ଭାରତୀୟ ଚାମ୍ପିୟନ୍ସ ଟ୍ରଫି ଜର୍ସିରେ ରହିବ କି ପାକିସ୍ତାନର ନାମ? ଏପରି କିଛି ଜବାବ ରଖିଲା ବିସିସିଆଇ….

  1. Home
  2. Cric Special

ଭାରତୀୟ ଚାମ୍ପିୟନ୍ସ ଟ୍ରଫି ଜର୍ସିରେ ରହିବ କି ପାକିସ୍ତାନର ନାମ? ଏପରି କିଛି ଜବାବ ରଖିଲା ବିସିସିଆଇ….


ଫେବୃଆରୀ ୧୯ ତାରିଖରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପାକିସ୍ତାନରେ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସମସ୍ତେ ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଚାତକ ପରି ଚାହିଁ ରହିଛନ୍ତି। ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ପାକିସ୍ତାନ ଯାତ୍ରା କରିବନାହିଁ। ଭାରତ ଏହାର ସମସ୍ତ ମ୍ୟାଚ ଦୁବାଇ ଠାରେ ହିଁ ଖେଳିବ। 

Jersey

ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ୍ ମଡେଲରେ ଅନୁଷ୍ଠିତ ହେବ ବୋଲି ଜାଣିବା ପରେ ପାକିସ୍ତାନରେ ଏଥିନେଇ ଝଡ଼ ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ଏକ ଭିନ୍ନ କାରଣ ହେତୁ ପାକିସ୍ତାନୀମାନେ ଭାରତ ଉପରେ ରାଗି ଯାଇଛନ୍ତି। ପ୍ରକୃତରେ ଚାମ୍ପିୟନ୍ସ ଟ୍ରଫିରେ ହୋସ୍ଟିଂ ଦେଶ ପାକିସ୍ତାନର ନାମକୁ ଭାରତ ନିଜର ଜର୍ସିରେ ସ୍ଥାନ ଦେବନାହିଁ ବୋଲି ଜଣାପଡିଛି। ଯାହାପରେ ଏଥିନେଇ ତୁମ୍ବୀତୁଫାନ ଆରମ୍ଭ ହୋଇ ଯାଇଛି।

Champions trophy

ପ୍ରକୃତରେ ଚାମ୍ପିୟନ୍ସ ଟ୍ରଫି ହେଉଥିବା ଦେଶ ଏବଂ ଏହାର ଲୋଗୋକୁ ସମସ୍ତ ଟିମ୍ ଜର୍ସିର ଡାହାଣ ପଟେ ସ୍ଥାନିତ କରାଯାଇଥାଏ। ଏଥର କିନ୍ତୁ ଭାରତର ଜର୍ସିରେ ପାକିସ୍ତାନର ନାମ ଲେଖା ଯିବନାହିଁ ବୋଲି ସୋସିଆଲ ମିଡିଆରେ ପ୍ରଚାର ହେଉଛି, ଅବଶ୍ୟ ଏଥିନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା। 

Jersey

କିନ୍ତୁ, ଏବେ ବିସିସିଆଇର ନୂତନ ସଚିବ ଦେବଜିତ୍ ସାଇକିଆ କହିଛନ୍ତି ଯେ ଚାମ୍ପିୟନ୍ସ ଟ୍ରଫି ପାଇଁ ବିସିସିଆଇ ପକ୍ଷରୁ ସମସ୍ତ ନିୟମ ପାଳନ କରାଯିବ। ଯାହାର ଅର୍ଥ ଭାରତର ଚାମ୍ପିୟନ୍ସ ଟ୍ରଫି ଜର୍ସିରେ ମଧ୍ୟ ହୋସ୍ଟିଂ ଦେଶ ପାକିସ୍ତାନର ନାମ ରହିବା ଏକପ୍ରକାର ନିଶ୍ଚିତ ଅଟେ। ପୂର୍ବରୁ ପାକିସ୍ତାନୀ ଗଣମାଧ୍ୟମ ଏହି ପ୍ରସଙ୍ଗ ଉଠାଇବା ସହିତ ପିସିବି ପକ୍ଷରୁ ଏଥିନେଇ ଆଇସିସିକୁ ଅଭିଯୋଗ ଯିବ ବୋଲି ମଧ୍ୟ କୁହାଯାଉଥିଲା। କିନ୍ତୁ, ବର୍ତ୍ତମାନ ବିସିସିଆଇ ପକ୍ଷରୁ ସମସ୍ତ ଅଭିଯୋଗ ପ୍ରତ୍ୟାଖାନ କରାଯିବା ପରେ ସବୁକିଛି ସମାଧାନ ହୋଇଥିବା କୁହାଯାଉଛି।