RCB ଜିତିବା ଖୁସିରେ ଏଲିସ୍ ପେରିଙ୍କ ସହିତ ଏମିତି କିଛି କଲେ ରାଜେଶ ମେନନ, ଭିଡ଼ିଓ ହେଲା ଭାଇରଲ

  1. Home
  2. Cric Special

RCB ଜିତିବା ଖୁସିରେ ଏଲିସ୍ ପେରିଙ୍କ ସହିତ ଏମିତି କିଛି କଲେ ରାଜେଶ ମେନନ, ଭିଡ଼ିଓ ହେଲା ଭାଇରଲ


ଦୀର୍ଘ ୧୬ ବର୍ଷ ପରେ ଟ୍ରଫି ଜିତିଲା ଆରସିବି। ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ଏବି ଡ଼ିଭିଲିୟର୍ସଙ୍କ ପର୍ଯ୍ୟନ୍ତ ବଡ଼ ବଡ଼ କିମ୍ବଦନ୍ତୀ ଖେଳାଳି ଯେଉଁ କାମ କରି ପାରିନଥିଲେ। ଶେଷରେ ଆରସିବିର ମହିଳା ଦଳ WPL ଟାଇଟେଲ ଜିତି ଇତିହାସ ରଚିଛନ୍ତି। ତେବେ, ଏହି ବିଜୟରେ ଆରସିବିର ସ୍ପିନରମାନଙ୍କ ଭୂମିକା ବେସ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା।

Rcb

ପ୍ରଥମେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସେଫାଲି ବର୍ମା ଏବଂ ଅଧିନାୟିକା ମେଗ୍ ଲ୍ୟାନିଂ ଚମତ୍କାର ଆରମ୍ଭ କରିବା ସହିତ ପ୍ରଥମ ୬ ଓଭରରେ କୌଣସି ୱିକେଟ ନ ହରାଇ ୬୧ ରନ ସଂଗ୍ରହ କରିଥିଲେ। କିନ୍ତୁ, ବାମହାତୀ ସ୍ପିନର ସୋଫିଆ ମୋଲିନ୍ୟୁ ଅଷ୍ଟମ ଓଭର ବୋଲିଂ କରିବାକୁ ଆସି ସବୁ ଓଲଟ ପାଲଟ କରି ଦେଇଥିଲେ। ସେ ଗୋଟିଏ ଓଭରରେ ତିନୋଟି ୱିକେଟ ନେଇ ଦିଲ୍ଲୀକୁ ପଛକୁ ଠେଲି ଦେଇଥିଲେ।

Perry

ଯାହାପରେ ଦିଲ୍ଲୀ ୧୮.୩ ଓଭରରେ ମାତ୍ର ୧୧୩ ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଆରସିବି ଦଳ ଭଲ ଆରମ୍ଭ କରିବା ସହିତ ଏଲିସ୍ ପେରିଙ୍କ ଦାୟିତ୍ୱପୂର୍ଣ୍ଣ ଇନିଂସ ହେତୁ ଅତି ସହଜରେ ଟାର୍ଗେଟ ଚେଜ୍ କରି ନେଇଥିଲା। ଟାଇଟେଲ ଜିତିବା ପରେ ଆରସିବି ଦଳର ଖେଳାଳି ଏବଂ ପ୍ରଶଂସକ ଖୁସିରେ ଝୁମି ଉଠିଥିଲେ।

Menon

ତେବେ, ଏହାରି ମଧ୍ୟରେ ଏକ ଅଜବ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରକୃତରେ ଆରସିବି ଦଳର ମୁଖ୍ୟ ଏବଂ ଉପାଧ୍ୟକ୍ଷ ରାଜେଶ ମେନନ ଲାଇଭ ଟିଭି ଆଗରେ ଏଲିସ୍ ପେରିଙ୍କୁ କୁଣ୍ଢାଇ ଧରିଥିଲେ। ପେରି ସେତେବେଳେ ବ୍ରଡକାଷ୍ଟରଙ୍କୁ ସାକ୍ଷାତକାର ଦେଉଥିବା ବେଳେ ମେନନ ଖୁସିରେ ଦୌଡ଼ି ଆସି ତାଙ୍କୁ କୁଣ୍ଢାଇ ଧରିଥିଲେ ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା।