ମହମ୍ମଦ ସାମି ମନୋଜ ତିୱାରୀଙ୍କ ସହ ଲାଇଭ୍ ଚାଟ୍ ସମୟରେ ଧୋନିଙ୍କୁ ନେଇ ଖୋଲାସା କରିଥିଲେ ଡ୍ରେସିଂ ରୁମର ଏହି ଗୁପ୍ତ କଥା..

  1. Home
  2. Cric Special

ମହମ୍ମଦ ସାମି ମନୋଜ ତିୱାରୀଙ୍କ ସହ ଲାଇଭ୍ ଚାଟ୍ ସମୟରେ ଧୋନିଙ୍କୁ ନେଇ ଖୋଲାସା କରିଥିଲେ ଡ୍ରେସିଂ ରୁମର ଏହି ଗୁପ୍ତ କଥା..

ନିକଟରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମି ଓ ବଙ୍ଗଳା ଖେଳାଳି ମନୋଜ ତିୱାରୀଙ୍କ ସହ ସୋସିଆଲ ମିଡିଆରେ ଲାଇଭ ଅଧିବେଶନରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିଷୟରେ ଏକ ମଜାଦାର କାହାଣୀ ସେୟାର କରିଛନ୍ତି। ବାସ୍ତବରେ, ଏହା 2014 ର ବିଷୟ, ଯେତେବେଳେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିଲା, …


ମହମ୍ମଦ ସାମି ମନୋଜ ତିୱାରୀଙ୍କ ସହ ଲାଇଭ୍ ଚାଟ୍ ସମୟରେ ଧୋନିଙ୍କୁ ନେଇ ଖୋଲାସା କରିଥିଲେ ଡ୍ରେସିଂ ରୁମର ଏହି ଗୁପ୍ତ କଥା..

ନିକଟରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମି ଓ ବଙ୍ଗଳା ଖେଳାଳି ମନୋଜ ତିୱାରୀଙ୍କ ସହ ସୋସିଆଲ ମିଡିଆରେ ଲାଇଭ ଅଧିବେଶନରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିଷୟରେ ଏକ ମଜାଦାର କାହାଣୀ ସେୟାର କରିଛନ୍ତି। ବାସ୍ତବରେ, ଏହା 2014 ର ବିଷୟ, ଯେତେବେଳେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିଲା, ସେତେବେଳେ ଧୋନି ସାମିଙ୍କୁ ବହୁତ ତାଗିଦ କରି କହିଥିବା ଏହିକଥା ବର୍ତମାନ ଭାଇରଲ ହେବାରେ ଲାଗିଛି ।

ମହମ୍ମଦ ସାମି ମନୋଜ ତିୱାରୀଙ୍କ ସହ ଲାଇଭ୍ ଚାଟ୍ ସମୟରେ ଧୋନିଙ୍କୁ ନେଇ ଖୋଲାସା କରିଥିଲେ ଡ୍ରେସିଂ ରୁମର ଏହି ଗୁପ୍ତ କଥା..

ସେହି ନ୍ୟୁଜିଲ୍ୟାଣ୍ଡ ଟିମ୍ ବ୍ରାଣ୍ଡନ୍ ମ୍ୟାକକୁଲମ୍ 302 ରନ୍ କରିଥିଲେ। କିନ୍ତୁ ଯେତେବେଳେ ମ୍ୟାକକୁଲମ୍ 14 ରନ ରେ ଖେଳୁଥିଲେ, ସେତେବେଳେ ବିରାଟ କୋହଲି ମହମ୍ମଦ ସାମିଙ୍କ ବଳରେ ଏକ କ୍ୟାଚ୍ ଛାଡିଦେଇଥିଲେ ‌ଏବଂ ପରେ ଦ୍ୱିତୀୟ କ୍ୟାଚ୍ ମଧ୍ୟ ଛାଡି ଦେଇଥିଲେ। ଦୁଇଥର କ୍ୟାଚ୍ ହରାଇବା ପରେ ସାମି କ୍ରୋଧିତ ହୋଇଯାଇ ଥିଲେ ଏବଂ ସେହି କାରଣରୁ ସେ ପରବର୍ତୀ ବଲ ଏକ ବାଉନ୍ ସର୍ ବଲ ପକାଇଥିଲେ ଯାହା ଧୋନିଙ୍କ ମୁଣ୍ଡ ଉପରେ ବଲ୍ ଚାଲି ଯାଇଥିଲା, ଏହା କୁ ଧୋନି ଏଥିପାଇଁ ଡ୍ରେସିଂ ରୁମରେ ମହମ୍ମଦ ସାମିଙ୍କୁ ତାଗିଦ କରିଥିଲେ।

