ସଚିନଙ୍କ ପୁଅକୁ ମଧ୍ୟ ଧୋକା ଦେଇଦେଲା ମୁମ୍ବାଇ ଇଣ୍ଡିଆନ୍ସ! ଦଳରୁ କରିଲା ବିଦା, କିଣିବ ଏହି ଟିମ୍….
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିସିସିଆଇ ବର୍ଷ ଶେଷରେ ଏକ ମେଗା ନିଲାମିର ଆୟୋଜନ କରିପାରେ। ଏହାପୂର୍ବରୁ, ଫ୍ରାଞ୍ଚାଇଜ୍ ମାନଙ୍କୁ ସେମାନଙ୍କର ରିଟେନ୍ସନ ତାଲିକା ବିସିସିଆଇ ଆଗରେ ଦାଖଲ କରିବାକୁ ପଡିବ। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଆଇପିଏଲ ୨୦୨୫ ପୂର୍ବରୁ ଦଳରୁ ବିଦା କରିପାରେ।
ନୂତନ ସିଜନ ପୂର୍ବରୁ କେବଳ ୩ ଖେଳାଳିଙ୍କୁ ରିଟେନ କରିବାକୁ ଅନୁମତି ଦିଆଯିବ। ଯେଉଁଥିରେ ରୋହିତ, ବୁମରା ଏବଂ ପାଣ୍ଡ୍ୟାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇପାରେ। ଏଭଳି ପରିସ୍ଥିତିରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଆସନ୍ତା ସିଜିନ ପୂର୍ବରୁ ରିଲିଜ କରାଯାଇପାରେ। ଡେବ୍ୟୁ କରିବା ପରେ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ସରୁ ଖେଳିବା ପାଇଁ ବିଶେଷ ସୁଯୋଗ ପାଇନଥିଲେ, ତାଙ୍କୁ ପ୍ରାୟତଃ ବେଞ୍ଚରେ ଦେଖିବାକୁ ମିଳିଥାଏ।
ଯଦି ଅର୍ଜୁନ ତେନ୍ଦୁଲକରଙ୍କୁ ଆଇପିଏଲ୍ ୨୦୨୫ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ କରେ, ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ତାଙ୍କୁ କିଣିବାକୁ ଆଗ୍ରହ ଦେଖାଇପାରେ। ଦୀର୍ଘ ୩ ବର୍ଷର ଅପେକ୍ଷା ପରେ ଅର୍ଜୁନ ତେନ୍ଦୁଲକର ୨୦୨୩ ମସିହାରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ସେ ତାଙ୍କ ବୋଲିଂ ଦ୍ୱାରା ଅନେକଙ୍କୁ ପ୍ରଭାବିତ ମଧ୍ୟ କରିଥିଲେ। କିନ୍ତୁ, ମୁମ୍ବାଇରେ ଅଭିଜ୍ଞ ବୋଲରଙ୍କ ଉପସ୍ଥିତି ଯୋଗୁଁ ସେ ଅନେକ ମ୍ୟାଚ୍ ପାଇପାରିନଥିଲେ।
ଯଦି ଅର୍ଜୁନଙ୍କୁ କିଣିବାରେ ଦିଲ୍ଲୀ ସଫଳ ହୁଏ ତେବେ ସେ ଡିସିର ନିୟମିତ ବୋଲର ହୋଇପାରିବେ। ବିଶେଷ କଥା ହେଉଛି ଅର୍ଜୁନ ଅଲରାଉଣ୍ଡର ଭୂମିକାରେ ମଧ୍ୟ ଖେଳିଥାନ୍ତି। ଅର୍ଜୁନ ତେନ୍ଦୁଲକର ଜଣେ ନେଟ୍ ବୋଲର ଭାବରେ ମୁମ୍ବାଇ ଇଣ୍ଡିଆନ୍ସରେ ପ୍ରବେଶ କରିଥିଲେ। ସେ ୨୦୨୧ ମସିହାରେ ଏହି ଫ୍ରାଞ୍ଚାଇଜ୍ ଦ୍ୱାରା ୨୦ ଲକ୍ଷ ଟଙ୍କାରେ ତାଙ୍କୁ କିଣା ଯାଇଥିଲା।
୧୫ ତମ ସିଜନରେ ତାଙ୍କୁ ୩୦ ଲକ୍ଷ ଟଙ୍କାରେ ରିଟେନ କରାଯାଇଥିଲା। ୨ ବର୍ଷର ଦୀର୍ଘ ଅପେକ୍ଷା ପରେ ଅର୍ଜୁନଙ୍କୁ ଖେଳିବାକୁ ମିଳିଥିଲା। ପ୍ରଥମ ସିଜିନରେ ଅର୍ଜୁନ ୪ ଟି ମ୍ୟାଚ୍ ଖେଳି ୩ ୱିକେଟ୍ ନେଇଥିଲେ। ୨୦୨୪ ମସିହାରେ, ସେ ଗୋଟିଏ ମ୍ୟାଚ ଖେଳିବାକୁ ସୁଯୋଗ ପାଇଥିବା ବେଳେ ସେଥିରେ କୌଣସି ୱିକେଟ ନେବାରେ ସଫଳ ହୋଇନଥିଲେ।