ହାର୍ଦ୍ଦିକ୍ କିମ୍ବା ସୂର୍ଯ୍ୟକୁମାର ନୁହେଁ ବରଂ ଏହି “ସିକ୍ସ ହିଟିଂ” ପ୍ଲେୟାରଙ୍କୁ ବିଶ୍ୱକପ ଦଳରେ ସ୍ଥାନ ଦେବାପାଇଁ କହିଲେ ଇର୍ଫାନ୍ ପଠାନ୍….

  1. Home
  2. Cric Special

ହାର୍ଦ୍ଦିକ୍ କିମ୍ବା ସୂର୍ଯ୍ୟକୁମାର ନୁହେଁ ବରଂ ଏହି “ସିକ୍ସ ହିଟିଂ” ପ୍ଲେୟାରଙ୍କୁ ବିଶ୍ୱକପ ଦଳରେ ସ୍ଥାନ ଦେବାପାଇଁ କହିଲେ ଇର୍ଫାନ୍ ପଠାନ୍….


ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ କେଉଁ ୧୫ ଖେଳାଳି ଟିମ୍ ଇଣ୍ଡିଆ ଦଳରେ ସ୍ଥାନ ପାଇବା ଉଚିତ୍ ସେ ନେଇ ବାଦ ବିବାଦ ଆରମ୍ଭ ହୋଇଛି। କ୍ୟାପଟେନ ରୋହିତ ଶର୍ମା, କୋଚ ରାହୁଲ ଦ୍ରାବିଡ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଆଇପିଏଲ ୨୦୨୪ରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କ ଉପରେ ନଜର ରଖିଛନ୍ତି।

Hardik

ବିଶ୍ୱକପ ପାଇଁ ଉନ୍ନତ ତଥା ଆବଶ୍ୟକ ଖେଳାଳିଙ୍କ ପାଇଁ ପୂର୍ବତନ ଭାରତୀୟ କ୍ରିକେଟରମାନେ ମଧ୍ୟ ନିଜର ମତ ଦେଉଛନ୍ତି। ଆଇପିଏଲ୍ ୨୦୨୪ ରେ ଷ୍ଟାର୍ ସ୍ପୋର୍ଟସ୍ ପାଇଁ ମନ୍ତବ୍ୟ ଦେଉଥିବା ଇରଫାନ୍ ପଠାନ୍ ବିଶ୍ୱକପ୍ ପାଇଁ ଏହି ଖେଳାଳିଙ୍କୁ ଚୟନ କରିବାକୁ ଦାବି କରିଛନ୍ତି। ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ କହିଛନ୍ତି ଯେ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଶିବମ ଦୁବେ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି।  ତାଙ୍କୁ କୌଣସି ପରିସ୍ଥିତିରେ ବିଶ୍ୱକପ ଦଳରେ ସୁଯୋଗ ଦିଆଯିବା ଉଚିତ୍।

Dube

ଇରଫାନ୍ କହିଛନ୍ତି ଯେ, “ଶିବମଙ୍କର ସ୍ପିନରଙ୍କୁ ଛକା ମାରିବା କ୍ଷମତା ଅଛି ଯାହା ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଖରେ ନାହିଁ। ଯଦି ଶିବମ୍ ଭଲ ବୋଲିଂ କରିବା ଆରମ୍ଭ କରନ୍ତି, ତେବେ ସେ କାହାକୁ ମଧ୍ୟ ଅଡୁଆରେ ପକାଇ ପାରନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ସେ ସବୁଠାରୁ ବଡ଼ ସଙ୍କଟ ଅଟନ୍ତି”। ଶିବମ୍ ନିଜକୁ ଜଣେ ବଡ ହିଟର୍ ଭାବରେ ପ୍ରତିଷ୍ଠିତ କରିଥିବା ବେଳେ ହାର୍ଦିକଙ୍କର ବଡ଼ ସଟ୍ ମାରିବାର କ୍ଷମତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଯଦି ଦୁବେ ବିଶ୍ୱକପରେ ଭାରତୀୟ ଦଳର ଅଂଶ ନ ରୁହନ୍ତି ତେବେ ଏହା ତାଙ୍କୁ ନିରାଶ କରିବ ବୋଲି କହିଛନ୍ତି ଇର୍ଫାନ ପଠାନ।

ଇରଫାନ ପଠାନ କହିଛନ୍ତି ଯେ ଗତ ଅନେକ ବିଶ୍ୱକପ୍‌ରେ ଭାରତୀୟ ଦଳ ଯୁବରାଜ ସିଂଙ୍କ ଭଳି ଜଣେ ବ୍ୟାଟ୍ସମ୍ୟାନଙ୍କୁ ମିସ୍ କରୁଛି, ଯିଏ ମଧ୍ୟମ ଓଭରରେ ଆସି ଦଳର ସ୍କୋର ବଢ଼ାଇବା ସହିତ ମ୍ୟାଚ୍ ଶେଷ କରିବା ପାଇଁ ବଡ଼ ସଟ୍ ଖେଳିବାର କ୍ଷମତା ରଖନ୍ତି। ଶିବମ୍ ଦୁବେ ଏହି ଶୂନ୍ୟ ସ୍ଥାନ ପୂରଣ କରିପାରିବେ। ଯେ କୌଣସି ବୋଲରଙ୍କ ଉପରେ ବଡ ହିଟ୍ ଲଗାଇବାର ଶକ୍ତି ତାଙ୍କର ଅଛି।  ବିଶେଷ କରି ସ୍ପିନରଙ୍କ ବିପକ୍ଷରେ ସେ ଅତ୍ୟନ୍ତ ବିପଦଜନକ ଅଟନ୍ତି।

Dube hardik

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଇପିଏଲ୍ ୨୦୨୪ ରେ ଶିବମ୍ ଦୁବେ ବିସ୍ଫୋରକ ଭାବେ ବ୍ୟାଟିଂ କରୁଛନ୍ତି। ସେ ଏହି ସିଜନରେ ଚେନ୍ନାଇ ପାଇଁ ସର୍ବାଧିକ ରନ୍ ସ୍କୋରର ଅଟନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ୬ଟି ମ୍ୟାଚରେ ଶିବମ୍ ୬୦.୫୦ ଆଭରେଜ୍ ସହିତ ୨୪୨ ରନ୍ ସ୍କୋର କରିଛନ୍ତି। ତାଙ୍କର  ଷ୍ଟ୍ରାଇକ୍ ରେଟ ୧୬୩.୫୧ ରହିଥିବା ବେଳେ ସେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ଏହି ଅବଧି ମଧ୍ୟରେ ତାଙ୍କ ବ୍ୟାଟରୁ ୧୫ ଛକା ଏବଂ ୨୦ଟି ଚୌକା ଆସିଛି।