ମହମ୍ମଦ ସାମି ମନୋଜ ତିୱାରୀଙ୍କ ସହ ଲାଇଭ୍ ଚାଟ୍ ସମୟରେ ଧୋନିଙ୍କୁ ନେଇ ଖୋଲାସା କରିଥିଲେ ଡ୍ରେସିଂ ରୁମର ଏହି ଗୁପ୍ତ କଥା..

ସାମି କହିଛନ୍ତି ଯେ ‘ଧୋନି ଭାଇ ସେହି ବଲ ଯୋଗୁଁ ବହୁତ ରାଗି ଯାଇଥିଲେ। ଧୋନି ଡ୍ରେସିଂ ରୁମରେ ସାମିଙ୍କୁ ଭର୍ତ୍ସନା କରି କହିଥିଲେ ଯେ – ‘ମୁଁ ଅନେକ ଖେଳାଳି ଆସି ଯିବାର ଦେଖିଛି, ମୋତେ ମିଛ କହିବାର କୌଣସି ଆବଶ୍ୟକତା ନାହିଁ । ମୁଁ ମଧ୍ୟ ତୁମର ଅଧିନାୟକ ଏବଂ ସିନିୟର ମଧ୍ୟ । ମୋତେ ବୋକା ବନାଇବାକୁ ଚେଷ୍ଟା କର ନାହିଁ ବୋଲି ଧୋନି କହିଥିଲେ ଯାହା ।

ମହମ୍ମଦ ସାମି ମନୋଜ ତିୱାରୀଙ୍କ ସହ ଲାଇଭ୍ ଚାଟ୍ ସମୟରେ ଧୋନିଙ୍କୁ ନେଇ ଖୋଲାସା କରିଥିଲେ ଡ୍ରେସିଂ ରୁମର ଏହି ଗୁପ୍ତ କଥା..

ମହମ୍ମଦ ଶାମି ଆହୁରି କହିଛନ୍ତି ଯେ ଯେତେବେଳେ ସେ ମଧ୍ୟାହ୍ନ ଭୋଜନ ପାଇଁ ଡ୍ରେସିଂ ରୁମରେ ପହଞ୍ଚି ଥିଲେ , ଧୋନି ତାଙ୍କ ପାଖକୁ ଆସି କହିଲେ ଶେଷ ବଲକୁ ସଠିକ୍ ଭାବେ ପକାଇବା ଉଚିତ୍ ଥିଲା, ପରେ ଶାମି ଧୋନିଙ୍କୁ କହିଥିଲେ ଯେ ତାଙ୍କ ହାତରୁ ବଲ ଖସି ଯାଇଛି। ଏହା ଶୁଣି ଧୋନି ଅଧିକ କ୍ରୋଧିତ ହେଲେ ଏବଂ ଶାମିଙ୍କୁ ଉଚ୍ଚ ସ୍ୱରରେ କହିଥିଲେ ଯେ ଦେଖ ପୁଅ ଅନେକ ଖେଳାଳି ଆସି ଯିବାର ଦେଖିଛି, ମୋତେ ମିଛ କୁହ ନାହିଁ। ଶାମି କହିଛନ୍ତି ଯେ ସେହି ସମୟରେ ଧୋନିଙ୍କ ଏଭଳି କଥା ଶୁଣି ମୋତେ ଲାଗୁଥିଲେ ଯେ ସେ ମୋ ଉପରେ ସେହି ବଲ ପାଇଁ କ୍ରୋଧିତ ଥିଲେ ।