T-20 ବିଶ୍ୱକପ ରୁ ଭାରତ ବାହାର ହେବା ପରେ ହରଭଜନ ସିଂ ଚୟନ କଲେ BEST T-20 XI, କୋହଲିଙ୍କୁ କଲେ ବାହାର ଏବଂ…

  1. Home
  2. Cric Special

T-20 ବିଶ୍ୱକପ ରୁ ଭାରତ ବାହାର ହେବା ପରେ ହରଭଜନ ସିଂ ଚୟନ କଲେ BEST T-20 XI, କୋହଲିଙ୍କୁ କଲେ ବାହାର ଏବଂ…

କ୍ରିକେଟ୍ ଖବର : ଟିମ୍ ଇଣ୍ଡିଆର ଭେଟେରାନ୍ ଅଫ୍ ସ୍ପିନର ହରଭଜନ ସିଂ ନିଜର ପ୍ରିୟ ଟି-୨୦ ଦଳ ଚୟନ କରିଛନ୍ତି । ହରଭଜନ ସିଂ ନିଜର ଶ୍ରେଷ୍ଠ ଏକଦାଶ ଚୟନ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଯେ, ଟି-୨୦ ଫର୍ମାଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବିରାଟ କୋହଲିଙ୍କୁ ସେ ତାଙ୍କ …


T-20 ବିଶ୍ୱକପ ରୁ ଭାରତ ବାହାର ହେବା ପରେ ହରଭଜନ ସିଂ ଚୟନ କଲେ BEST T-20 XI, କୋହଲିଙ୍କୁ କଲେ ବାହାର ଏବଂ…

କ୍ରିକେଟ୍ ଖବର : ଟିମ୍ ଇଣ୍ଡିଆର ଭେଟେରାନ୍ ଅଫ୍ ସ୍ପିନର ହରଭଜନ ସିଂ ନିଜର ପ୍ରିୟ ଟି-୨୦ ଦଳ ଚୟନ କରିଛନ୍ତି । ହରଭଜନ ସିଂ ନିଜର ଶ୍ରେଷ୍ଠ ଏକଦାଶ ଚୟନ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଯେ, ଟି-୨୦ ଫର୍ମାଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବିରାଟ କୋହଲିଙ୍କୁ ସେ ତାଙ୍କ ଦଳରେ ସ୍ଥାନ ଦେଇନାହାଁନ୍ତି। ତାଙ୍କ ଦଳରେ ରୋହିତ ଶର୍ମା, ଜସପ୍ରୀତ ବୁମ୍ରା, ଏମଏସ ଧୋନିଙ୍କୁ ମିଶାଇ ୩ ଜଣ ଭାରତୀୟ ଅଛନ୍ତି।

T-20 ବିଶ୍ୱକପ ରୁ ଭାରତ ବାହାର ହେବା ପରେ ହରଭଜନ ସିଂ ଚୟନ କଲେ BEST T-20 XI, କୋହଲିଙ୍କୁ କଲେ ବାହାର ଏବଂ…

ହରଭଜନ ସିଂ ଟି-୨୦ ଫର୍ମାଟର ସର୍ବକାଳୀନ ଏକାଦଶ ଦଳ ଚୟନ କରିଛନ୍ତି। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଯେ, ସେ ବିରାଟ କୋହଲିଙ୍କୁ ନିଜ ଦଳରେ ସାମିଲ କରିନାହାଁନ୍ତି। ସେ କ୍ରିସ୍ ଗେଲ୍ ଏବଂ ରୋହିତ ଶର୍ମାଙ୍କୁ ଓପନିଂ ଦାୟିତ୍ବ ଦେଇଛନ୍ତି। ରୋହିତ ଏବଂ ଗେଲ୍ ଏହି ଫର୍ମାଟ୍ର ପାୱାର୍ ହିଟର୍ ଓପନର୍ ବୋଲି ଭଜି କହିଛନ୍ତି।

