ଟିମ୍ ଇଣ୍ଡିଆ ଜର୍ସିରେ ରହିବ ପାକିସ୍ତାନର ନାମ! ଅମାନ୍ୟ କରିଲେ ଆଇସିସି ନେବ କଡା କାର୍ଯ୍ୟାନୁଷ୍ଠାନ….
ବହୁ ପ୍ରତିକ୍ଷିତ ଚାମ୍ପିୟନ୍ସ ଟ୍ରଫି ୧୯ ଫେବୃଆରୀରେ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନର ଲାହୋର, ରାୱଲପିଣ୍ଡି, କରାଚି ସମେତ ୟୁଏଇର ଦୁବାଇ ଠାରେ ହାଇବ୍ରିଡ୍ ମଡେଲରେ ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି। ଭାରତ ପ୍ରଥମରୁ ପାକିସ୍ତାନ ଆସିବନାହିଁ ବୋଲି ସ୍ପଷ୍ଟ କରି ସାରିଛି ଯେଉଁଥିପାଇଁ ଉଭୟ ଦେଶ ମଧ୍ୟରେ ବେସ୍ ତୁମ୍ବୀ ତୁଫାନ ଆରମ୍ଭ ହୋଇ ଯାଇଥିଲା।
ଅନ୍ୟପକ୍ଷରେ ଭାରତ ଏହାର ସମସ୍ତ ମ୍ୟାଚ ଦୁବାଇ ଠାରେ ଖେଳିବ ବୋଲି ସ୍ପଷ୍ଟ ହୋଇ ସାରିଛି। ତେବେ, ଏବେ ଆଉ ଏକ ବିବାଦ ସାମ୍ନାକୁ ଆସିଛି। ପ୍ରକୃତରେ ଟୁର୍ଣ୍ଣାମେଣ୍ଟ ଆୟୋଜକ ପାକିସ୍ତାନର ନାମକୁ ଭାରତ ନିଜ ଦଳର ଜର୍ସିରେ ସ୍ଥାନ ଦେବନାହିଁ ବୋଲି କୁହାଯାଉଛି। ଯେଉଁଥିପାଇଁ ଏହାକୁ ପାକିସ୍ତାନୀ ବିରୋଧ କରୁଛନ୍ତି। ଭାରତ ପାକିସ୍ତାନ ଗସ୍ତ କରୁନଥିବା ବେଳେ ଭାରତ କଣ ପାଇଁ ନିଜର କିଟ୍ ରେ ପାକିସ୍ତାନର ନାମ ଲେଖିବ ସେଥିନେଇ ପ୍ରଶ୍ନ କରିଛି।
ଅନ୍ୟପକ୍ଷରେ ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଭାରତୀୟ ଦଳର ଜର୍ସିରେ ପାକିସ୍ତାନର ନାମ ରହିବା ବାଧ୍ୟତାମୂଳକ ହେବ। ଦଳ ଯେଉଁଠି ଖେଳୁ ନା କାହିଁକି ଏହାର ଜର୍ସିରେ ଆୟୋଜକ ଦଳର ନାଁ ରହିବା ବାଧ୍ୟତାମୂଳକ ଅଟେ ବୋଲି ଆଇସିସି କହିଛି। ଅନ୍ୟପକ୍ଷରେ ଯଦି ବିସିସିଆଇ ଏହାକୁ ଅମାନ୍ୟ କରେ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।