ମହେନ୍ଦ୍ର ସିଂ ଧୋନୀ ଙ୍କୁ ନେଇ ପୂର୍ବତନ ସିଲେକ୍ଟର ଏମଏସକେ ପ୍ରସାଦ ଦେଲେ ଏଭଳି ପ୍ରତିକ୍ରିୟା…
![ମହେନ୍ଦ୍ର ସିଂ ଧୋନୀ ଙ୍କୁ ନେଇ ପୂର୍ବତନ ସିଲେକ୍ଟର ଏମଏସକେ ପ୍ରସାଦ ଦେଲେ ଏଭଳି ପ୍ରତିକ୍ରିୟା…](https://cricketkhabara.com/static/c1e/client/93714/migrated/8940d0ac765abfca990abd1028bfede6.jpg)
ନିକଟରେ ଏକ ସାକ୍ଷାତକାର ରେ ପୂର୍ବତନ ସିଲେକ୍ଟର ଏମଏସକେ ପ୍ରସାଦଙ୍କ ଧୋନି ଙ୍କୁ ନେଇ ଏକ ବଡ ବୟାନ ସାମ୍ନାକୁ ଆସିଛି, ୨୦୧୫ରୁ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲାଇ ଥିଲେ,କିନ୍ତୁ ବର୍ତମାନ ସୁନୀଲ ଜୋଷୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ମଧ୍ୟ ପୂର୍ବତମ ଅଧିନାୟକ କପିଳ ଦେବ ମଧ୍ୟ ଏହି ବୟାନ ଦେଇଥିଲେ ।
![ମହେନ୍ଦ୍ର ସିଂ ଧୋନୀ ଙ୍କୁ ନେଇ ପୂର୍ବତନ ସିଲେକ୍ଟର ଏମଏସକେ ପ୍ରସାଦ ଦେଲେ ଏଭଳି ପ୍ରତିକ୍ରିୟା…](https://cricketkhabara.com/static/c1e/client/93714/migrated/09b84fd36f795b277e176b51fdeb0589.jpeg)
ଏମଏସକେ ପ୍ରସାଦ କହିଛନ୍ତି ଯେ, ଧୋନୀ ଓ ୟୁବରାଜ ସିଂ ଙ୍କ ବିକଳ୍ପ ଖେଳାଳି ଖୋଜିବା କଷ୍ଟକର ଥିଲା । ଏମିତିକି ରବୀନ୍ଦ୍ର ଜାଡେଜା ଓ ଆର ଅଶ୍ୱୀନଙ୍କୁ ଦଳରେ ସାମିଲ କରିବା ମଧ୍ୟ ବହୁ କଷ୍ଟକର ଥିଲା,୫ ବର୍ଷର କାର୍ଯ୍ୟକାଳର ସେ ଅନେକ କଠିନ ନିଷ୍ପତ୍ତି ମଧ୍ୟ ନେଇଛନ୍ତି ।
![ମହେନ୍ଦ୍ର ସିଂ ଧୋନୀ ଙ୍କୁ ନେଇ ପୂର୍ବତନ ସିଲେକ୍ଟର ଏମଏସକେ ପ୍ରସାଦ ଦେଲେ ଏଭଳି ପ୍ରତିକ୍ରିୟା…](https://cricketkhabara.com/static/c1e/client/93714/migrated/511f2ee8b114cf9de5618528531b67c3.jpg)
ଭାରତୀୟ ଦଳ ରେ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକ ପରେ ବିରାଟ କୋହଲି ଙ୍କ ଦଳ ପାଇଁ ନେତୃତ୍ୱ ନେବା ମଧ୍ୟ ତାଙ୍କ ଉପରେ ପ୍ରଶ୍ନ ଉଠିଥିଲା, ଏବଂ ପରେ ବିରାଟ କୋହଲିଙ୍କ ନେତୃତ୍ୱ ମଧ୍ୟ ଦଳ ସମସ୍ତ ଫର୍ମାଟରେ ନମ୍ବର ୧ ହୋଇଥିଲା । ମହେନ୍ଦ୍ର ସିଂ ଧୋନୀଙ୍କ ବିକଳ୍ପ ଖୋଜିବା ସବୁଠାରୁ କଷ୍ଟକର ଥିଲା ବୋଲି ଏମଏସକେ ପ୍ରସାଦ କହିଛନ୍ତି ।