ଟି-୨୦ କ୍ରିକେଟରେ ଗେଲ୍ ସର୍ବାଧିକ ରନ୍ ସ୍କୋର କରିଥିବାବେଳେ ରୋହିତ ଟି-୨୦ରେ ସର୍ବାଧିକ ରନ୍ ସ୍କୋରର୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତିନି ନମ୍ବରରେ ଭଜି, ଜୋସ୍ ବଟଲରଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି, ଯିଏ ଇଂଲଣ୍ଡ ପାଇଁ ସର୍ବଦା ଭଲ ପ୍ରଦର୍ଶନ କରିଛନ୍ତି।

T-20 ବିଶ୍ୱକପ ରୁ ଭାରତ ବାହାର ହେବା ପରେ ହରଭଜନ ସିଂ ଚୟନ କଲେ BEST T-20 XI, କୋହଲିଙ୍କୁ କଲେ ବାହାର ଏବଂ…

ହରଭଜନ ସିଂ ଭେଟେରାନ ଖେଳାଳିଙ୍କୁ ନିଜର ଦଳରେ ମଧ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଛନ୍ତି। ଅଷ୍ଟ୍ରେଲୀୟ ଅଲରାଉଣ୍ଡର ସେନ ୱାଟସନ, ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ତାଲିକାରେ ରହିଛନ୍ତି। ହରଭଜନ ସିଂ ତାଙ୍କ ଦଳର ଅଧିନାୟକ ଭାବରେ ଏମଏସ ଧୋନିଙ୍କୁ ଚୟନ କରିଛନ୍ତି। ଏହି ତିନି ଖେଳାଳି ଆଉ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳନ୍ତି ନାହିଁ, କିନ୍ତୁ ସେମାନେ ନିଜ ନିଜ ଦଳ ପାଇଁ ଯଥେଷ୍ଟ ଅବଦାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ୨୦୦୭ ମସିହାରେ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା, ଆଉ ଭଜି ମଧ୍ୟ ସେହି ବିଜେତା ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ।

T-20 ବିଶ୍ୱକପ ରୁ ଭାରତ ବାହାର ହେବା ପରେ ହରଭଜନ ସିଂ ଚୟନ କଲେ BEST T-20 XI, କୋହଲିଙ୍କୁ କଲେ ବାହାର ଏବଂ…

ଏଥି ସହିତ ଭଜି କିରୋନ ପୋଲାର୍ଡଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି, ଯିଏକି ବର୍ତ୍ତମାନ ଟି-୨୦ କ୍ରିକେଟର ବିସ୍ଫୋରକ ଖେଳାଳିଙ୍କ ମଧ୍ୟରୁ ଜଣେ। କେବଳ ବ୍ୟାଟ୍ସମ୍ୟାନ ନୁହେଁ ବଲ ସହିତ ଦଳର ବିଜୟରେ ଯୋଗଦାନ କରିବାର କ୍ଷମତା ପୋଲାର୍ଡଙ୍କର ଅଛି। ଭଜି ତାଙ୍କ ଦଳରେ ଡୁୱେନ ବ୍ରାଭୋଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିଛନ୍ତି। ବ୍ରାଭୋ ଚଳିତ ବର୍ଷ ଟି-୨୦ ବିଶ୍ୱକପର ଶେଷ ମ୍ୟାଚରେ ଅନ୍ତର୍ଜାତୀୟ କ୍ୟାରିୟରକୁ ବିଦାୟ ଦେଇଛନ୍ତି। ବ୍ରାଭୋ ଟି-୨୦ କ୍ରିକେଟର ସର୍ବାଧିକ ୱିକେଟ୍ ନେଇଛନ୍ତି।

ହରଭଜନ ସିଂଙ୍କ ପ୍ରିୟ ଏକାଦଶ ଦଳ : ରୋହିତ ଶର୍ମା, କ୍ରିସ ଗେଲ, ଜୋସ ବଟଲର, ସେନ ୱାଟସନ, ଏବି ଡି ଭିଲିୟର୍ସ, ଏମଏସ ଧୋନି (କ୍ୟାପଟେନ), ଡୁୱେନ ବ୍ରାଭୋ, କିରେନ ପୋଲାର୍ଡ, ସୁନୀଲ ନାରିନ, ଲାସିଥ ମାଲିଙ୍ଗା ଓ ଜସପ୍ରୀତ ବୁମ୍ରା।