 ଏବଂ 2011 ODI ବିଶ୍ୱକପ ବିଜୟରେ ଟିମ୍ ଇଣ୍ଡିଆର ପ୍ରକୃତ ହିରୋ କିଏ?


ଭାରତ ପ୍ରଥମ ଥର ପାଇଁ 2007 ରେ T20 ବିଶ୍ୱକପ ରେ ବିଜୟ ହୋଇଥିଲା ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ସେ କୀର୍ତ୍ତିମାନ ସ୍ଥାପନ କରିବାରେ ସଫଳ ହୋଇଥିଲା । ଧୋନୀଙ୍କ ନେତୃତ୍ୱରେ ଭାରତ ଅନେକ ସଫଳତା ହାସଲ କରିଛି କିନ୍ତୁ ସେ ମଧ୍ୟରୁ ଦୁଇଟି ବଡ଼ ସଫଳତା ହେଉଛି 2007 ମସିହା T20 ବିଜୟ ଓ 2011 ମସିହା ଦିନିକିଆ ବିଶ୍ୱକପ୍ ବିଜୟ ।

The whole world was crying when the cricketers retired

ସାଧାରଣ କୌଣସି ଟିମ୍ ଚାମ୍ପିୟନ ଆଖ୍ୟା ଅର୍ଜନ କଲେ କ୍ୟାପ୍ଟେନଙ୍କୁ ସବୁ ଶ୍ରେୟ ଯାଇଥାଏ । ତଥାପି ଦଳଗତ ପ୍ରଦର୍ଶନକୁ ଅଣଦେଖା କରାଯାଇ ପାରିବ ନାହିଁ । ଗୋଟିଏ ଦଳର ସମସ୍ତ ଖେଳାଳିଙ୍କର କଠିନ ପରିଶ୍ରମ ପରେ ହିଁ ଗୋଟିଏ ଦଳ ବିଶ୍ୱ ବିଜୟୀ ହୋଇଥାଏ ।

2007 T20 ବିଶ୍ୱକପରେ ଭାରତ ପକ୍ଷରୁ ଗୌତମ ଗମ୍ଭୀର 3 ଟି ଅର୍ଦ୍ଧଶତକ ସହ 227 ରନ, ଧୋନୀ 154 ରନ, ଯୁବରାଜ ସିଂହ 2ଟି ଅର୍ଦ୍ଧଶତକ ସହ 148 ରନ୍, ବିରେନ୍ଦ୍ର ସେହୱାଗ 133 ରନ, ରବିନ୍ ଉଥାପା 113 ରନ୍ ସଂଗ୍ରହ କରିଥିଲେ । ସେହିପରି ବୋଲରଙ୍କ ମଧ୍ୟରେ ଆର.ପି ସିଂହ 12ଟି, ଇର୍ଫାନ ପଠାନ 10ଟି, ହରଭଜନ ସିଂହ 7ଟି, ଏସ.ଶ୍ରୀସନ୍ଥ 6ଟି ୱିକେଟ ନେଇଥିଲେ ।

dhoni-gambhir

ସେହିପରି 2011 ବିଶ୍ୱକପରେ ଯୁବରାଜ ସିଂହ 1ଟି ଶତକ ଓ 4ଟି ଅର୍ଦ୍ଧଶତକ ସହ 362 ରନ, ସଚିନ ତେନ୍ଦୁଲକର 2ଟି ଶତକ ଓ 2ଟି ଅର୍ଦ୍ଧଶତକ ସହ 482 ରନ, ଧୋନୀ 1ଟି ଅର୍ଦ୍ଧଶତକ ସହ 241 ରନ, ବିରେନ୍ଦ୍ର ସେହୱାଗ 1ଟି ଶତକ ଓ 1 ଅର୍ଦ୍ଧଶତକ ସହ 380 ରନ, ଗୌତମ ଗମ୍ଭୀର 4ଟି ଅର୍ଦ୍ଧଶତକ ସହ 393 ରନ ସଂଗ୍ରହ କରିଥିଲେ । ବୋଲରଙ୍କ ମଧ୍ୟରେ ଜାହିର ଖାନ 21ଟି, ଯୁବରାଜ ସିଂହ 15ଟି, ମୁନାଫ ପଟେଲ 11ଟି, ହରଭଜନ ସିଂହ 9ଟି ୱିକେଟ ଅକ୍ତିଆର କରିଥିଲେ ।

ତେବେ ଏହି ଦୁଇ ବିଶ୍ୱକପ ବିଜୟର ପ୍ରକୃତ ହିରୋ କିଏ ସେନେଇ ଅନେକ ସମୟରେ ସୋସିଆଲ ମିଡ଼ିଆରେ ନାନା ଚର୍ଚ୍ଚା ଦେଖିବାକୁ ମିଳୁଛି । 2011 ବିଶ୍ୱକପରେ ଯୁବରାଜ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ପାଇଥିଲେ । 2007 ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଶେଷ ଓଭର ବୋଲିଂ କରିଥିବା ଯୋଗିନ୍ଦର ଶର୍ମାଙ୍କୁ ଅନେକ ହିରୋ ବୋଲି କହିଥାନ୍ତି । ଏଥିସହିତ ଯୁବରାଜ, ଗମ୍ଭୀର, ଧୋନୀ, ସଚିନଙ୍କ ସହିତ ଅନ୍ୟମାନଙ୍କ ନାମ ମଧ୍ୟ ଆସିଥାଏ ।