ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ବଡ଼ ଝଟକା! ଚାମ୍ପିୟନ୍ ଖେଳାଳି ହେଲେ ଅନଫିଟ୍….

  1. Home
  2. Cric Special

ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ବଡ଼ ଝଟକା! ଚାମ୍ପିୟନ୍ ଖେଳାଳି ହେଲେ ଅନଫିଟ୍….


ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ହିଁ ଭାରତୀୟ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳର ଭେଟେରାନ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ଆହତ ସମସ୍ୟା କାରଣରୁ ସିରିଜରୁ ବାଦ୍ ପଡ଼ିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ପରଠାରୁ ବୁମରା ଆଘାତର ଶିକାର ହୋଇଥିଲେ ଏବଂ ଏପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି।  ଏହି କାରଣରୁ ଜସପ୍ରୀତ ବୁମ୍ରା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚରେ ଭାଗ ନେଇ ପାରିବେ ନାହିଁ।  ବିସିସିଆଇ ତାଙ୍କ ବଦଳରେ ବରୁଣ ଚକ୍ରବର୍ତ୍ତୀଙ୍କ ନାମ ଘୋଷଣା କରିସାରିଛି।

Bumrah

ବାସ୍ତବରେ, ଜସପ୍ରୀତ ବୁମରାଙ୍କ ଆଘାତକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। ପ୍ରକାଶ ଯେ, ବୁମ୍ରା ରବିବାର ସନ୍ଧ୍ୟାରେ ବେଙ୍ଗାଲୁରୁରେ ପହଞ୍ଚିଥିଲେ ଏବଂ ସେ ସେଠାରେ ଅତି କମରେ ତିନି ଦିନ ରହିବେ ବୋଲି ଆଶା କରାଯାଉଛି।  ବିସିସିଆଇର ଡାକ୍ତରୀ ଦଳର ତତ୍ୱାବଧାନରେ ବୁମରାଙ୍କ ସ୍କାନ କରାଯିବ। ଏହା ପରେ ଡାକ୍ତରୀ ଦଳ ତାଙ୍କ ଉପରେ ଆଉ କିଛି ପରୀକ୍ଷା କରିବେ। ସମସ୍ତ ଅନୁସନ୍ଧାନ ଶେଷ ହେବା ପରେ ଭାରତୀୟ ଚୟନକର୍ତ୍ତାଙ୍କୁ ସେଥିନେଇ ସୂଚନା ଦିଆଯିବ।

Bumrah

ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଜସପ୍ରୀତ ବୁମ୍ରା ଦଳରେ ଅନ୍ତର୍ଭୁକ୍ତ ହୋଇନଥିଲେ।  ତୃତୀୟ ଏକଦିବସିୟ ମ୍ୟାଚ୍ ପାଇଁ ବୁମ୍ରାଙ୍କୁ ଟିମ୍ ଇଣ୍ଡିଆରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ ବର୍ତ୍ତମାନ ସେ ଏହି ତୃତୀୟ ମ୍ୟାଚ୍‌ରେ ମଧ୍ୟ ଖେଳିବାକୁ ସମର୍ଥ ହେବେ ନାହିଁ। ଏହା ବ୍ୟତୀତ, ଯଦି ତାଙ୍କ ସ୍କାନ୍ ରିପୋର୍ଟରେ କିଛି ସମସ୍ୟା ମିଳେ, ତେବେ ସେ ଚାମ୍ପିଅନ୍ସ ଟ୍ରଫିରୁ ମଧ୍ୟ ବାଦ୍ ପଡ଼ିପାରନ୍ତି। ଏଭଳି ପରିସ୍ଥିତିରେ ତାଙ୍କ କେସ୍ କୁ ନେଇ ସତର୍କତା ଅବଲମ୍ବନ କରାଯାଉଛି।

Bumrah

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରାଯାଇଛି। ତଥାପି, ଦଳଗୁଡିକ ପାଖରେ ଫେବୃଆରୀ ୧୨ ପର୍ଯ୍ୟନ୍ତ ଦଳ ପରିବର୍ତ୍ତନ କରିବାର ବିକଳ୍ପ ରହିଛି। ଯଦି କୌଣସି ଦଳ ସେମାନଙ୍କ ଦଳରେ ପରିବର୍ତ୍ତନ ଆଣିବାକୁ ଚାହାଁନ୍ତି ତେବେ ସେମାନେ ଏଥିରେ ପରିବର୍ତ୍ତନ କରିପାରିବେ। ବୁମରାଙ୍କ ବିଷୟରେ ଭାରତୀୟ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ସେ ଠିକ୍ ସମୟରେ ଫିଟ୍ ହେବେ।  ଯଦି ସେ ବାଦ୍ ପଡନ୍ତି ତେବେ ଭାରତ ପାଇଁ ଏହା ଏକ ବଡ଼ କ୍ଷତି ହେବ ନିଶ୍ଚିତ।