ଦେଖନ୍ତୁ ଭିଡ଼ିଓ: ବିରାଟଙ୍କୁ ମୁହଁରେ ‘ଚୋକଲି’ ଡାକିଲେ ଏହି ଯୁବକ! ରାଗିଗଲେ କୋହଲି, ଆଉ ତାପରେ….

  1. Home
  2. Cric Special

ଦେଖନ୍ତୁ ଭିଡ଼ିଓ: ବିରାଟଙ୍କୁ ମୁହଁରେ ‘ଚୋକଲି’ ଡାକିଲେ ଏହି ଯୁବକ! ରାଗିଗଲେ କୋହଲି, ଆଉ ତାପରେ….


ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଚମତ୍କାର ୩-୦ରେ ବିଜୟ ହାସଲ କରିଛି।  ଏବେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଏକଦିବସୀୟ ସିରିଜ୍ ଜିତିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଟି-୨୦ ବିଶ୍ୱକପ ପରେ ବିଶ୍ରାମ ନେଇଥିବା ପ୍ରମୁଖ ଖେଳାଳିମାନେ ଏକଦିବସୀୟ ସିରିଜ୍ ପାଇଁ ଶ୍ରୀଲଙ୍କାରେ ପହଞ୍ଚି ପ୍ରଶିକ୍ଷଣ ମଧ୍ୟ ଆରମ୍ଭ କରିଛନ୍ତି। କିନ୍ତୁ, ଲାଗୁଛି ଯେ ଟି-୨୦ ସିରିଜରେ ପରାଜୟ ଶ୍ରୀଲଙ୍କା ପ୍ରଶଂସକଙ୍କୁ ପ୍ରଭାବିତ କରିଛି।

Kohli

ଏଭଳି ପରିସ୍ଥିତିରେ ସେମାନେ ବିରାଟ କୋହଲିଙ୍କୁ ଅପମାନିତ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକଦିବସିୟ ସିରିଜ୍ ପାଇଁ ରୋହିତ ଶର୍ମା, କୁଲଦୀପ ଯାଦବ, ଲୋକେଶ ରାହୁଲ, ବିରାଟ କୋହଲି ଏବଂ ହର୍ଷିତ ରାଣା ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ଏହି ସିରିଜ୍ ଅଗଷ୍ଟ ୨ ରୁ ଆରମ୍ଭ ହେବ ଏବଂ ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ ଅଗଷ୍ଟ ୪ ଏବଂ ୭ ରେ ଖେଳାଯିବ। ଏହି ସିରିଜ୍ ପାଇଁ ରୋହିତ ଏବଂ ବିରାଟ ନେଟ୍ସରେ କଠିନ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି।

Fight

ଟି-୨୦ ବିଶ୍ୱକପ ଜିତିବା ପରେ ଏହା ହେଉଛି ସେମାନଙ୍କର ପ୍ରଥମ ସିରିଜ। ଆସନ୍ତା ବର୍ଷର ଚାମ୍ପିଅନ୍ସ ଟ୍ରଫିର ପ୍ରସ୍ତୁତି ପାଇଁ ଏହି ସିରିଜ୍ ଗୁରୁତ୍ୱପୂର୍ଣ୍ଣ ଅଟେ। ସୋମବାର ସକାଳେ କୋହଲି ଶ୍ରୀଲଙ୍କାରେ ପହଞ୍ଚିଥିଲେ। କଲମ୍ବୋରେ ବର୍ଷା ହେତୁ ସୋମବାର ସେମାନଙ୍କର ପ୍ରଥମ ଅଭ୍ୟାସ ଅଧିବେଶନ ବାତିଲ କରାଯାଇଥିଲା। ସେ ମଙ୍ଗଳବାର ତାଙ୍କର ପ୍ରଥମ ନେଟ୍ସ ଅଧିବେଶନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ  ତାଙ୍କୁ ଚୋକଲି ବୋଲି ଜଣେ ଯୁବକ କହୁଥିବା ନଜ଼ର ଆସିଛି।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଯେତେବେଳେ ବିରାଟ କୋହଲି ଅଭ୍ୟାସ କରୁଥିଲେ, ଜଣେ ପ୍ରଶଂସକ ତାଙ୍କ ସାମ୍ନାରେ 'ଚୋକାଲି-ଚୋକାଲି' ପାଟି କରିବା ଆରମ୍ଭ କରିଥିଲେ। କୋହଲି ତୁରନ୍ତ ତାଙ୍କ ଆଡକୁ ଚାହିଁ- ‘ଏଠାରେ ନୁହେଁ ବୋଲି କହିଥିଲେ’। ଏହି ଭିଡ଼ିଓଟି ବର୍ତ୍ତମାନ ଭାଇରାଲ ହେଉଛି ତେବେ ଏପରି ଡାକିଥିବା ହେତୁ କୋହଲି ବେସ୍ ରାଗିଯାଇଥିବା ଦେଖିବାକୁ ମିଳିଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୋସିଆଲ ମିଡିଆରେ କୋହଲିଙ୍କୁ ଟ୍ରୋଲ କରୁଥିବା ଲୋକମାନେ 'ଚୋକଲି' ଶବ୍ଦ ବ୍ୟବହାର କରନ୍ତି। ଏହି ଶବ୍ଦଟି ‘କୋହଲି’ ଏବଂ ‘ଚକ୍’ ଦ୍ୱାରା ଗଠିତ। ଏହି ଟ୍ରୋଲରମାନେ ବିଶ୍ୱାସ କରନ୍ତି ଯେ ବଡ ମ୍ୟାଚରେ କୋହଲି ଭାରତ ପାଇଁ ଭଲ ପ୍ରଦର୍ଶନ କରିପାରିବେ ନାହିଁ, ତେଣୁ ଟ୍ରଲରମାନେ ତାଙ୍କୁ ଚୋକଲି ବୋଲି ଡାକନ୍ତି।

ସୂଚନାଯୋଗ୍ୟ ଯେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ବହୁତ କମ୍ ସମୟ ବାକି ଅଛି। ଚାମ୍ପିଅନ୍ସ ଟ୍ରଫି ପାଇଁ ବିରାଟ କୋହଲି ଟିମ୍ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିବେ। ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ଗସ୍ତରେ ଥିବା ଏକଦିବସିୟ ସିରିଜରେ ଦୃଢ ପ୍ରଦର୍ଶନ କରିବାକୁ ତାଙ୍କର ପ୍ରୟାସ ରହିବ। କୋହଲି ୨୦୦୮ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ହିଁ ଡେବ୍ୟୁ କରିଥିଲେ।