କେ.ଏଲ୍ ରାହୁଲଙ୍କ ବଡ଼ ଖୁଲାସା! ଖୁବଶୀଘ୍ର କରିବେ ଅବସର ପାଇଁ ଘୋଷଣା….

  1. Home
  2. Cric Special

କେ.ଏଲ୍ ରାହୁଲଙ୍କ ବଡ଼ ଖୁଲାସା! ଖୁବଶୀଘ୍ର କରିବେ ଅବସର ପାଇଁ ଘୋଷଣା….


ବାଂଲାଦେଶ ବିପକ୍ଷରେ ଖେଳା ଯିବାକୁ ଥିବା ଟେଷ୍ଟ ସିରିଜରେ ତାରକା ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କ ଟିମ୍ ଇଣ୍ଡିଆରେ ସ୍ଥାନ ଅସ୍ପଷ୍ଟ ରହିଛି। ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ ତେବେ ହୁଏତ ଚୟନକର୍ତ୍ତାମାନେ ରାହୁଲଙ୍କ ବ୍ୟତୀତ ଶ୍ରେୟସ୍ ଆୟର, ସରଫରାଜ ଖାନ୍ କିମ୍ବା ଧ୍ରୁଭ ଜୁରେଲଙ୍କୁ ବ୍ୟାଟ୍ସମ୍ୟାନ ଭାବେ ଚୟନ କରି ପାରନ୍ତି । ଟି-୨୦ ବିଶ୍ୱକପ ୨୦୨୪ରୁ ବାଦ୍ ପଡିବା ପରେ କେ.ଏଲ୍ ରାହୁଲ ନିଜେ ଅନୁଭବ କରିଛନ୍ତି ଯେ ତାଙ୍କ ପାଇଁ ଦଳରେ କୌଣସି ସ୍ଥାୟୀ ସ୍ଥାନ ନାହିଁ। ଏହି ସମୟରେ, ସେ ଏକ ପୋଡକାଷ୍ଟରେ ନିଜର ଅବସରକୁ ନେଇ ଏକ ବଡ ଖୁଲାସା କରିଛନ୍ତି।

Kl rahul

ତେବେ  ଆସନ୍ତୁ ଜାଣିବା କେଏଲ ଅବସରକୁ ନେଇ କଣ କହିଛନ୍ତି। ନିକଟରେ କେ.ଏଲ୍ ରାହୁଲ ନିଜର ଅବସରକୁ ନେଇ ନୀରବତା ଭାଙ୍ଗିଛନ୍ତି। ଦଳରେ କେ.ଏଲ୍ ରାହୁଲଙ୍କ ସ୍ଥାନ ଆଉ ସ୍ଥାୟୀ ହୋଇ ରହିବା ଭଳି ଦେଖାଯାଉନାହିଁ। ସେ ତାଙ୍କ କ୍ୟାରିୟରର ଏଭଳି ଏକ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଯେଉଁଥିରେ ପ୍ରଦର୍ଶନ ନ କରିଲେ ଟିମ୍ ଇଣ୍ଡିଆର ରାସ୍ତା ତାଙ୍କ ପାଇଁ ବନ୍ଦ ହୋଇପାରେ।

Rahul

ଷ୍ଟାର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ତାଙ୍କ ଅବସର ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ସେ ନିତିନ କାମାଥଙ୍କ ଏକ ପୋଡକାଷ୍ଟରେ କହିଛନ୍ତି ଯେ,“ମୋ ମନରେ କୌଣସି ଦ୍ୱନ୍ଦ୍ୱ ନାହିଁ। କିନ୍ତୁ, ଗୋଟିଏ ଦିନ ଆସିବ ଯେତେବେଳେ ସବୁକିଛି ଶେଷ ହେବ। ଏହି ସମୟ ମୋ ପାଇଁ ଖୁବ୍ ଶୀଘ୍ର ଆସିପାରେ। କାରଣ ଖେଳାଳିମାନେ ୪୦ ବର୍ଷରୁ ଅଧିକ ଖେଳି ପାରିବେ ନାହିଁ। ମାତ୍ର ଧୋନି ୪୩ ବର୍ଷ ବୟସରେ କ୍ରିକେଟ୍ ଖେଳନ୍ତି କିନ୍ତୁ ତାହା କେବଳ ଆଇପିଏଲରେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ଖେଳାଳି ନିଜ କ୍ୟାରିୟରରେ ଡେବ୍ୟୁ କରିବା ପାଇଁ ବେଶ୍ ଆଗ୍ରହୀ ଥାଏ, ତାକୁ ସେହି ଦିନ ବେଶୀ ଖୁସି ଲାଗିଥାଏ ଯେଉଁ ଦିନ ସେହି ଖେଳାଳିଟି ଜାତୀୟ କ୍ରିକେଟ୍ ଦଳର ଏକ ଅଂଶ ହୁଅନ୍ତି। କିନ୍ତୁ, ଯେଉଁ ଦିନ ଅବସର ଘୋଷଣା କରିବାକୁ ପଡିବ ସେହି ଦିନ ଦୁଃଖରେ ପରିଣତ ହୁଏ। ଖେଳାଳି ଭାବରେ ଅବସର ଗ୍ରହଣ କରିବା ସମସ୍ତଙ୍କ ପାଇଁ କଷ୍ଟକର ଅଟେ।

Rahul

ଏହା ଉପରେ ନିଜର ମତାମତ ଦେବାବେଳେ କେ.ଏଲ୍ ରାହୁଲ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର କ୍ରିକେଟର ସମାପ୍ତି ଆଉ ବେଶୀ ଦୂର ନୁହେଁ। ପୋଡକାଷ୍ଟରେ ଅଧିକ କଥାବାର୍ତ୍ତା କରି ସେ କହିଛନ୍ତି, “ମୁଁ ମୋ ଜୀବନରେ କେବଳ କ୍ରିକେଟ୍ ଖେଳିଛି ଏବଂ ଏହା ମଧ୍ୟ ଭାବି ନାହିଁ ଯେ ଏହା ଗୋଟିଏ ଦିନ ଶେଷ ହେବା ଆବଶ୍ୟକ, ପ୍ରଥମ ଥର ପାଇଁ ମୁଁ ଅନୁଭବ କଲି ଯେ ଏହାକୁ ଗୋଟିଏ ଦିନ ଶେଷ କରିବାକୁ ପଡିବ। ବର୍ତ୍ତମାନ ମୁଁ ଦେଖିପାରୁଛି, ଶେଷ ଦୂର ନୁହେଁ”।

Rahul

ତେବେ ଯଦି ଆମେ କେ.ଏଲ୍ ରାହୁଲଙ୍କ କ୍ୟାରିଅରକୁ ଦେଖିବା  ସେ ଭାରତ ପାଇଁ ୫୦ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ହାରାହାରି ୩୪ଟି ମ୍ୟାଚରେ ୨୮୬୩ ରନ୍ ସଂଗ୍ରହ କରିଛନ୍ତି। କେବଳ ଟେଷ୍ଟ ମ୍ୟାଚ୍ ନୁହେଁ ବରଂ ସେ ଏକଦିବସିୟ ଏବଂ ଟି-୨୦ ମଧ୍ୟ ଖେଳିଛନ୍ତି। ତେବେ ସେ ମୋଟ ୭୭ଟି ଏକଦିବସିୟ ଏବଂ ୭୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏକଦିବସିୟ ମ୍ୟାଚରେ ୨୮୫୧ ରନ୍ ଏବଂ ଟି-୨୦ରେ ୨୨୬୫ ରନ୍ ମଧ୍ୟ ସ୍କୋର କରିଛନ୍ତି।